Advertisment

Heavy Rain: ପାର୍ବଣକୁ ଫିକା କରିବ ଲଘୁଚାପଜନିତ ବର୍ଷା!

ଆସନ୍ତା ଅକ୍ଟୋବର ୧ ତାରିଖ ବେଳକୁ ପୁଣି ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଆଜି ପାଇଁ ଉପକୂଳ ଓଡ଼ିଶାକୁ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

WEATHER

WEATHER Photograph: (OTV)

Advertisment

ପାର୍ବଣ ବେଳେ ପୁଣି ଆସୁଛି ଲଘୁଚାପ। ଅଷ୍ଟମୀରେ ଦାନାବାନ୍ଧିବ। ନବମୀରୁ ବର୍ଷିବ, ଦଶମୀ ବେଳକୁ ଧୋଇଦେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଆସନ୍ତା ୩୦ ବେଳକୁ ଉତ୍ତର ଆଣ୍ଡାମାନ ସାଗରରେ ଘୁର୍ଣ୍ଣିବଳୟ ସୃଷ୍ଟି ହେବ। 
ଅକ୍ଟୋବର ୧ ତାରିଖରେ ଉତ୍ତର ସଂଲଗ୍ନ କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ଲଘୁଚାପର ରୂପ ନେବ। ବିଶେଷ କରି ଦକ୍ଷିଣ ଓଡ଼ିଶା ସମେତ ଉତ୍ତର ଓଡ଼ିଶାରେ ମଧ୍ୟମରୁ ପ୍ରବଳ ବର୍ଷାର ଚେତାବନୀ ଦେଇଛି ପାଣିପାଗ ବିଭାଗ। ଏପଟେ ଅବପାତ ଯୋଗୁ ଆଉ ୨୪ ଘଣ୍ଟା ରାଜ୍ୟରେ ପ୍ରବଳ ବର୍ଷାର ଆକଳନ କରିଛି ପାଣିପାଗ ବିଭାଗ। 
ଏଥିପାଇଁ ୧୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ଦକ୍ଷିଣ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ଅବପାତ ସକ୍ରିୟ ଥିବାରୁ ପ୍ରବଳ ବର୍ଷା କାଚିଛି। ତେବେ ଆଜି ପାଇଁ ଉପକୂଳ ଓଡ଼ିଶାକୁ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ୧୧ ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ପାଇଁ ଚେତାବନୀ ଜାରି ହୋଇଛି ।

Advertisment

Weather
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ