Cyclone-Warning Photograph: (OTV)
ବାତ୍ୟା ନେଇ ବିଭିନ୍ନ ମଡେଲର ଅନୁମାନ । ଅକ୍ଟୋବରରେ ଡରାଇଥିଲା ମୋନ୍ଥା । ଠିକ୍ ମାସେ ପରେ ନଭେମ୍ବର ୨୭ ତାରିଖ ବେଳକୁ ବଙ୍ଗୋପସାଗରରେ ପୁଣି ଗୋଟିଏ ବାତ୍ୟା ଆସିବା ନେଇ କରାଗଲାଣି ଆକଳନ । ପାଣିପାଗ ବିଭାଗର ପୂର୍ବାନୁମାନ କହୁଛି, ୨୨ ତାରିଖରେ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହେବ ଏକ ଲଘୁଚାପ ।
୨୪ ତାରିଖରେ ନେବ ଅବପାତର ରୂପ । ୪୮ ଘଣ୍ଟାରେ ଆହୁରି ବଳ ଗୋଟାଇ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ଅଧିକ ଘନୀଭୂତ ହେବ ଏବଂ ୨୬ ତାରିଖ ବେଳକୁ ଏହା ବାତ୍ୟାର ରୂପ ନେଇପାରେ । ୨୮ ତାରିଖ ବେଳକୁ ସ୍ଥଳଭାଗ ଛୁଇଁପାରେ ବୋଲି ଅନୁମାନ କରୁଛନ୍ତି ପାଣିପାଗ ବିଶେଷଜ୍ଞ ।
ଲଘୁଚାପ ଅବପାତରେ ପରିଣତ ହେବା ପରେ କେତେ ଶକ୍ତିଶାଳୀ ହେବ ? କଣ ପ୍ରଭାବ ରହିବ ? ସ୍ଥଳଭାଗ ଆଡକୁ ମାଡିଆସିବ କି ? ସେନେଇ କିଛି ସ୍ପଷ୍ଟ ସୂଚନା ନାହିଁ । ପାଣିପାଗ ବିଭାଗ ପକ୍ଷରୁ ମଧ୍ୟ ଏନେଇ ସ୍ପଷ୍ଟ କରାଯାଇନି । ହେଲେ ଅବେଳରେ ଲଘୁଚାପ ହେଉଥିବାରୁ ବଢିଛି ବାତ୍ୟା ଆଶଙ୍କା ।
ସେହିପରି ବିଶେଷଜ୍ଞଙ୍କ ଅନୁମାନ ଯେ, ବାତ୍ୟା ସୃଷ୍ଟି ହେଲେ ଏହା ଆନ୍ଧ୍ର ମୁହାଁ ହୋଇପାରେ । କିନ୍ତୁ ଓଡିଶା ଉପରେ ରହିବ ବିଶେଷ ପ୍ରଭାବ । ୩ରୁ ୪ ଦିନ ଧରି ଦକ୍ଷିଣ, ଉପକୂଳ ଓ ଆଭ୍ୟନ୍ତରୀଣ ଓଡିଶାରେ କାଚିପାରେ ପ୍ରବଳ ବର୍ଷା ।
ରାଜ୍ୟରେ ଏବେ ସାମାନ୍ୟ କମିଛି ଶୀତ । ରାଜଧାନୀ ଭୁବନେଶ୍ୱରରୁ ପୂରାପୂରି ଶୀତ ଗାଏବ । ଅନ୍ୟପଟେ ବର୍ଷା ସମ୍ଭାବନାକୁ ନେଇ ଆତଙ୍କିତ ହେଲେଣି ଚାଷୀକୂଳ । ବର୍ତ୍ତମାନ ଧାନ ପାଚିବା ସମୟ । ବର୍ଷା ହେଲେ ଫସଲ ବ୍ୟାପକ କ୍ଷତିଗ୍ରସ୍ତ ହେବାର ଆଶଙ୍କା ରହିଛି ।
ଭୁବନେଶ୍ୱରରୁ ଅର୍ଚ୍ଚନା ଶତପଥିଙ୍କ ରିପୋର୍ଟ, ଓଟିଭି
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/11/20/cyclone-warning-2025-11-20-18-03-09.jpg)