BIG-PREPARATION Photograph: (OTV)
ଆସୁଛି ମୋନ୍ଥା। ଦେଖାଇଲାଣି ତୋଡ଼। ଗର୍ଜିଲାଣି ସମୁଦ୍ର। ଘୋଟିଲାଣି କଳାମେଘ। ବାତ୍ୟା ମୋନ୍ଥା ଆସିବା ପୂର୍ବରୁ ରାଜ୍ୟର ବିଭିନ୍ନ ଉପକୂଳ ଜିଲ୍ଲାରେ ଆଜି ଦିନ ତମାମ ଏମିତି ପରିବେଶ। ଏପଟେ ମୋନ୍ଥାର ମୁକାବିଲା ପାଇଁ ପୁରା ପ୍ରସ୍ତୁତ ଉପକୂଳବର୍ତ୍ତି ଜିଲ୍ଲା ପ୍ରଶାସନ।
ଗଞ୍ଜାମ ଜିଲ୍ଲାପାଳ ଗୋପାଳପୁର ସମେତ ଜିଲ୍ଲାର ସମ୍ବେଦନଶୀଳ ଅଞ୍ଚଳ ବୁଲି ପ୍ରସ୍ତୁତିର ଯାଞ୍ଚ୍ କରିଛନ୍ତି। ପୁରୀ ଜିଲ୍ଲା ମତ୍ସ୍ୟ ସମ୍ପଦ ବିଭାଗ ପକ୍ଷରୁ ଚିଲିକା ଉପକୂଳରେ ମାଇକ ଯୋଗେ ଚାଲିଛି ଅହରହ ପ୍ରଚାର। ଏପଟେ ପରାଦୀପରେ ବି ସଜାଗ ପ୍ରଶାସନ।
ଆଜିଠୁ ୩ ଦିନ ଧରି ସମୁଦ୍ର ଭିତରକୁ ନଯିବାକୁ ନେହରୁବଙ୍ଗଳା, ନୂଆବଜାର, ଷଣ୍ଢକୁଦ ଆଦି ଅଞ୍ଚଳରେ ମତ୍ସ୍ୟ ବିଭାଗ ଏବଂ ସାମୁଦ୍ରିକ ପୁଲିସ ପକ୍ଷରୁ ଚାଲିଛି ସତର୍କ ଅଭିଯାନ। ଏଣେ ଭୁବନେଶ୍ବରରେ ରାଜସ୍ବ ମନ୍ତ୍ରୀଙ୍କ ଘନ ଘନ ବୈଠକ। ବିଭାଗ ଓ ଜିଲ୍ଲାୱାରୀ ପ୍ରସ୍ତୁତିର ଯାଞ୍ଚ କରି ରାଜ୍ୟସ୍ବ ମନ୍ତ୍ରୀ କେହି ଭୟଭୀତ ନହେବାକୁ ପରାମର୍ଶ ଦେବା ସହ ଜିରୋ କାଜୁଆଲିଟିର ଆହ୍ବାନ ଦେଇଛନ୍ତି।
ଏପଟେ ବାତ୍ୟାରେ ଅଧିକ ପ୍ରଭାବିତ ହେବା ଆଶଙ୍କା କରାଯାଉଥିବା 5 ଜିଲ୍ଲା କୋରାପୁଟ, ମାଲକାନଗିରି, ଗଜପତି, କନ୍ଧମାଳ, ରାୟଗଡ଼ା ଜିଲ୍ଲାକୁ ଯାଇଛନ୍ତି NDRFର 5ଟି ଟିମ୍। ସମସ୍ତ ଅତ୍ୟାଧୁନିକ ସାଜ ଓ ସରଞ୍ଜାମ ସହ NDRF ଟିମକୁ ପ୍ରସ୍ତତ ରଖାଯାଇଛି।
ସେହିଭଳି ବ୍ରହ୍ମପୁର RDC ସର୍କଲରେ ୧୨୩ ଅଗ୍ନିଶମ ଟିମ୍କୁ ସଜାଗ ଅଛନ୍ତି। କଟକ RDC ସର୍କଲରେ ବି ତୟାର ରହିଛନ୍ତି ୧୪୪ ଅଗ୍ନିଶମ ଟିମ୍। ଏହିସବୁ ଟିମ୍ ପାୱାର ବୋଟ, ରବର ବୋଟ, JCB, ଗଛ କଟା ଯନ୍ତ୍ର, ପାୱାର ଚେନ, ଟେଲିସକୋପିକ ଲାଇଟ ଆଦି ଉପକରଣ ସହ ଯେକୌଣସି ପରିସ୍ଥିତିର ମୁକିବାଲା କରିବାକୁ ପ୍ରସ୍ତୁତ ରହିଛନ୍ତି। ପୁରୀରେ ୧୦୦ ଲାଇଫଗାର୍ଡ ସହ ଗୋପାଳପୁରରେ ମଧ୍ୟ ଲାଇଫ ଗାର୍ଡ ମୁତୟନ ରହିଛନ୍ତି।
ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି 8 ଜିଲ୍ଲାରେ 200 ବାତ୍ୟା ଆଶ୍ରୟସ୍ଥଳୀରେ ଲୋକଙ୍କ ଆଶ୍ରୟ ପାଇଁ ପ୍ରସ୍ତୁତି ସରିଛି। ଗଞ୍ଜାମ ଓ ଗଜପତି ଭଳି କିଛି ଜିଲ୍ଲାରେ ଗର୍ବଭତୀ ମହିଳା, ରୋଗୀ, ବୟସ୍କଙ୍କୁ ଆଗୁଆ ସୁରକ୍ଷିତ ସ୍ଥାନାନ୍ତର କରାଯାଇଛି। ଗଜପତି ଜିଲ୍ଲାରେ ୯୧ ଜଣ ଗର୍ଭବତୀଙ୍କ ସହ ୯୪୬ ଜଣ ଆଗୁଆ ବାତ୍ୟା ଆଶ୍ରୟସ୍ଥଳିକୁ ସ୍ଥାନାନ୍ତର ହୋଇଛନ୍ତି।...ଏଣେ ମୋନ୍ଥା ପ୍ରଭାବରେ ରାଜ୍ୟର ୮ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ଦୃଷ୍ଟିରୁ ଦକ୍ଷିଣ ଓଡ଼ିଶାର ୮ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା କରିଛି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ। ଆସନ୍ତାକାଲିଠୁ ୩୦ ଯାଏଁ ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ, ମାଲକାନଗିରି କନ୍ଧମାଳ, କଳାହାଣ୍ଡି ଓ ନବରଙ୍ଗପୁରରେ ବନ୍ଦ ରହିବ ସ୍କୁଲ।...
ରାଜଧାନୀ ଭୁବନେଶ୍ବରରେ ବି ମୋନ୍ଥାରୁ ମୁକାବିଲା ପାଇଁ ବିଏମସି କରିଛି ପ୍ରସ୍ତୁତି ବୈଠକ। ଭୁବନେଶ୍ବରରେ ୫୦ଟି ଆଶ୍ରୟସ୍ଥଳୀ ସାଙ୍ଗକୁ ସବୁ ସରକାରୀ ସ୍କୁଲକୁ ପ୍ରସ୍ତୁତ ରଖାଯାଇଛି। ତୁରନ୍ତ ଗଛ କଟାଯିବା ସହ ଜଳାର୍ଣ୍ଣବ ସ୍ଥିତିର ମୁକାବିଲା ପାଇଁ କର୍ମଚାରୀଙ୍କୁ ସଜାଗ ରଖାଯାଇଥିବା ମେୟର କହିଛନ୍ତି। ଆପଦକାଳୀନ ସମୟରେ ଲୋକେ ୧୯୨୯ ରେ କଲ୍ ସହ ସ୍ଥାନୀୟ କର୍ପୋରେଟରଙ୍କର ସହ ସହଯୋଗ କରିବାକୁ ପରାମର୍ଶ ଦିଆଯାଇଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/10/27/big-preparation-2025-10-27-20-53-59.jpg)