Advertisment

Temperatures Rise Across Odisha: ରାଜ୍ୟରେ ଧୀରେଧୀରେ ବଦଳୁଛି ପାଗ, ଆଗକୁ ବଢିପାରେ ତାପମାତ୍ରା

ରାଜ୍ୟରେ ଧୀରେଧୀରେ ବଦଳୁଛି ପାଗ। କମୁଛି ଶୀତ, ବଢ଼ୁଛି ତାପମାତ୍ରା। ଭୋର ସମୟରେ ଅନେକ ସ୍ଥାନରେ କୁହୁଡ଼ି। ଆସନ୍ତା ସପ୍ତାହେ ଯାଏଁ ପାଗ ମୁଖ୍ୟତଃ ଶୁଖିଲା ରହିବ।

Winter Update

Winter Update Photograph: (OTV)

Advertisment

ଆସିଲାଣି ବସନ୍ତ । ରାଜ୍ୟରେ ଧୀରେଧୀରେ ବଦଳୁଛି ପାଗ । କମୁଛି ଶୀତ, ବଢ଼ୁଛି ତାପମାତ୍ରା। ଭୋର ସମୟରେ ଅନେକ ସ୍ଥାନରେ କୁହୁଡ଼ି ପଡ଼ୁଥିଲେ ମଧ୍ୟ ଦିନ ବେଳା ଖରା ଅଧିକ ହେବାରେ ଲାଗିଛି । ବର୍ତ୍ତମାନ ରାଜ୍ୟରେ କୌଣସି ପାଣିପାଗ ନିୟାମକ ସକ୍ରିୟ ନଥିବାରୁ ଆସନ୍ତା ସପ୍ତାହେ ଯାଏଁ ପାଗ ମୁଖ୍ୟତଃ ଶୁଖିଲା ରହିବ ।

Advertisment

ତାପମାତ୍ରାରେ କୌଣସି ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ । ଶୀତକୁ ନେଇ କୌଣସି ସତର୍କ ସୂଚନା ନଥିବା ବେଳେ ୨୬ ତାରିଖ ଯାଏଁ କିଛି କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର କୁହୁଡି ପଡ଼ିବା ନେଇ ଆକଳନ କରିଛି ପାଣିପାଗ କେନ୍ଦ୍ର । ଗତକାଲି ୧୯ ସହରର ଦିନ ତାପମାତ୍ରା ୩୦ ଡିଗ୍ରୀ ଉପରେ ରହିଥିଲା । 

ଭୁବେଶ୍ବରରେ ସର୍ବାଧିକ ୩୨.୩ ଡିଗ୍ରୀ ତାତି ରେକର୍ଡ ହୋଇଥିଲା । ତା ପଛକୁ ରହିଥିଲା ଝାରସୁଗୁଡ଼ା ଓ ପାରାଦୀପ । ଆଗକୁ ତାପମାତ୍ରା ୩ରୁ ୪ ଡିଗ୍ରୀ ବଢିପାରେ ବୋଲି ପାଣିପାଗ ବିଶେଷଜ୍ଞ ଆକଳନ କରିଛନ୍ତି ।

Advertisment

ଆସିଲାଣି ବସନ୍ତ, କମୁଛି ଶୀତ
ରାଜ୍ୟରେ ଧୀରେଧୀରେ ବଦଳୁଛି ପାଗ
କମୁଛି ଶୀତ, ବଢ଼ୁଛି ତାପମାତ୍ରା
ଭୋର ସମୟରେ ଅନେକ ସ୍ଥାନରେ କୁହୁଡ଼ି
ଆସନ୍ତା ସପ୍ତାହେ ଯାଏଁ ପାଗ ମୁଖ୍ୟତଃ ଶୁଖିଲା ରହିବ
ଗତକାଲି ୧୯ ସହରର ତାପମାତ୍ରା ୩୦ ଡିଗ୍ରୀ ଉପରେ ରହିଥିଲା
ଭୁବେଶ୍ବରରେ ସର୍ବାଧିକ ୩୨.୩ ଡିଗ୍ରୀ ତାତି ରେକର୍ଡ ହୋଇଥିଲା 
ଆଗକୁ ତାପମାତ୍ରା ୩ରୁ ୪ ଡିଗ୍ରୀ ବଢିପାରେ

Winter Weather Update
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ