Advertisment

Twin Cyclones Form: ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ବଢ଼ିଲା ବାତ୍ୟା ଭୟ , କାଲି ହେବ ଅବପାତ... ପରେ ନେଇପାରେ ବାତ୍ୟା ରୂପ

ବାତ୍ୟା ସେନୟାର ପ୍ରଭାବ ଭାରତ କିମ୍ବା ଓଡ଼ିଶାରେ ରହିଲା ନାହିଁ। କିନ୍ତୁ ଦକ୍ଷିଣ-ପଶ୍ଚିମ ବଙ୍ଗୋପସାରରେ ସମ୍ଭାବ୍ୟ ସାଇକ୍ଲୋନ୍ ଭାରତରେ ପ୍ରକୋପ ଦେଖାଇପାରେ। କୁଆଡ଼େ ଯିବ ? କଣ ରହିବ ଗତିପଥ ? କେମିତି ପ୍ରଭାବ ଛାଡ଼ିବ।

CYCLONE-WHICH-DIRECTION

CYCLONE-WHICH-DIRECTION Photograph: (OTV)

Advertisment

ବଙ୍ଗୋପସାଗରରେ ଟୁଇନ୍ ସାଇକ୍ଲୋନ୍ ଛନକା ! ମାଲାକ୍କା ସମୁଦ୍ର ସନ୍ଧିରେ ବାତ୍ୟା 'ସେନୟାର' । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ଦାନା ବାନ୍ଧିବ ଆଉ ଗୋଟିଏ ! 

Advertisment

ମାଲାକ୍କା ପ୍ରଣାଳୀ ଉପରେ ଗଭୀର ଅବପାତ ଘନୀଭୂତ ହୋଇ ଆଜି ସାଇକ୍ଲୋନରେ ପରିଣତ ହୋଇଥିଲା। ଉତ୍ତରପୂର୍ବ ଇଣ୍ଡୋନେସିଆ ଉପରେ ସୃଷ୍ଟି ହୋଇଥିଲା ବାତ୍ୟା ସେନୟାର। ଏହା ଦକ୍ଷିଣ-ଦକ୍ଷିଣ ପଶ୍ଚିମ ଦିଗରେ ଗତି କରି ଇଣ୍ଡୋନେସିଆ ଉପକୂଳ ଆଡ଼େ ମୁହାଁଇଥିଲା। ପୂର୍ବାହ୍ଣରେ ସୁମାତ୍ରା ନିକଟରେ ସ୍ଥଳଭାଗ ଅତିକ୍ରମ କରିଛି ସେନୟାର। ଉପକୂଳ ଛୁଇଁଥିବାରୁ ଧୀରେ ଧୀରେ ଦୁର୍ବଳ ପଡ଼ିବ। ଏହାର ପ୍ରଭାବରେ ଆଜି ଓ କାଲି ଆଣ୍ଡାମାନ ନିକୋବର ଦ୍ବୀପରେ ଭୀଷଣ ବର୍ଷା ସମ୍ଭାବନା ରହିଛି।

ସେପଟେ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗର ଓ ସଂଲଗ୍ନ ଶ୍ରୀଲଙ୍କା ଉପକୂଳରେ ସୃଷ୍ଟି ଲଘୁଚାପ ନେଇପାରେ ବାତ୍ୟା ରୂପ। ଭାରତୀୟ ପାଣିପାଗ ବିଭାଗ ଆକଳନ କରିଛି, ଏହି ସିଷ୍ଟମ ଆସନ୍ତା ୨୪ ଘଣ୍ଟାରେ ଅଧିକ ଘନୀଭୂତ ହୋଇ ଅବପାତ ହେବ। ସମୁଦ୍ରକୁ ଶକ୍ତି ଜୁଟାଇ ଉତ୍ତର-ଉତ୍ତର ପଶ୍ଚିମ ଦିଗରେ ବଢ଼ିବ। ପରବର୍ତ୍ତୀ ୪୮ ଘଣ୍ଟାରେ ଆହୁରି ବଳିୟାନ ହେବ ଡିପ୍ରେସନ୍। ଏହା ଉତ୍ତର ତାମିଲନାଡୁ ଓ ପୁଡୁଚେରୀ ଉପକୂଳ ଅତିକ୍ରମ କରିବ ବୋଲି କହିଛି ଆଇଏମଡି। ... 

ବାତ୍ୟା ସେନୟାର ପ୍ରଭାବ ଭାରତ କିମ୍ବା ଓଡ଼ିଶାରେ ରହିଲା ନାହିଁ। କିନ୍ତୁ ଦକ୍ଷିଣ-ପଶ୍ଚିମ ବଙ୍ଗୋପସାରରେ ସମ୍ଭାବ୍ୟ ସାଇକ୍ଲୋନ୍ ଭାରତରେ ପ୍ରକୋପ ଦେଖାଇପାରେ। କୁଆଡ଼େ ଯିବ ? କଣ ରହିବ ଗତିପଥ ? କେମିତି ପ୍ରଭାବ ଛାଡ଼ିବ। ଓଡ଼ିଶାରେ ବର୍ଷା ହେବ କି ? କିଛି ପାଣିପାଗ ବିଜ୍ଞାନୀ ଆକଳନ କରୁଛନ୍ତି, ଶ୍ରୀଲଙ୍କା ସିଷ୍ଟମ ସାଇକ୍ଲୋନରେ ପରିଣତ ହେବାକୁ ପାଗ ଅନୁକୂଳ ରହିଛି। ୨୮-୨୯ ବେଳକୁ ଏହା ସାମୁଦ୍ରିକ ଝଡ଼ ହୋଇପାରେ। ବାତ୍ୟା ହେଲେ ତାମିଲନାଡୁ କିମ୍ବା ଦକ୍ଷିଣ ଆନ୍ଧ୍ର ଆଡକୁ ମୁହାଁଇପାରେ। ନହେଲେ ଆନ୍ଧ୍ର ଉପକୂଳ ଆଡକୁ ଯିବା ସମ୍ଭାବନା ବି ରହିଛି। ଏହାର ପ୍ରଭାବରେ ଶ୍ରୀଲଙ୍କା, ତାମିଲନାଡୁ ଓ ଦକ୍ଷିଣ ଆନ୍ଧ୍ର ଉପକୂଳରେ ଭୀଷଣ ବର୍ଷାରେ ବନ୍ୟା ଭଳି ସ୍ଥିତି ହୋଇପାରେ। କିନ୍ତୁ ଓଡ଼ିଶା ଉପରେ ଏହାର ସିଧାସଳଖ ବଡ଼ ପ୍ରଭାବ ସମ୍ଭାବନା ନାହିଁ। ବାତ୍ୟା ହେଳେ ୩୦ ତାରିଖ ବେଳକୁ କେବଳ ଦକ୍ଷିଣ ଓଡ଼ିଶାରେ କିଛି ଜିଲ୍ଲାରେ ପାଗ ଆଂଶିକ ମେଘୁଆ ରହିପାରେ। ଦକ୍ଷିଣ ଓଡ଼ିଶାରେ ହାଲୁକା ବର୍ଷା ସମ୍ଭାବନା ରହିଛି। 

ବାତ୍ୟାର ପ୍ରଭାବ ସିଧାସଳଖ ଓଡ଼ିଶାରେ ନଥିବା ବେଳେ ସପ୍ତାହେ ଯାଏ ବର୍ଷା ସମ୍ଭାବନା ନଥିବା କହିଛି ପାଣିପାଗ ବିଭାଗ। କିନ୍ତୁ ଆସନ୍ତା ୨ ଦିନରେ ରାତିର ସର୍ବନିମ୍ନ ତାପମାତ୍ରାରେ ୨-୩ ଡ଼ିଗ୍ରୀ ସେଲସିୟସ୍ ଖସିପାରେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ