BINIKA-CLASH Photograph: (OTV)
ବାଣ ଫୁଟାକୁ ନେଇ ଦୁଇ ସାହି ଭିତରେ ଗୋଷ୍ଠୀ ସଂଘର୍ଷ I ଗୋଟିଏ ଗୋଷ୍ଠିର ଆକ୍ରମଣରେ ପାଞ୍ଚ ଗୁରୁତର I ଗତକାଲି ସୁବର୍ଣ୍ଣପୁର ଜିଲ୍ଲା ବିନିକା ସହରରେ ଦୀପାବଳି ପାଳନ ହେଉଥିବା ବେଳେ ବାଣ ଫୁଟାକୁ ନେଇ ପାତିକାରପଡା ଓ ମନୋହରପଡା ଭିତରେ ବଚସା ହୋଇଥିଲା I କିଛି ସମୟ ଭିତରେ ଉଗ୍ରରୂପ ଧାରଣ କରିଥିଲା । ପାତିକାରପଡ଼ା ଗୋଷ୍ଠିର ଟାଙ୍ଗିଆ, ଛୁରି, ଭୁଜାଲି ଓ ପଥର ମାଡ଼ରେ ମନୋହରୀପଡ଼ାର କାଳିଆ ମଲ୍ଲିକ, ଅନାମୁ ମଲ୍ଲିକ,ରାଜୁ ମଲ୍ଲିକ,ବବଲୁ ମଲ୍ଲିକ ଓ ହସିନା ମଲ୍ଲିକ ଗୁରୁତର ଆହତ ହୋଇ ବିନିକା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି ହୋଇଛନ୍ତି I ଖବର ପାଇ ବିନିକା ପୋଲିସ ଘଟଣା ସ୍ଥଳକୁ ପହଂଚି ବୁଝାସୁଝା କରିଥିଲେ ବି ଉତ୍ତେଜନା ଲାଗି ରହିଛି....
ବାଣ ଫୁଟାରୁ ଗୋଷ୍ଠୀ ସଂଘର୍ଷ; ୫ ଗୁରୁତର
ବିନିକା: ବାଣ ଫୁଟାକୁ କେନ୍ଦ୍ରକରି ଦୁଇ ସାହି ମଧ୍ୟରେ ଗୋଷ୍ଠୀ ସଂଘର୍ଷ
ଗୋଟିଏ ଗୋଷ୍ଠୀର ୫ ଜଣ ଗୁରୁତର ଆହତ ହସ୍ପିଟାଲ୍ ରେ ଭର୍ତ୍ତି
ବାଣ ଫୁଟାକୁ କେନ୍ଦ୍ରକରି ଭୁଜାଲି, ଟାଙ୍ଗିଆରେ ଆକ୍ରମଣ ସୂଚନା
ଉତ୍ତେଜନା ବଢୁଥିବାରୁ ଘଟଣାସ୍ଥଳକୁ ପହଞ୍ଚିଲା ବିନିକା ପୋଲିସ
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/10/21/binika-clash-2025-10-21-09-35-42.jpg)