Advertisment

Army Vehicle Plunges Into Gorge: ୨୦୦ ଫୁଟ୍ ଖାଇକୁ ଖସିଲା ସେନା ଗାଡି; ୧୦ ଯବାନ ସହିଦ, ଏକାଧିକ ଆହତ

ଜମ୍ମୁ-କଶ୍ମୀରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୧୦ ଯବାନ ସହିଦ। ଡୋଡାରେ ଯବାନଙ୍କ ଗାଡ଼ି ଏକ ଖାଲକୁ ଖସିବାରୁ ଦୁର୍ଘଟଣା ଘଟିଛି। ଆହତ ଯବାନ ଉଦ୍ଧମପୁର କମାଣ୍ଡ ହସ୍ପିଟାଲ୍‌ରେ ଭର୍ତ୍ତି।

Army Vehicle Accident

Army Vehicle Accident Photograph: (OTV)

Advertisment

ଜମ୍ମୁ ଓ କାଶ୍ମୀରର ଡୋଡା ଜିଲ୍ଲାରେ ଏକ ବଡ଼ ଦୁର୍ଘଟଣା ଘଟିଛି। ଏକ ସେନା ଗାଡ଼ି ଖାଇକୁ ଖସି ପଡ଼ିଛି। ସେନା ଅଧିକାରୀଙ୍କ ଅନୁଯାୟୀ ଦୁର୍ଘଟଣାରେ ୧୦ ଜଣ ସୈନିକ ସହିଦ ହୋଇଛନ୍ତି, ଏବଂ ଅନ୍ୟ ନଅ ଜଣ ଆହତ ହୋଇଛନ୍ତି। ଖବର ପାଇ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ରିଲିଫ୍ ଏବଂ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି। 

Advertisment

ଦୁର୍ଘଟଣାରେ ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି, ସେମାନଙ୍କର ଚିକିତ୍ସା କରାଯାଉଛି। ଏହି ଦୁର୍ଘଟଣା ଭାଦେରୱାହର ଖାନୀ ଟପ୍ ଅଞ୍ଚଳରେ ଘଟିଛି। ରିପୋର୍ଟ ଅନୁଯାୟୀ, ଦୁର୍ଘଟଣା ପରେ ତୁରନ୍ତ ସେନା ଏବଂ ସ୍ଥାନୀୟ ପ୍ରଶାସନର ଟିମ୍ ଘଟଣାସ୍ଥଳରେ ପହଞ୍ଚିଥିଲେ।

ଜଣେ ସେନା ଅଧିକାରୀଙ୍କ କହିବା ଅନୁଯାୟୀ, ଖାଇରେ ପଡ଼ିଥିବା ଗାଡ଼ିଟି ବୁଲେଟ୍‌ପ୍ରୁଫ୍ ଥିଲା। ଏଥିରେ ମୋଟ ୧୭ ଜଣ ସୈନିକ ଥିଲେ। ସେମାନେ ଏକ ଉଚ୍ଚ ପୋଷ୍ଟକୁ ଯାଉଥିଲେ। କିନ୍ତୁ ଡ୍ରାଇଭର ନିୟନ୍ତ୍ରଣ ହରାଇବା ଫଳରେ ଗାଡ଼ିଟି ୨୦୦ ଫୁଟ ଗଭୀର ଖାଇରେ ଖସି ପଡ଼ିଲା। 

Advertisment

ସେ କହିଛନ୍ତି ଯେ ଅନ୍ୟ ନଅ ଜଣ ସୈନିକଙ୍କୁ ଆହତ ଅବସ୍ଥାରେ ଉଦ୍ଧାର କରାଯାଇଛି। ସେମାନଙ୍କ ମଧ୍ୟରୁ ତିନି ଜଣ ଗୁରୁତର ଆହତ ହୋଇଛନ୍ତି ଏବଂ ସେମାନଙ୍କୁ ଚିକିତ୍ସା ପାଇଁ ଉଧମପୁର ସାମରିକ ହସ୍ପିଟାଲକୁ ନିଆଯାଇଛି।

Army Men Killed Indian Soldiers Martyred
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ