Accident Photograph: (OTV)
କାରକୁ ପଛ ପଟୁ ଧକ୍କା ଦେଇ ଗଛକୁ ପିଟିଲା ବାଇକ। ଦୁର୍ଘଟଣାର ବାଇକ୍ ଚାଳକଙ୍କ ମୃତ୍ୟୁ ଘଟିଛି। ଗଜପତି ଜିଲ୍ଲା ଆର୍. ଉଦୟଗିରି ହାଇସ୍କୁଲ ସାମ୍ନାରେ ଘଟିଛି ଏହି ସଡ଼କ ଦୁର୍ଘଟଣା।
ଆର୍.ଉଦୟଗିରୀ ବଜାରରୁ ସ୍କୁଲ ଅଭିମୁଖେ ଯାଉଥିବା କାରଟି ହଠାତ ସ୍କୁଲ ଗେଟ୍ ଭିତରକୁ ପ୍ରବେଶ କରିବା ସମୟରେ ପଛ ପଟୁ ଦୃତ ଗତିରେ ଆସୁଥିବା ବାଇକ୍ ଟି କାରର ପଛ ପଟେ ପିଟି ହେବା ସହ ସାମ୍ନାରେ ଥିବା ଗଛକୁ ଧକ୍କା ହୋଇଥିଲା।
ରକ୍ତ ଜୁଡୁବୁଡୁ ଅବସ୍ଥାରେ ସ୍ଥାନୀୟ ଲୋକେ ଯୁବକକୁ ଉଦ୍ଧାର କରି ଆର.ଉଦୟଗିରି ମେଡ଼ିକାଲରେ ଭର୍ତ୍ତି କରିଥିବା ବେଳେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପୋଲିସ ପହଂଚି ମୃତଦେହ ଜବତ କରି ଶବ ବ୍ୟବଛେତ ପାଇଁ ପାରଳାଖେମୁଣ୍ଡି ପଠାଇ ଦେଇଛି। ପୋଲିସ୍ କାର ଓ ବାଇକ୍ ଜବତ କରି ଘଟଣାର ତଦନ୍ତ କରୁଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/02/20/accident-2026-02-20-08-42-52.jpg)