Aviation Accident Photograph: (OTV)
ମୁମ୍ବାଇ ବିମାନ ବନ୍ଦରରେ କେମିତି ପିଟିହେଲା ଦୁଇଟି ବିମାନର ଡ଼େଣା। ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛି DGCA। ଗତକାଲି ଏୟାର ଇଣ୍ଡିଆ ଓ ଇଣ୍ଡିଗୋ ବିମାନର ୱିଙ୍ଗ ମଧ୍ୟରେ ଗ୍ରାଉଣ୍ଡରେ ଧକ୍କା ହୋଇଥିଲା। ଉଭୟ ବିମାନରେ ଯାତ୍ରୀ ଥିବା ବେଳେ ହୋଇଥିଲା ଦୁର୍ଘଟଣା। ଏୟାର ଇଣ୍ଡିଆ ବିମାନ ରନୱେରେ ଥିଲା ଏହି ସମୟରେ ଇଣ୍ଡିଗୋ ବିମାନ ଲ୍ୟାଣ୍ଡ୍ କରିଥିଲା।
ଏୟାର ଇଣ୍ଡିଆ ବିମାନ ଟ୍ୟାକ୍ସି ରୁଟରେ ଅପେକ୍ଷା କରିଥିବା ବେଳେ ଇଣ୍ଡିଗୋ ଲ୍ୟାଣ୍ଡ କରି ଟ୍ୟାକ୍ସି ରୁଟରେ ଯିବା ବେଳେ ପିଟି ହୋଇଥିଲା ୱିଙ୍ଗଟପ୍। ତେବେ ଏଥିରେ ସବୁ ଯାତ୍ରୀ ସୁରକ୍ଷିତ ଥିବା ଇଣ୍ଡିଗୋ ଓ ଏୟାର ଇଣ୍ଡିଆ ପକ୍ଷରୁ ସୂଚନା ଦିଆଯାଇଛି।
ମୁମ୍ବାଇରୁ କୋଇମ୍ବାଟୁରକୁ ଯିବାର ଥିଲା ଏୟାର୍ ଇଣ୍ଡିଆର ଫ୍ଲାଇଟ୍। ସେହିପରି ଇଣ୍ଡିଗୋ ବିମାନ ହାଇଦ୍ରାବାଦରୁ ମୁମ୍ବାଇ ଆସୁଥିଲା। ଏୟାର୍ ଇଣ୍ଡିଆ ପକ୍ଷରୁ କୁହାଯାଇଛି ଯେ, ଦୁଇଟି ବିମାନର ୱିଙ୍ଗଟିପ୍ ପରସ୍ପର ସହିତ ଧକ୍କା ହେଇଥିଲା। ଫଳରେ ଏୟାର୍ ଇଣ୍ଡିଆ ବିମାନର ୱିଙ୍ଗଟପ୍ କ୍ଷତିଗ୍ରସ୍ତ ହୋଇଛି। ଦୁର୍ଘଟଣା କେମିତି ଘଟିଲା ଯାଞ୍ଚ ହେଉଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/02/04/aviation-accident-2026-02-04-09-07-46.jpg)