Advertisment

Titli’s Ghost Returns: ମନେ ପକାଇଲା ୨୦୧୮ ମସିହା ଗଙ୍ଗାବାଡ଼ ଅଘଟଣ , ପାହାଡ଼ି ଇଲାକାର ମଣିଷଙ୍କୁ ଭୂସ୍ଖଳନରୁ ବଞ୍ଚାଇବାକୁ ଉଦ୍ୟମ

ଗଜପତି ଜିଲ୍ଲାର ବିଭିନ୍ନ ବ୍ଲକରେ ୧୩୯ଟି ଭୂସ୍ଖଳନ ପ୍ରବଣ ଅଞ୍ଚଳ ଚିହ୍ନଟ କରାଯିବା ସହ ୯୪୦ ଜଣଙ୍କୁ ସ୍ଥାନାନ୍ତର କରାଗଲାଣି। ଏବେ ବି ଜାରି ରହିଛି ପ୍ରକ୍ରିୟା। ଶୁଖିଲା ଖାଦ୍ୟ ସାମଗ୍ରୀ ମହଜୁଦ ରଖାଯାଇଛି।

FEAR-TO-HILLY-AREAS

FEAR-TO-HILLY-AREAS Photograph: (OTV)

Advertisment

ସ୍ଥଳଭାଗ ଛୁଇଁନି ବାତ୍ୟା ‘ମୋନ୍ଥା’। ତା’ଆଗରୁ କିନ୍ତୁ ପ୍ରଳୟର ଆଭାସ। ମୂଷଳଧାରାରେ ଛେଚିଲାଣି ବର୍ଷା। ବେଗ ଧରିଲାଣି ପବନ। ଘୋଟି ଆସିଲାଣି ଅନ୍ଧାର। ଦକ୍ଷିଣ ଓଡ଼ିଶାର ପାର୍ବତ୍ୟାଞ୍ଚଳରେ ଏବେ ଏଭଳି ଦୃଶ୍ୟ ଇସାରା କରୁଛି, ଲ୍ୟାଣ୍ଡଫଲ୍ ପରେ କେମିତି ରୂପ ଦେଖାଇବ ବାତ୍ୟା।

Advertisment

ଅଣଚାଷ ପବନ ବହି ପ୍ରବଳ ବର୍ଷା ଯଦି ହୁଏ, ତାହେଲେ ପାହାଡ଼ି ଇଲାକାର ଏସବୁ ଗାଁ ଆଉ ଘର କ୍ଷତିଗ୍ରସ୍ତ ହେବାର ଆଶଙ୍କା ରହିଛି। ତେଣୁ ସମ୍ଭାବ୍ୟ ବିପଦକୁ ଟାଳିବା ପାଇଁ ଓଡ୍ରାଫ୍ ଓ ଅଗ୍ନିଶମ ବାହିନୀ ଜାରି ରଖିଛନ୍ତି ପ୍ରାଣମୂର୍ଛା ଉଦ୍ୟମ। ଗଜପତି ଜିଲ୍ଲା ଆର୍.ଉଦୟଗିରି ବ୍ଲକ ବାଦପୁର ଗାଁ। ବୋଟରେ ବାଦପୁର ଗାଁର ଗର୍ଭବତୀ ସୁନୀତା ଦଳାଇଙ୍କୁ କେମିତି ନଦୀ ପାର କରିଛି ଅଗ୍ନିଶମ ବାହିନୀ। ଆଉ ସୁରକ୍ଷିତ ଭାବେ ମାଁ ଗୃହରେ ରଖିଛି। 

ଗଜପତି ଜିଲ୍ଲାର ଗଙ୍ଗାବାଡ଼ ଅଞ୍ଚଳ । ଯେଉଁ ଅଞ୍ଚଳରେ ୧୮ ଜୀବନ ନେଇଥିଲା ତିତଲି ବାତ୍ୟା, ସେହି ଇଲାକାରେ ଏଥର ବାତ୍ୟାରେ ପାହାଡ଼ ଧସିବାର ଆଶଙ୍କା ରହିଛି। ତେଣୁ ଗଙ୍ଗାବାଡ଼ ପଞ୍ଚାୟତ ଛାମୁଣ୍ଡିଆ, ଶଗଡ଼ିଆ, ସାନ ଦେଉଡା, ବୁରୁସିଙ୍ଗରେ ଆଶ୍ରୟସ୍ଥଳ କରାଯାଇଛି। ଲୋକଙ୍କୁ ପାହାଡ଼ ଅଞ୍ଚଳରୁ ଉଦ୍ଧାର କରି ରଖାଯାଉଛି। 

ଗଜପତି ଜିଲ୍ଲାର ବିଭିନ୍ନ ବ୍ଲକରେ ୧୩୯ଟି ଭୂସ୍ଖଳନ ପ୍ରବଣ ଅଞ୍ଚଳ ଚିହ୍ନଟ କରାଯିବା ସହ ୯୪୦ ଜଣଙ୍କୁ ସ୍ଥାନାନ୍ତର କରାଗଲାଣି। ଏବେ ବି ଜାରି ରହିଛି ପ୍ରକ୍ରିୟା। ଶୁଖିଲା ଖାଦ୍ୟ ସାମଗ୍ରୀ ମହଜୁଦ ରଖାଯାଇଛି। ଆବଶ୍ୟକ ସ୍ଥଳେ ରନ୍ଧା ଖାଦ୍ୟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ। 

ଗଜପତି ଭଳି ଗଞ୍ଜାମ ଜିଲ୍ଲାର ପାହାଡ଼ି ଇଲାକାରେ ବି ବଢ଼ିଛି ଭୂସ୍ଖଳନର ଭୟ। ବିଶେଷ କରି ଦିଗପହଣ୍ଡି ଏବଂ ପାତ୍ରପୁର ବ୍ଲକରେ ଯୁଦ୍ଧକାଳୀନ ଭିତ୍ତିରେ ସତର୍କତାମୂଳକ ପଦକ୍ଷେପ ସ୍ବରୂପ ଜାରି ରହିଛି ରେସ୍କୁ ଅପରେସନ୍। ୪୨ଟି ପାହାଡ଼ିଆ ଗାଁରୁ ପ୍ରାୟ ୩ଶହ ଲୋକଙ୍କୁ ସ୍ଥାନାନ୍ତର କରି ବାତ୍ୟା ଆଶ୍ରୟସ୍ଥଳୀ ଗୁଡ଼ିକରେ ରଖାଯାଇଛି। ଗର୍ଭବତୀ ଏବଂ ଆସନ୍ନ ପ୍ରସବାଙ୍କୁ ମେଡ଼ିକାଲରେ ରଖାଯାଇଥିବାବେଳେ ବୃଦ୍ଧବୃଦ୍ଧାଙ୍କ ସହ ଛୋଟ ପିଲା ଓ ମହିଳାଙ୍କୁ ରଖାଯାଇଛି ଆଶ୍ରୟସ୍ଥଳୀରେ।

Advertisment

ସେହିପରି ମାଲକାନଗିରି ଜିଲ୍ଲାରେ ଚିହ୍ନଟ ୨୫୪ ଜଣଙ୍କ ମଧ୍ୟରୁ ଦେଢ଼ଶହରୁ ଅଧିକ ଗର୍ଭବତୀଙ୍କୁ ମା’ ଗୃହକୁ ଅଣାଯାଇଛି। ସେପଟେ କଳିଙ୍ଗା ଘାଟି ରାସ୍ତାରେ ଗମନାଗମନ ବନ୍ଦ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଗଞ୍ଜାମ ଜିଲ୍ଲାପାଳ। 

ଦକ୍ଷିଣ ଓଡ଼ିଶା ଉପରେ ଆଖି ପକାଇଛି ଆନ୍ଧ୍ର ମୁହାଁ ବାତ୍ୟା ‘ମୋନ୍ଥା’। ପୂର୍ବ ବର୍ଷ ଗୁଡ଼ିକରେ ହୁଡହୁଡ୍ ଏବଂ ତିତିଲି ପାହାଡ଼ି ଇଲାକାରେ ରଚିଥିଲା ତାଣ୍ଡବ। ଏଥର ବାତ୍ୟାରେ ବି ମାଲକାନଗିରି, ଗଜପତି, ରାୟଗଡ଼ା, ଗଞ୍ଜାମ, କନ୍ଧମାଳ ଓ କଳାହାଣ୍ଡି ଯାଏଁ ଘାରିଛି ଭୂସ୍ଖଳନର ଭୟ। ଯାହା ରେସ୍କୁ ଟିମ୍ ପାଇଁ ବଡ଼ ଆହ୍ବାନ। ତେଣୁ ଗଜପତି ଜିଲ୍ଲାର ଆର୍.ଉଦୟଗିରି, ଗୁମ୍ମା, ରାୟଗଡ଼, ମୋହନା, ମାଲକାନଗିରି ଜିଲ୍ଲାର ଖଇରପୁଟ, ମୁଦୁଲିପଡ଼ା, ଚିତ୍ରକୋଣ୍ଡା, କଳାହାଣ୍ଡିର ଥୁଆମୂଳ ରାମପୁର, କନ୍ଧମାଳ-ଗଞ୍ଜାମ ସୀମାନ୍ତ କଳିଙ୍ଗାଘାଟି ରେସ୍କ୍ୟୁ ଟିମର ଫୋକସରେ ରହିଛି। ଏସବୁ ସ୍ଥାନରେ ୧୩୦ଟି ରେସ୍କୁ ଟିମକୁ ନିୟୋଜିତ କରାଯାଇଥିବା ଅଗ୍ନିଶମ ଡିଜି ସୂଚନା ଦେଇଛନ୍ତି। 

 ରାଜ୍ୟ ସରକାରଙ୍କ ଲକ୍ଷ୍ୟ ଜିରୋ କାଜୁଆଲିଟି। ଆଉ ଯୁଦ୍ଧକାଳୀନ ପ୍ରସ୍ତୁତି ଭିତରେ ସମସ୍ତଙ୍କ ନଜର, ଭୂସ୍ଖଳନର ଆଶଙ୍କା ଥିବା ପାହାଡ଼ି ଇଲାକା ଉପରେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ