Advertisment

Expressway Accident: ବଡ଼ ଦୁର୍ଘଟଣା: ପରସ୍ପରକୁ ଧକ୍କା ଦେଇ ଜଳିଗଲା ଅନେକ ଗାଡି; ଏକାଧିକ ମୃତ, ବହୁ ଗୁରୁତର

ଦିଲ୍ଲୀ-ଆଗ୍ରା ଜମୁନା ଏକ୍ସପ୍ରେସ ୱେରେ ବଡ଼ ଧରଣର ଦୁର୍ଘଟଣା। ଏକାଧିକ ଗାଡ଼ି ପରସ୍ପରକୁ ଧକ୍କା ଦେବାରୁ ଗାଡ଼ିରେ ନିଆଁ ଲାଗିଯାଇଥିଲା। ଏହି ଦୁର୍ଘଟଣାରେ ଅନେକ ଗାଡ଼ି ପୋଡ଼ି ପାଉଁଶ ହୋଇଯାଇଛି।

DELHI-BUS-FIRE

DELHI-BUS-FIRE Photograph: (OTV)

Advertisment

ଦିଲ୍ଲୀ-ଆଗ୍ରା ଜମୁନା ଏକ୍ସପ୍ରେସ ୱେରେ ବଡ଼ ଧରଣର ଦୁର୍ଘଟଣା । ଏକାଧିକ ଗାଡ଼ି ପରସ୍ପରକୁ ଧକ୍କା ଦେବାରୁ ଗାଡ଼ିରେ ନିଆଁ ଲାଗିଯାଇଥିଲା । ଏହି ଦୁର୍ଘଟଣାରେ ଅନେକ ଗାଡ଼ି ପୋଡ଼ି ପାଉଁଶ ହୋଇଯାଇଛି । ରାସ୍ତା ଉପରେ ହୁତୁହୁତୁ ହୋଇ ଜଳିଥିଲା ଅନେକ ଗାଡ଼ି । ଏହି ଦୁର୍ଘଟଣାରେ ୪ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ୨୫ ଗୁରୁତର ଆହତ ହୋଇଛନ୍ତି । 

Advertisment

ଘନ କୁହୁଡ଼ି ଯୋଗୁ ଜମୁନା ଏକ୍ସପ୍ରେସ ୱେରେ ୭ଟି ବସ ଓ ୩ଟି କାର ପରସ୍ପରକୁ ଧକ୍କା ଦେଇଥିଲେ । ମଥୁରା ନିକଟରେ ଏହି ଦୁର୍ଘଟଣା ହୋଇଛି । କୁହୁଡ଼ି ଯୋଗୁ ଦୃଶ୍ୟମାନ ଦୂରତା କମିଯିବାରୁ ଏଭଳି ଭୟଙ୍କର ଦୁର୍ଘଟଣା ହୋଇଥିବା କୁହାଯାଉଛି । ଘଟଣା ସ୍ଥଳରେ ସ୍ଥାନୀୟ ପୋଲିସ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିଥିଲା। ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା । ରେସ୍କ୍ୟୁ ଅପରେସନ ପାଇଁ ଏକ୍ସପ୍ରେସ ୱେକୁ ବନ୍ଦ ରଖାଯାଇଥିଲା ।

•    ଦିଲ୍ଲୀ-ଆଗ୍ରା ଜମୁନା ଏକ୍ସପ୍ରେସ ୱେରେ ବଡ଼ ଦୁର୍ଘଟଣା
•    ପରସ୍ପରକୁ ଧକ୍କା ଦେଲେ ଏକାଧିକ ଗାଡ଼ି
•    ଦୁର୍ଘଟଣା ପରେ ଗାଡ଼ିରେ ଲାଗିଲା ନିଆଁ 
•    ଦୁର୍ଘଟଣାରେ ୪ ଜଣଙ୍କ ମୃତ୍ୟୁ, ୨୫ ଗୁରୁତର 
•    ୭ଟି ବସ ଓ ୩ଟି କାର ପରସ୍ପରକୁ ଧକ୍କା ଦେଇଥିବା ସୂଚନା
•    କୁହୁଡ଼ି ଯୋଗୁ ଦୃଶ୍ୟମାନ ଦୂରତା କମିଯିବାରୁ ଦୁର୍ଘଟଣା

Advertisment
Delhi Accident
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ