Advertisment

Aircraft Crash: ପୋଖରୀରେ ଖସି ପଡ଼ିଲା ସେନା ବିମାନ, ଉଦ୍ଧାର କାର୍ଯ୍ୟ ଜାରି

ଉତ୍ତର ପ୍ରଦେଶର ପ୍ରୟାଗରାଜରେ ଏକ ସେନା ତାଲିମ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ବିମାନଟି ଏକ ପୋଖରୀରେ ଖସିପଡ଼ିଛି। ସେନା ହେଲିକପ୍ଟର ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି।

Plane Crash

Plane Crash Photograph: (OTV)

Advertisment

ପ୍ରୟାଗରାଜରେ ଏକ ସେନା ତାଲିମ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ବିମାନଟି ହଠାତ୍ ଦିଗ ପରିବର୍ତ୍ତନ କରି ସହର ମଧ୍ୟଭାଗରେ ଥିବା ଏକ ପୋଖରୀରେ ଖସି ପଡ଼ିଛି। କେପି କଲେଜ ପଛରେ ଏହି ଦୁର୍ଘଟଣା ଘଟିଛି। ଇଞ୍ଜିନ୍ ଖରାପ ହେତୁ ବିମାନ ଖସି ପଡିଥିବା ଅନୁମାନ କରାଯାଉଛି। ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ସେନା ହେଲିକପ୍ଟର ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି।

Advertisment

ଦୁର୍ଘଟଣା ଘଟିବା ପରେ ସ୍ଥାନୀୟ ବାସିନ୍ଦାମାନେ ଘଟଣା ବିଷୟରେ ପୋଲିସ ଏବଂ ପ୍ରଶାସନକୁ ସୂଚନା ଦେଇଥିଲେ। ଯାହା ପରେ ଅଗ୍ନିଶମ ବାହିନୀ ଏବଂ ଉଦ୍ଧାରକାରୀ ଟିମ୍ ଘଟଣାସ୍ଥଳରେ ପହଞ୍ଚିଥିଲେ। ସୂତ୍ର ଅନୁଯାୟୀ, ସ୍ଥାନୀୟ ଲୋକମାନେ ତିନି ଜଣଙ୍କୁ ଉଦ୍ଧାର କରିଥିଲେ। ବିମାନରେ କେତେ ଲୋକ ଥିଲେ ତାହା ବର୍ତ୍ତମାନ ସ୍ପଷ୍ଟ ହୋଇନାହିଁ। ବାୟୁସେନା ପକ୍ଷରୁ ଦୁର୍ଘଟଣାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି। 

Prayagraj Aircraft Crash
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ