Accident Photograph: (OTV)
ମର୍ମନ୍ତୁଦ ଦୁର୍ଘଟଣା। ଟ୍ରେଲର-ପୋଲିସ ବୋଲେରୋ ଭିତରେ ମୁହାଁମୁହିଁ ଧକ୍କା। ଦୁର୍ଘଟଣାରେ ୫ ପୋଲିସ କର୍ମଚାରୀଙ୍କର ମୃତ୍ୟୁ ହୋଇଛି। ଗୁରୁତର ହୋଇଛନ୍ତି ଆଉ ୩ ଜଣ। ଝାରସୁଗୁଡା ସଦର ଥାନା ସମ୍ମୁଖରେ ଆଜି ଭୋରରେ ଏହି ଦୁର୍ଘଟଣା ଘଟିଛି। ଏକ ଦ୍ରୁତଗାମୀ ଟ୍ରେଲର ଓ ପୋଲିସ ବୋଲେରୋ ଗାଡି ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା।
ଘଟଣାସ୍ଥଳରେ ହିଁ ୫ ଜଣ ପୋଲିସ କର୍ମଚାରୀଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ମୃତକମାନେ ହେଲେ APR କାଶୀରାମ ଭୋଇ, ଦେବଦତ୍ତ ସା, ଡ୍ରିଲ ସବ ଇନ୍ସପେକ୍ଟର ନିରଞ୍ଜନ କୁଜୁର, APR ହାବିଲଦାର ଲିଙ୍ଗରାଜ ଧୂରୁଆ ଓ ହୋମଗାର୍ଡ ଭକ୍ତବନ୍ଧୁ ମିର୍ଦ୍ଧା।
ଗୁରୁତରଙ୍କ ଭିତରେ ଅଛନ୍ତି ୨ ଜଣ APR ଓ ଜଣେ ସରଜେଣ୍ଟ। ସେମାନଙ୍କୁ ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଝାରସୁଗୁଡା ସଦର ଥାନା ସମ୍ମୁଖରେ ବିପରୀତ ଦିଗରୁ ଆସୁଥିବା ଦ୍ରୁତଗାମୀ ଟ୍ରେଲର ସହ ପୋଲିସ ଗାଡ଼ିର ଧକ୍କା ହୋଇଥିଲା। ଟ୍ରେଲର ଚାଳକଙ୍କୁ ଅଟକ ରଖି ତଦନ୍ତ କରୁଛି ପୋଲିସ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/02/22/accident-2026-02-22-08-29-09.jpg)