Advertisment

Accident: ବାଇକକୁ ଧକ୍କା ଦେଲା କଣ୍ଟେନର, ୩ ମୃତ

ପିଏନ୍ କଲେଜ ନିକଟ ଜାତୀୟ ରାଜପଥ ଉପରେ ଦୁର୍ଘଟଣା ଘଟି ୩ ଜଣଙ୍କର ଜୀବନ ଚାଲି ଯାଇଛି। ରଙ୍ଗରୁଟରେ ଭୁବନେଶ୍ବର ପଟୁ ବାଇକରେ ଯିବା ବେଳେ ଦୁର୍ଘଟଣା ଘଟିଥିଲା ବୋଲି ସୂଚନା ମିଳିଛି।

BBSR_ACCIDENT

BBSR_ACCIDENT Photograph: (OTV)

Advertisment

ଭୟଙ୍କର ମର୍ମନ୍ତୁଦ ସଡକ ଦୁର୍ଘଟଣା (Accident)। ବାଇକକୁ ଜୋରଦାର ପିଟିଲା କଣ୍ଟେନର। ଦୁର୍ଘଟଣାରେ ୩ ଜଣଙ୍କ ମୃତ୍ୟୁହୋଇଛି। କଣ୍ଟେନର ଧକ୍କାରେ ୩ ବାଇକ୍ ଆରୋହୀ ଯୁବକଙ୍କ ଜୀବନ ଚାଲି ଯାଇଛି। ଖୋର୍ଦ୍ଧା ପିଏନ୍ କଲେଜ ନିକଟ ଜାତୀୟ ରାଜପଥ ଉପରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। 
ରଙ୍ଗରୁଟ୍ ରେ ଭୁବନେଶ୍ବର ପଟୁ ବାଇକ୍ ରେ ଯିବା ବେଳେ ଏହି ଦୁର୍ଘଟଣା ହୋଇଛି। ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ହସ୍ପିଟାଲ ନେବା ସମୟରେ ଆଉ ୨ ଜଣଙ୍କ ମୃତ୍ୟୁ ହୋଇଛି। ତେବେ ଦୁର୍ଘଟଣା ଘଟାଇଥିବା ଗାଡି ଫେରାର ହୋଇ ଯାଇଥିବା ଜଣା ପଡିଛି। ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଛାନଭିନ ଆରମ୍ଭ କରିଛି।

Advertisment
Accident
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ