Advertisment

Weather: ଆଜି ପ୍ରବଳ ବର୍ଷିବ.... ୧୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

ଦକ୍ଷିଣ ଆନ୍ଧ୍ର ଓ ଉତ୍ତର ତାମିଲନାଡ଼ୁ ମୁହାଁ ୱେଲମାର୍କଡ ଲୋ-ପ୍ରେସର। ଆଜି ଦୁର୍ବଳ ହୋଇ ପୁଣି ଲଘୁଚାପରେ ପରିଣତ ହୋଇପାରେ। ଦକ୍ଷିଣ ଓ ଉପକୂଳର ୧୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

WEATHER

WEATHER Photograph: (OTV)

Advertisment

ଦକ୍ଷିଣ ଆନ୍ଧ୍ର ଓ ଉତ୍ତର ତାମିଲନାଡ଼ୁ ମୁହାଁ ୱେଲମାର୍କଡ ଲୋ-ପ୍ରେସର।  ଆଜି ଦୁର୍ବଳ ହୋଇ ପୁଣି ଲଘୁଚାପରେ ପରିଣତ ହୋଇପାରେ । ତେବେ ଏହାର ପ୍ରଭାବରେ ଆଜି ଦକ୍ଷିଣ ଓଡ଼ିଶାର ୧୧ ଜିଲ୍ଲାରେ ମଧ୍ୟମ ଧରଣ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଏଥିପାଇଁ ଦକ୍ଷିଣ ଓ ଉପକୂଳ ୧୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି ।
ଏହାପରେ ୨୬ ବେଳକୁ ଦ୍ବିତୀୟ ଓ ୨୯ ବେଳକୁ ତୃତୀୟ ଲଘୁଚାପ ସୃଷ୍ଟି ହେବ ବୋଲି ଆକଳନ କରିଛନ୍ତି ପାଣିପାଗ ବିଜ୍ଞାନୀ। ତେବେ ଦ୍ବିତୀୟ ଲଘୁଚାପ ବେଶୀ ଘନୀଭୂତ ହୋଇପାରେ। ଯାହା ୨୬ ଓ ୨୭ ବେଳକୁ ସୃଷ୍ଟି ହେଇପାରେ। ଲଘୁଚାପ ସଂପର୍କରେ ଏଯାଏଁ IMD ପକ୍ଷରୁ ସ୍ପଷ୍ଟ କରାଯାଇନାହିଁ।

Advertisment

ଅଧିକ ଦେଖନ୍ତୁ:

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ