PARLAKHEMUNDI-FIRE Photograph: (OTV)
ଦୀପାବଳି ରାତିରେ ବଡ଼ ଅଘଟଣ । ସମ୍ପୂର୍ଣ୍ଣ ଜଳି ଧ୍ବଂସ ହୋଇଗଲା କାଜୁ ଫ୍ୟାକ୍ଟ୍ରି । ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ ଲାବଣ୍ୟଗଡ ଠାରେ ଥିବା କାଜୁ ଫ୍ୟାକ୍ଟ୍ରି ଜଳିଗଲା । ଗତକାଲି ବିଳମ୍ବିତ ରାତିରେ ନିଆଁ ଲାଗିବାରୁ ସମ୍ପୂର୍ଣ୍ଣ ଫ୍ୟାକ୍ଟ୍ରି ପୋଡ଼ି ପାଉଁଶ ହୋଇଯାଇଛି । ପାରଳାଖେମୁଣ୍ଡି ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ କରିଥିଲା । ହେଲେ ନିଆଁର ମାତ୍ରା ଏତେ ଅଧିକ ଥିଲା ଯେ ଅଗ୍ନିଶମ ବାହିନୀକୁ ନାକେଦମ ହେବାକୁ ପଡ଼ିଥିଲା । ଅଗ୍ନିକାଣ୍ଡର କାରଣ ଜଣା ପଡ଼ିନଥିବା ବେଳେ ସର୍ଟସର୍କିଟରୁ ନିଆଁ ଲାଗିଥିବା ସଂଦେହ କରାଯାଉଛି ।
ଦୀପାବଳି ରାତିରେ ବଡ଼ ଅଘଟଣ
ସମ୍ପୂର୍ଣ୍ଣ ଜଳି ଧ୍ବଂସ ହୋଇଗଲା କାଜୁ ଫ୍ୟାକ୍ଟ୍ରି
ଗଜପତି ଜିଲ୍ଲା ଗୋଷାଣୀରେ ଥିବା କାଜୁ ଫ୍ୟାକ୍ଟ୍ରି ଜଳିଗଲା
ନିଆଁ ଲାଗି ସମ୍ପୂର୍ଣ୍ଣ ଫ୍ୟାକ୍ଟ୍ରି ପୋଡ଼ି ପାଉଁଶ ହୋଇଯାଇଛି
ନିଆଁକୁ ଆୟତ୍ତ କଲା ପାରଳାଖେମୁଣ୍ଡି ଅଗ୍ନିଶମ ବାହିନୀ
ସର୍ଟସର୍କିଟରୁ ନିଆଁ ଲାଗିଥିବା ସଂଦେହ
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/10/21/parlakhemundi-fire-2025-10-21-09-48-19.jpg)