DELHI-SEREIES-ACCIDENT Photograph: (OTV)
ଘନ କୁହୁଡି ଯୋଗୁ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସ୍-ୱେ ’ରେ ସିରିଜ ଦୁର୍ଘଟଣା ଘଟି ୪ ଜଣଙ୍କ ମୃତ୍ୟୁ ଘଟିଛି। ଘନ କୁହୁଡିରେ କମ ଦୃଶ୍ୟମାନତା ଯୋଗୁ ପାଖାପାଖି ୨୦ଟି ଗାଡି ଏଭଳି ଦୁର୍ଘଟଣାର ଶିକାର ହୋଇଥିଲେ। ଦୁର୍ଘଟଣାରେ ପ୍ରାୟ ୨୦ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି। ଆଜି ଭୋର ୫ଟା ବେଳେ ପ୍ରଥମେ ଦୁଇଟି ଡମ୍ପର ଟ୍ରକ ପରସ୍ପର ମଧ୍ୟରେ ଧକ୍କା ହୋଇଥିଲା। ଏହା ପଛରେ ଆଉ ଏକ ଟ୍ରକ ଆସି ପଛପଟୁ ଧକ୍କା ଦେଇଥିଲା। ଏହାପରେ ପଛକୁ ପଛ ପ୍ରାୟ ୧୫ରୁ ୨୦ ଟି ଗାଡି ଆସି ଧକ୍କା ହୋଇଥିଲା। ଏହାପରେ ପୋଲିସ ଓ ଆମ୍ବୁଲାନ୍ସ ଗାଡି ଆସି ଦୁର୍ଘଟଣାର ଶିକାର ବ୍ୟକ୍ତିଙ୍କୁ ହସ୍ପିଟାଲ ନେଇଥିଲେ। ଦୁର୍ଘଟଣାଗ୍ରସ୍ତ ଗାଡ଼ି ମଧ୍ୟରେ ଅଧିକାଂଶ ଟ୍ରକ୍ ଓ କାର୍ ଥିବା ଜଣାପଡ଼ିଛି।
ସେହିପରି ହରିୟାଣାର ରୋହତକରେ ସକାଳେ ଏକାଧିକ ସଡ଼କ ଦୁର୍ଘଟଣା ଘଟିଛି। ଜାତୀୟ ରାଜପଥ ୩୫୨ରେ କମ୍ ଦୃଶ୍ୟମାନତା ଯୋଗୁଁ ଚାରିଟି ବସ୍ ପରସ୍ପର ସହ ଧକ୍କା ଖାଇଛନ୍ତି। ୩୫-୪୦ ଗାଡ଼ି ମଧ୍ୟରେ ଧକ୍କା ହୋଇ ଅନେକ ଲୋକ ଆହତ ହୋଇଛନ୍ତି। ଆହତଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ...
ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସ୍-ୱେରେ ସିରିଜ ଦୁର୍ଘଟଣା
ଦୁର୍ଘଟଣାରେ ୪ ଜଣଙ୍କ ମୃତ୍ୟୁ, ପ୍ରାୟ ୨୦ ଆହତ
ଘନ କୁହୁଡିରେ କମ୍ ଦୃଶ୍ୟମାନତା ଯୋଗୁ ଦୁର୍ଘଟଣା
ପାଖାପାଖି ୨୦ଟି ଗାଡି ଦୁର୍ଘଟଣାର ଶିକାର
ଦୁର୍ଘଟଣାଗ୍ରସ୍ତ ଗାଡ଼ି ମଧ୍ୟରେ ଅଧିକାଂଶ ଟ୍ରକ୍ ଓ କାର୍
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/12/15/delhi-sereies-accident-2025-12-15-15-59-40.jpg)