cctv Photograph: (OTV)
ମୃତ୍ୟୁର ଭିଡିଓ CCTVରେ କଏଦ । ମୃତ୍ୟୁ କଣ ଏମିତି ବି ଆସେ ଏ କଥାକୁ ବିଶ୍ବାସ କରିହେଉନି । ଏ ଭିଡିଓ ସଂପୁର୍ଣ୍ଣ ଭାବରେ ଦେଖାଇବା ସମ୍ଭବ ନୁହେଁ । ହାର୍ଦ୍ଦିକ ବୟସ ମାତ୍ର ୧୬ ବର୍ଷ । ବାସ୍କେଟ ବଲ ପ୍ରତିଯୋଗିତା ପାଇଁ ଜାତୀୟ ଦଳରେ ସ୍ଥାନ ବି ପାଇଥିଲେ । ଜାତୀୟ ଦଳପାଇଁ ପ୍ରାକ୍ଟିସ ସାରି ନିକଟରେ ଟ୍ରେନିଂ ସେଣ୍ଟରରୁ ବି ଫେରିଥିଲେ । ହେଲେ ସେହି ବାସ୍କେଟ ବଲ ତାଙ୍କ ଜୀବନ ନେଇଗଲା ଏବଂ ସେହି ଦୁଃଖଦ ମୁହୁର୍ତ୍ତ ସିସିଟିଭିରେ କଏଦ ବି ହୋଇଗଲା ।
ଯାହା ଆପଣ ସମସ୍ତଙ୍କୁ ବିଚଳିତ ବି କରିବ। ଯେଉଁମାନେବି ବାସ୍କେଟ ବଲ ପ୍ରାକ୍ଟିସ କରନ୍ତି, କାହା ସହ ବି ଏମିତି ହୋଇପାରେ । ଏ କଥାକୁ ଆମେ ଅଣଦେଖା କରିପାରିବା ନାହିଁ ।
ଏ ଘଟଣା ଘଟିଛି ହରିୟାଣାର ରୋହତକରେ।
ଗତକାଲି ହାର୍ଦ୍ଦିକ, ଲଖନ ମାଜରା ବାସ୍କେଟ ବଲ କୋର୍ଟରେ ଅଭ୍ୟାସ କରୁଥିଲେ । ସେ ଉକ୍ତ କୋର୍ଟରେ ତିନି-ପଏଣ୍ଟ ଲାଇନରୁ ଦୌଡି ସେମି – ସର୍କଲ ପଏଣ୍ଟରୁ ବାସ୍କେଟକୁ ସ୍ପର୍ଶ କରିବାକୁ ଚେଷ୍ଟା କରିଥିଲେ । ସାଧାରଣତ ଖେଳାଳି ମାନେ ସେମାନଙ୍କର ସ୍କୋରିଂ କ୍ଷମତାକୁ ବଢାଇବା ପାଇଁ ଅଭ୍ୟାସ କରନ୍ତି ।
କିନ୍ତୁ ହଠାତ୍ ତାଙ୍କ ଛାତି ଉପରେ ବାସ୍କେଟ ପୋଲ୍ ଟି ପଡିଯାଇଥିଲା ଏବଂ ପୋଲ୍ ତଳେ ସେ ଚାପି ହୋଇ ଯାଇଥିଲେ । ତାଙ୍କ ବନ୍ଧୁମାନେ ତାଙ୍କୁ ସାହାଯ୍ୟ କରିବାକୁ ଧାଇଁ ଆସିଥିଲେ, ହେଲେ ତାଙ୍କୁ ବଞ୍ଚାଇ ପାରିନଥିଲେ ।
ହାର୍ଦ୍ଦିକ ତାଲିମ ଶିବିରରୁ ଫେରିବା ପରେ, ତାଙ୍କ ବାପା ସନ୍ଦୀପ ରାଠି, ହାର୍ଦ୍ଦିକ ଏବଂ ତାଙ୍କ ସାନ ଭାଇଙ୍କୁ ସେମାନଙ୍କ ଘର ପାଖରେ ଥିବା ଏକ ସ୍ପୋର୍ଟସ୍ କ୍ଲବରେ ନାମ ଲେଖାଇଥିଲେ।
କିନ୍ତୁ ପ୍ରଶ୍ନ ଉଠୁଛି କଣ ଉକ୍ତ କୋର୍ଟରେ ନିୟମିତି ଭାବେ ପୋଲ ଗୁଡିକର ଚେକିଂ କରାଯାଉ ଥିଲା କି । କଣ ଏହି କୋର୍ଟର ମେଣ୍ଟେନାନ୍ସ ଠିକ ରୂପେ ଯାଞ୍ଚ ହେଉ ନଥିଲା କି ।
କୌଣସି ଖେଳାଳୀଙ୍କ ସହ ବି ଏମିତି ଘଟିପାରେ । ତେଣୁ ଏଭଳି କ୍ଷେତ୍ରରେ କୋର୍ଟ ଗୁଡିକର ରକ୍ଷଣାବେକ୍ଷଣା ଅତ୍ୟାବଶ୍ୟକ ହୋଇପଡିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/11/28/cctv-2025-11-28-11-01-54.jpg)