Advertisment

Triple Cyclone Threat: ସମୁଦ୍ରରେ ଗର୍ଜନ କରୁଛି ୩ ଲଘୁଚାପ ! ଟାର୍ଗେଟରେ ଅଛି କି ଓଡ଼ିଶା ?

୨୬ ବର୍ଷ ପରେ ପୁଣିଥରେ ଓଡ଼ିଶାକୁ ଗ୍ରାସିଲାଣି ୧୯୯୯ ମହାବାତ୍ୟା ଡର। କାରଣ କିଛିଦିନ ସମୁଦ୍ରରେ ୨ଟି ଲଘୁଚାପ ହେବା କଥା ଚର୍ଚ୍ଚା ହେଉଥିଲା। ହେଲେ ଏବେ ପାଣିପାଗ ବିଜ୍ଞାନୀ ଆକଳନ କଲେଣି ଚଳିତ ମାସ ଶେଷକୁ ସମୁଦ୍ରରୁ ମାଡ଼ିଆସିବ ପଛକୁ ପଛ ତିନି ତିନିଟି ଲଘୁଚାପ।

Cyclone

Cyclone Photograph: (OTV)

Advertisment

୨୬ ବର୍ଷ ପରେ ପୁଣିଥରେ ଓଡ଼ିଶାକୁ ଗ୍ରାସିଲାଣି ୧୯୯୯ ମହାବାତ୍ୟା ଡର। କାରଣ କିଛିଦିନ ସମୁଦ୍ରରେ ୨ଟି ଲଘୁଚାପ ହେବା କଥା ଚର୍ଚ୍ଚା ହେଉଥିଲା। ହେଲେ ଏବେ ପାଣିପାଗ ବିଜ୍ଞାନୀ ଆକଳନ କଲେଣି ଚଳିତ ମାସ ଶେଷକୁ ସମୁଦ୍ରରୁ ମାଡ଼ିଆସିବ ପଛକୁ ପଛ ତିନି ତିନିଟି ଲଘୁଚାପ। ବର୍ତ୍ତମାନ ଗୋଟିଏ ଲଘୁଚାପ ପ୍ରଭାବରେ ରାଜ୍ୟରେ ମଧ୍ୟମ ଧରଣର ବର୍ଷା ହେଉଛି। ହେଲେ ଆଗକୁ ତା ପଛକୁ ପଛ ୨୬ରେ ଦ୍ବିତୀୟ ଓ ୨୯ରେ ତୃତୀୟ ଲଘୁଚାପ ଆସିଯିବାର ସମ୍ଭାବନା ରହିଛି। ହେଲେ ଦ୍ବିତୀୟ ଅପେକ୍ଷା ତୃତୀୟଟି ଅଧିକ ଶକ୍ତିଶାଳୀ ହେବା ଭଳି ଜଣାପଡୁଛି। ଯେହେତୁ ଏବେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଫେରିଛି ଓ ଉତ୍ତର-ପୂର୍ବ ମୌସୁମୀ ଶକ୍ତିଶାଳୀ ହେଉଛି, ତେଣୁ ଅକ୍ଟୋବର ହିଁ ଲଘୁଚାପକୁ ବାତ୍ୟାରେ ପରିଣତ କରାଇବାର ପ୍ରକୃଷ୍ଟ ସମୟ ବୋଲି ଆକଳନ କରୁଛନ୍ତି ପାଣିପାଗ ବିଜ୍ଞାନୀ ।

Advertisment

ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା କଥା ସ୍ପଷ୍ଟ କରିଛି ଆଞ୍ଚଳିକ ପାଣିପାଗ ବିଭାଗ। ସମୁଦ୍ର ଭିତରେ ଅଧିକ ବଳ ଗୋଟାଇ ଏହା ଅବପାତରେ ପରିଣତ ହେବ। ଏହା ପ୍ରଭାବରେ ଆସନ୍ତା ୨୭ ଯାଏଁ ରାଜ୍ୟରେ ବର୍ଷା ସମ୍ଭାବନା ରହିଛି। ସେହିପରି ଆଜି ଉପକୂଳ ଓ ଦକ୍ଷିଣ ଓଡ଼ିଶାର ଅଧିକାଂଶ ଜିଲ୍ଲାରେ ବର୍ଷା ହେବାର ଆଶଙ୍କା ରହିଛି । 



ଆଇଏମଡି ପକ୍ଷରୁ ବାତ୍ୟା ନେଇ କୌଣସି ସ୍ପଷ୍ଟ ସୂଚନା ଦିଆଯାଇନାହିଁ। ହେଲେ ସାମ୍ଭାବ୍ୟ ବିପଦକୁ ଆଖି ଆଗରେ ରଖି ରାଜ୍ୟ ସରକାର ଆଗୁଆ ଅଣ୍ଟା ଭିଡ଼ିଛନ୍ତି। ସମ୍ଭାବ୍ୟ ବାତ୍ୟା ଓ ଲଘୁଚାପଜନିତ ବର୍ଷା ନେଇ ପ୍ରଶାସନ ଆଲର୍ଟରେ ଥିବା ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି। ୯୯ ଭଳି ବାତ୍ୟା ଆସିଲେ ବି ସ୍ଥିତିର ମୁକାବିଲା ପାଇଁ ଆମେ ପ୍ରସ୍ତୁତ ବୋଲି ସେ ରାଜ୍ୟବାସୀଙ୍କୁ ଆଶ୍ୱାସନା ଦେଇଛନ୍ତି ।

ଆଉ ସପ୍ତାହେ ପରେ ଓଡ଼ିଶା ଉପକୂଳକୁ ଛାରଖାର କରିଥିବା ମହାବାତ୍ୟାକୁ ପୁରିବ ୨୬ ବର୍ଷ। ସେତେବେଳେ ବି ଥିଲା ସେହି ଅକଟୋବର ମାସ। ଏପଟେ ଆମେରିକାନ ମଡେଲ୍ ଏବଂ ୟୁରୋପିଆନ୍ ମଡେଲ୍ ମଧ୍ୟ ଅକ୍ଟୋବର ଶେଷ ସୁଦ୍ଧା ବଙ୍ଗୋପସାଗରରେ ବାତ୍ୟା ଇସାରା ଦେଇଛନ୍ତି। ତେବେ ଯଦି ଏହା ସତ ହୁଏ ତେବେ ଏହା କେତେ ଶକ୍ତିଶାଳୀ ହେବ ତାହା ସମୟ ହିଁ କହିବ।              

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ