Advertisment

Fire at Lingipur Super Mart: ଦୀର୍ଘ ୨୧ ଘଣ୍ଟାର ଅକ୍ଳାନ୍ତ ପରିଶ୍ରମ, ୬୦ରୁ ଅଧିକ ଦମକଳବାହିନୀଙ୍କ ଅନବରତ ସଂଘର୍ଷ.. ଶେଷରେ

ଲିଙ୍ଗିପୁର ସୁପରମାର୍ଟରେ ଲାଗିଥିବା ନିଆଁ ଆୟତ୍ତ। ୨୧ ଘଣ୍ଟା ପରେ ନିଆଁକୁ ଆୟତ୍ତ କଲା ଅଗ୍ନିଶମ ଟିମ। ଏବେ ବିଲଡିଂରୁ ବାହାରୁଛି ଧୂଆଁ। ବିଲଡିଂକୁ ଅବଜର୍ଭେସନରେ ରଖାଯିବ।

Fire at Lingipur Super Mart

Fire at Lingipur Super Mart Photograph: (OTV)

Advertisment

ଆୟତ୍ତ ହେଲା ଭୁବନେଶ୍ବର ଲିଙ୍ଗିପୁର ସୁପର୍ ମାର୍ଟରେ ଲାଗିଥିବା ନିଆଁ। ଦୀର୍ଘ ୨୧ ଘଣ୍ଟା ପରେ ନିଆଁକୁ ଆୟତ୍ତ କରିଛି ଅଗ୍ନିଶମ ଟିମ୍। ଏନେଇ ସୂଚନା ଦେଇଛନ୍ତି ଡେପୁଟି ଫାୟାର୍ ଅଫିସର୍ ନାରାୟଣ ଦାସ। ନିଆଁ ଆୟତ୍ତ ହେବା ପରେ ବି ସେଠାରୁ ଧୂଆଁ ବାହାରୁଛି। 

Advertisment

ଏବେ ବିଲଡିଂକୁ ଅବଜର୍ଭେସନରେ ରଖାଯିବ। ଗୋଟିଏ ଅଗ୍ନିଶମ ଟିମ୍ ଧୂଆଁ କମିବା ପର୍ଯ୍ୟନ୍ତ ରହିବେ। ସୁପରମାର୍ଟ ବିଲଡିଂରେ ନଥିଲା ଅଗ୍ନି ନିରାପତ୍ତା ପ୍ରମାଣପତ୍ର। ବିଲଡିଂରେ ପ୍ରବେଶ ଓ ପ୍ରସ୍ଥାନ ପାଇଁ ଗୋଟିଏ ଦ୍ୱାର ଥିଲା। ଏଥିପାଇଁ ନିଆଁକୁ ଆୟତ୍ତ କରିବା କଷ୍ଟକର ହୋଇପଡ଼ିଲା ବୋଲି ଡେପୁଟୀ ଫାୟାର ଅଫିସର କହିଛନ୍ତି। 

ଗତ ସୋମବାର ରାତି ୧୦ଟାରୁ ଲିଙ୍ଗିପୁରରେ ଥିବା ସୁପରମାର୍ଟରେ ଭୟଙ୍କର ନିଆଁ ଲାଗିଥିଲା। ଗତକାଲି ସନ୍ଧ୍ୟା ଯାଏଁ ନିଆଁ ଲିଭା କାମରେ ଅହରହ ଲାଗିଥିଲେ ୬୦ରୁ ଅଧିକ ଦମକଳ ବାହିନୀ। ଅନବରତ ସଂଘର୍ଷ ଜାରି ରଖିଥିଲେ ଫାୟାର ଫାଇଟର।

Advertisment

Bhubaneswar Fire Breaks Out
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ