Advertisment

Fire Breaks Out at Cold Storage: ଶୀତଳ ଭଣ୍ଡାରରେ ଅଗ୍ନିକାଣ୍ଡ, ୧୦ କୋଟି ପୋଡ଼ି ପାଉଁଶ

ବାମରା ନିକଟରେ ଥିବା ଶୀତଳ ଭଣ୍ଡାରରେ ଅଗ୍ନିକାଣ୍ଡ ଘଟିଛି। ଶୀତଳ ଭଣ୍ଡାରରେ ନିଆଁ ଲିଭାଇବାକୁ ଉଦ୍ୟମ ଜାରି ରଖିଛନ୍ତି ୩ ଅଗ୍ନିଶମ ବାହିନୀ ଟିମ। ୧୦ କୋଟିରୁ ଅଧିକ ମୂଲ୍ୟର ସମ୍ପତ୍ତି ନଷ୍ଟ ହୋଇଛି।

Cold Storage

Cold Storage Photograph: (OTV)

Advertisment

ଶୀତଳ ଭଣ୍ଡାରରେ ଅଗ୍ନିକାଣ୍ଡ। ସମ୍ବଲପୁର କୁଚିଣ୍ଡା ବାମରା ନିକଟରେ ଥିବା ଶୀତଳ ଭଣ୍ଡାରରେ ଅଗ୍ନିକାଣ୍ଡ ଘଟିଛି। ନୁଁନୁନିଆମୁଣ୍ଡାସ୍ଥିତ ଶୀତଳ ଭଣ୍ଡାରରେ ଲାଗିଛି ନିଆଁ। ଶୀତଳ ଭଣ୍ଡାରରେ ନିଆଁ ଲିଭାଇବାକୁ ଉଦ୍ୟମ ଜାରି ରଖିଛନ୍ତି ୩ ଅଗ୍ନିଶମ ବାହିନୀ ଟିମ। ନିଆଁ ଲିଭାଇବାକୁ ଅଗ୍ନିଶମବାହିନୀକୁ ନାକେଦମ ହେବାକୁ ପଡ଼ିଛି।

Advertisment

ଅଗ୍ନିକାଣ୍ଡରେ ୧୦ କୋଟିରୁ ଅଧିକ ମୂଲ୍ୟର ସମ୍ପତ୍ତି ନଷ୍ଟ ହୋଇଯାଇଥିବା ଜଣାପଡ଼ିଛି। ଗୋବିନ୍ଦପୁର, ଲଇକେରା ଓ କିରମିଲାରୁ ଅଗ୍ନିଶମ ବିଭାଗ ପହଂଚି ନିଆଁକୁ ଆୟତ କରିବାକୁ ଉଦ୍ୟମ କରୁଛି ଅଗ୍ନିଶମବାହିନୀ। ୩ରୁ ୪ ଘଣ୍ଟା ହେଲାଣି ନିଆଁ ଆୟତ ହୋଇନି। ପ୍ରାୟ ୫୦ ପ୍ରତିଶତ ନିଆଁ ଆୟତ୍ତ ହୋଇଥିବାବେଳେ ନିଆଁ ଲିଭା କାର୍ଯ୍ୟ ଜାରି ରହିଛି। ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି। ସର୍ଟ ସର୍କିଟରୁ ଅଗ୍ନିକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି।

Cold Storage Sambalpur
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ