Advertisment

Accident: ମର୍ମନ୍ତୁଦ ଦୁର୍ଘଟଣା; ହୁତୁ ହୁତୁ ହୋଇ ଜଳିଗଲା ୨ ଟ୍ରକ

ବାଲେଶ୍ବର ବସ୍ତା ନିକଟରେ ମର୍ମନ୍ତୁଦ ଦୁର୍ଘଟଣା। ଟ୍ରଲରକୁ ପଛପଟୁ ଧକ୍କା ଦେଲା କୋଇଲା ବୋଝେଇ ଟ୍ରକ। ଦୁର୍ଘଟଣା ପରେ ହୁତୁ ହୁତୁ ହୋଇ ଜଳିଗଲା ଦୁଇଟି ଯାକ ଟ୍ରକ।

Accident

Accident Photograph: (OTV)

Advertisment

ବାଲେଶ୍ବର ବସ୍ତା ନିକଟରେ ମର୍ମନ୍ତୁଦ ଦୁର୍ଘଟଣା। ଟ୍ରଲରକୁ ପଛପଟୁ ଧକ୍କା ଦେଲା କୋଇଲା ବୋଝେଇ ଟ୍ରକ। ଦୁର୍ଘଟଣା ପରେ ହୁତୁ ହୁତୁ ହୋଇ ଜଳିଗଲା ଦୁଇଟି ଯାକ ଟ୍ରକ। ବାଲେଶ୍ବର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ୬୦ ନମ୍ବର ଜାତୀୟ ରାଜପଥର ବସ୍ତା ପାଇପାସ ନିକଟରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। 

Advertisment

ଦୁର୍ଘଟଣାରେ ୨ଜଣ ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ଉଦ୍ଧାର କରି ବସ୍ତା ହସପିଟାଲରେ ଭର୍ତ୍ତି କରାଯାଇଛି। ଗତକାଲି ବିଳମ୍ବିତ ରାତିରେ ୬୦ ନମ୍ବର ଜାତୀୟ ରାଜପଥର ବସ୍ତା ବାଇପାସ୍ ନିକଟରେ ଏକ ଟ୍ରଲରକୁ ପଛପଟୁ କୋଇଲା ବୋଝେଇ ଟ୍ରକ ଦ୍ରୁତ ଗତିରେ ଆସି ଧକ୍କା ଦେଇଥିଲା। 

ସଙ୍ଗେ ସଙ୍ଗେ ଦୁଇଟି ଯାକ ଟ୍ରକରେ ନିଆଁ ଲାଗି ଯାଇଥିଲା। ଚାହୁଁ ଚାହୁଁ ହୁତୁ ହୁତୁ ହୋଇ ଜଳି ଯାଇଥିଲା ଦୁଇଟି ଯାକ ଟ୍ରକ। ଘଟଣା ସ୍ଥଳରେ ରାଜପଥ ପେଟ୍ରୋଲିଂ ପହଞ୍ଚି ବସ୍ତା ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଅଗ୍ନିଶମ ବାହିନୀ ନିଆଁକୁ ଲିଭାଇବା ପାଇଁ ପ୍ରୟାସ ଜାରି ରଖିଛନ୍ତି।

Advertisment

Accident
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ