/odishatv-khabar/media/post_attachments/uploadimage/library/16_9/16_9_0/IMAGE_1665580757.jpg)
Dhamnagar By Poll, Abanti Das
ଧାମନଗର ଉପନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେଡି । ଅବନ୍ତୀ ଦାସ ହେଲେ ବିଜୁ ଜନତା ଦଳର ପ୍ରାର୍ଥୀ । ଏବେ ତିହିଡ଼ି ବ୍ଲକ ଅଧ୍ୟକ୍ଷା ଅଛନ୍ତି ଅବନ୍ତୀ । ତେବେ ଏହାପୂର୍ବରୁ ବଜେପି ଓ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ଘୋଷଣା ହୋଇସାରିଛି । ପ୍ରାର୍ଥୀ ବାଛିବା ରେସ୍ରେ ବିଜେଡି କେଉଁଠି ନା କେଉଁଠି ପଛରେ ରହିଥିବା କୁହାଯାଉଛି । ତେବେ ବିଜେଡିରେ ଆଶାୟୀ ପ୍ରାର୍ଥୀଙ୍କ ତାଲିକା ଲମ୍ବା ଥିବା ବେଳେ ଅଚାନକ ଅବନ୍ତୀଙ୍କ ନାଁ ଆସିଥିବାରୁ ଦଳରେ ଅସନ୍ତୋଷ ବଢ଼ିବ ବୋଲି ଆଶଙ୍କା କରାଯାଉଛି । ଏନେଇ ରାଜନୀତି ବିଶେଷଜ୍ଞ ମାନେ ମତ ପ୍ରକାଶ କରିଛନ୍ତି । ଅବନ୍ତୀ ଦାସଙ୍କ ମିଶନ ଶକ୍ତି ବା ଏସଏଚ୍ଜିରେ କାମ କରିବାର ଦୀର୍ଘ ଅଭିଜ୍ଞତା ରହିଛି ।
ତେବେ ଆଜି କିଛି ସମୟ ପୂର୍ବରୁ ଧାମନଗର ଉପନିର୍ବାଚନ କଂଗ୍ରେସ ପ୍ରାଥୀ ଘୋଷଣା କରିଛି । ଆଇନଜୀବୀ ତଥା ଧାମନଗର କଂଗ୍ରେସର ନେତା ବାବା ହରେକୃଷ୍ଣ ସେଠୀଙ୍କୁ ପ୍ରାର୍ଥୀ ଭାବେ ଘୋଷଣା କରିଛି ଦଳ । ଏଆଇସିସି ସାଧାରଣ ସଂପାଦକ ମୁକୁଲ ୱାସନିକ, ବାବା ହରେକୃଷ୍ଣଙ୍କ ନାଁ ଘୋଷଣା କରିଛନ୍ତି । ପ୍ରାର୍ଥୀ ଭାବେ ମନୋନୀତ ହେବା ପରେ ହରେକୃଷ୍ଣ ଦଳ ହାଇକମାଣ୍ଡ ସୋନିଆ ଗାନ୍ଧି, କଂଗ୍ରେସ ନେତା ରାହୁଲ ଗାନ୍ଧି, ପିସିସି ସଭାପତି ଓ ଭଦ୍ରକ ଜିଲ୍ଲା ସଭାପତିଙ୍କୁ କୃତଜ୍ଞତା ଜଣାଇଛନ୍ତି । ଆସନ୍ତା ନିର୍ବାଚନରେ ସେ ବିଜୟୀ ହେବେ ବୋଲି ଆଶା ରଖି ଓଟିଭିକୁ ପ୍ରତିକ୍ରିୟା ଦେଇ କହିଛନ୍ତି ।
ଅଧିକ ପଢ଼ନ୍ତୁ: ଧାମନଗର ଉପନିର୍ବାଚନ: ବାବା ହରେକୃଷ୍ଣ ସେଠୀ ହେଲେ କଂଗ୍ରେସ ପ୍ରାର୍ଥୀ
ଅନ୍ୟପଟେ ବିଜେପି ପକ୍ଷରୁ ସର୍ବ ପ୍ରଥମେ ପ୍ରାର୍ଥୀ ଘୋଷଣା କରାଯାଇଛି । ସ୍ୱର୍ଗତ ବିଜେପି ନେତା ବିଣ୍ଣୁ ସେଠିଙ୍କ ପୁଅ ସୂର୍ଯ୍ୟବଂଶୀ ସୂରଜଙ୍କୁ ବିଜେପି ପ୍ରାର୍ଥୀ କରିଛି । ଏହାରି ଭିତରେ ସେ ନାମାଙ୍କନ ମଧ୍ୟ ଦାଖଲ କରିସାରିଛନ୍ତି । ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜ ରଣକ୍ଷେତ୍ରକୁ ବିଦ୍ଧିବଦ୍ଧ ଭାବେ ଓହ୍ଲାଇସାରିଛନ୍ତି । ତେବେ ସୂରଜ ନାମାଙ୍କନ ଦାଖଲ ବେଳେ ବିରାଟ ଶୋଭାଯାତ୍ରା ଆୟୋଜନ କରି ଶକ୍ତି ପ୍ରଦର୍ଶନ କରିଥିବା ବେଳେ ବିଜେଡି ଏହାକୁ କାଉଣ୍ଟର କରି ତିହିଡି ବ୍ଲକ ଗୁଆମାଳ ପଂଚାୟତ ବିଶ୍ୱନାଥପୁରଠାରେ ପଦଯାତ୍ରା କରିଥିଲା ।
ଅଧିକ ପଢ଼ନ୍ତୁ: ସ୍ୱର୍ଗତ ବିଷ୍ଣୁ ସେଠୀଙ୍କ ପୁଅ ସୂର୍ଯ୍ୟବଂଶୀ ସୂରଜ ଧାମନଗରରୁ ବିଜେପି ପ୍ରାର୍ଥୀ
ତେବେ ବିଭିନ୍ନ ଦଳର ତୁଙ୍ଗ ନେତାମାନେ ଧାମନଗରରେ ଡେରା ପକାଇ ବସିଲେଣି । ଏପରିକି ଧାମନଗର ଓ ଏହାର ଆଖପାଖ ଅଞ୍ଚଳରେ ଥିବା ବିଭିନ୍ନ ଲଜ୍ ଓ ହୋଟେଲ୍ ଗୁଡ଼ିକ ବୁକ୍ ହୋଇଗଲାଣି । ହୋଟେଲ ନମିଳିଲେ ବିଭିନ୍ନ ବ୍ୟକ୍ତି ବିଶେଷଙ୍କ ଘରକୁ ମଧ୍ୟ ଭଡ଼ା ସୂତ୍ରରେ ନିଆଯାଉଥିବା ଜଣାପଡ଼ିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)