Advertisment

Bus Mishap: ଭାରସାମ୍ୟ ହରାଇ ଘାଟି ତଳକୁ ଖସିଲା ବସ୍, ଅଳ୍ପକେ ବର୍ତ୍ତିଲେ ୨୩ ଯାତ୍ରୀ

ବୌଦ୍ଧରେ ଭାରସାମ୍ୟ ହରାଇ ଘାଟି ତଳକୁ ଖସିଲା ଘରୋଇ ବସ୍। ଅଳ୍ପକେ ବର୍ତ୍ତିଗଲେ ୨୩ ଯାତ୍ରୀ । ଅନ୍ୟ ଏକ ଘଟଣାରେ ଖଲ୍ଲିକୋଟ ବଡ଼ଘାଟିରେ ଓଲଟିଲା ଟ୍ରଲର୍। ଘାଟିରୁ ୩୦ ଫୁଟ୍ ତଳକୁ ଖସି ଯାଇଛି ଟ୍ରଲର୍ ।

Accident

Accident Photograph: (OTV)

Advertisment

ଭାରସାମ୍ୟ ହରାଇ ଘାଟି ତଳକୁ ଖସିଲା ଘରୋଇ ବସ୍। ଅଳ୍ପକେ ବର୍ତ୍ତିଗଲେ ୨୩ ଯାତ୍ରୀ। ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା  ବାରିଂ ଘାଟିରେ ଦୁର୍ଘଟଣା। ବଲାଙ୍ଗୀରରୁ ୨୩ ଜଣ ଯାତ୍ରୀଙ୍କୁ ନେଇ ଭୁବନେଶ୍ୱର ଆସୁଥିଲା ବସ୍। ଭାରସାମ୍ୟ ହରାଇ ବାରିଂ ଘାଟିରେ ଓଲଟି ପଡିଥିଲା ବସ୍।

Advertisment

ସ୍ଥାନୀୟ ଲୋକେ ଗୁରୁତରଙ୍କୁ ଉଦ୍ଧାର କରି ଦଶପଲ୍ଲା ମେଡିକାଲରେ ଭର୍ତ୍ତି କରିଥିଲେ। ଘଟଣାସ୍ଥଳରେ ପୋଲିସ୍ ପହଞ୍ଚି ଅଧିକ ତଦନ୍ତ କରିଛି। 

ଭାରସାମ୍ୟ ହରାଇ ଘାଟି ତଳକୁ ଖସିଲା ବସ୍

ଅଳ୍ପକେ ବର୍ତ୍ତିଲେ ୨୩ ଯାତ୍ରୀ
ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ବାରିଂ ଘାଟିରେ ଦୁର୍ଘଟଣା
ବଲାଙ୍ଗୀରରୁ ଭୁବନେଶ୍ୱର ଆସୁଥିଲା ବସ୍

Advertisment

ଘାଟି ତଳକୁ ଖସିଲା ଟ୍ରେଲର୍। ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ବଡ଼ଘାଟିରେ ଓଲଟିଲା ଟ୍ରଲର୍। କୋଲକାତାରୁ ଚେନ୍ନାଇକୁ ସଂଯୋଗ କରୁଥିବା ଜାତୀୟ ରାଜପଥ ୧୬ରେ ଘଟିଛି ଦୁର୍ଘଟଣା। ବିଶାଖାପାଟଣାରୁ କୋଲକାତା ଯାଉଥିଲା ଲୁହା ରଡ୍ ବୋଝେଇ ଟ୍ରେଲର୍ ଭାରସାମ୍ୟ ହରାଇ ତଳକୁ ଖସିପଡ଼ିଛି। ଗତକାଲି ରାତିରେ ଘଟିଛି ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଟ୍ରଲର୍ ଡ୍ରାଇଭର ଗୁରୁତର ଆହତ ହୋଇଛନ୍ତି।

ଘାଟିରୁ ଖସିଲା ଟ୍ରଲର୍ 

ଖଲ୍ଲିକୋଟ ବଡ଼ଘାଟିରେ ଓଲଟିଲା ଟ୍ରଲର୍ 
ବିଶାଖାପାଟଣାରୁ କୋଲକାତା ଯାଉଥିଲା ଟ୍ରଲର୍  
ଭାରସାମ୍ୟ ହରାଇ ତଳକୁ ଖସିପଡ଼ିଲା 
NH ୧୬ ଖଲ୍ଲିକୋଟ ଘାଟିରୁ ୩୦ ଫୁଟ୍ ତଳକୁ ଖସି ଯାଇଛି ଟ୍ରଲର୍ 
ଟ୍ରଲର୍ ଡ୍ରାଇଭର ଗୁରୁତର ଆହତ

Advertisment
Close Shave Accident
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ