Advertisment

Accident: ଭୟଙ୍କର ଦୁର୍ଘଟଣା; ଚଳନ୍ତା କଣ୍ଟେନରକୁ ଧକ୍କା ଦେଲା କାର୍

NH-୧୬ ସୋର ତଳନଗରଠାରେ କଣ୍ଟେନର୍ ପଛରେ ପିଟି ହେଲା କାର୍। ପରେ ରାସ୍ତା ପାର୍ଶ୍ୱରେ ଥିବା ଦୋକାନକୁ ମଧ୍ୟ ଧକ୍କା ଦେଇଥିଲା କାର୍। କାରରେ ଥିବା ୫ ଯାତ୍ରୀ ଗୁରୁତର, କଟକ ସ୍ଥାନାନ୍ତର।

Accident

Accident Photograph: (OTV)

Advertisment

ବାଲେଶ୍ୱର ସୋର ଥାନା ୧୬ ନମ୍ବର ଜାତୀୟ ରାଜପଥ ତଳନଗରଠାରେ ଏକ ଚଳନ୍ତା କଣ୍ଟେନର ପଛରୁ ଧକ୍କା ଦେଲା ଏକ କାର। ଦୁର୍ଘଟଣାରେ ୫ ଗୁରୁତର, ଗାଡି ଚୁରମାର। ଦୁର୍ଘଟଣା ପରେ ରାଜପଥ ପାର୍ଶ୍ୱରେ ଥିବା ଏକ ଦୋକାନକୁ ମଧ୍ୟ ଧକ୍କା ଦେବାରୁ କାରରେ ଥିବା ୫ ଯାତ୍ରୀ ଗୁରୁତର ହୋଇଛନ୍ତି। 

Advertisment

କାରଟି ମୟୂରଭଞ୍ଜ ଜିଲ୍ଲା ବେତନଟୀରୁ ପୁରୀ ଯାଉଥିବା ବେଳେ ଏହି ଦୁର୍ଘଟଣା ହୋଇଛି। ଜାତୀୟ ରାଜପଥ ପାଟ୍ରୋଲିଂ ଗାଡି ଘଟଣାସ୍ଥଳରେ ପହଞ୍ଚି ଆମ୍ବୁଲାନ୍ସ ଡାକି ସମସ୍ତ ଆହତ ଯାତ୍ରୀଙ୍କୁ ସୋର ଡାକ୍ତରଖାନାରେ ଭର୍ତ୍ତି କରିଛି। କାରରେ ଥିବା ଦୁଇ ଯାତ୍ରୀଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ଭୋର ୪ଟାରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି।

Balasore Accident
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ