ACCIDENT Photograph: (OTV)
ଚିକିତ୍ସା ପାଇଁ ରୋଗୀକୁ ମେଡିକାଲ ନେବା ବେଳେ ଜାତୀୟ ରାଜପଥରେ ଦୁର୍ଘଟଣା। ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ ଜିଲ୍ଲା ନନ୍ଦିଗ୍ରାମ ନିକଟରେ ଜାତୀୟ ରାଜପଥରେ କାର ଦୁର୍ଘଟଣାଗ୍ରସ୍ତ ହୋଇଛି। କାରକୁ ଟ୍ରକ ଧକ୍କା ଦେବାରୁ ୨ ଜଣଙ୍କ ମୃତ୍ୟୁ ହୋଇଛି। ୫ ଗୁରୁତର ଆହତଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି।
ଗଞ୍ଜାମ ଜିଲ୍ଲା ଚିକିଟି ପାତିସୋନପୁରର ଗୋଟିଏ ପରିବାର ଜଣେ ପକ୍ଷାଘାତ ରୋଗୀଙ୍କୁ ଚିକିତ୍ସା ପାଇଁ ଏକ କାରରେ ନେଉଥିବାବେଳେ ଦୁର୍ଘଟଣା ଘଟିଛି। ମୃତକ ଦୁଇ ଜଣ ହେଲେ ପକ୍ଷଘାତ ରୋଗୀ ବାଲେୟା ଓ ତାଙ୍କ ଭାଉଜ ମୋହନାମ। ବାଲେୟାଙ୍କ ସ୍ତ୍ରୀଙ୍କ ସମେତ ୫ ଗୁରୁତର ହୋଇ ଚିକିତ୍ସିତ ହେଉଛନ୍ତି।
ସମସ୍ତ ଆହତ ଓ ମୃତକ ଗଞ୍ଜାମ ଜିଲ୍ଲା ଚିକିଟି ବ୍ଲକ ପାତିସୋନପୁରର। ଏହି ଦୁଃଖଦ ଦୁର୍ଘଟଣାରେ ପ୍ରାଣହାନି ନେଇ ଗଭୀର ଦୁଃଖପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ୨ ମୃତକଙ୍କ ପରିବାରକୁ ୪ ଲକ୍ଷ ଲେଖାଏଁ ଅନୁକମ୍ପା ରାଶି ଘୋଷଣା କରିଛନ୍ତି । ....
ଆନ୍ଧ୍ରପ୍ରଦେଶ ଶ୍ରୀକାକୁଲମ ଜିଲ୍ଲା ନନ୍ଦି ଗାଁରେ ଦୁର୍ଘଟଣା
୫ ଜଣ ଗୁରୁତର ସ୍ଥାନୀୟ ମେଡିକାଲ୍ ରେ ଭର୍ତ୍ତି
୨ ମୃତକ ଓ ୫ ଗୁରୁତର ଗଞ୍ଜାମ ଚିକିଟି ପାତିସୋନପୁର ଗ୍ରାମର
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/02/08/accident-2026-02-08-15-54-08.jpg)