LAND-FALL Photograph: (OTV)
ଭୀଷଣ ବାତ୍ୟା ‘ମୋନ୍ଥା’ର ଲ୍ୟାଣ୍ଡଫଲ ପ୍ରକ୍ରିୟା ଆରମ୍ଭ । କାକିନାଡ଼ା ଦେଇ ଅତିକ୍ରମ କରୁଛି ବାତ୍ୟା ‘ମୋନ୍ଥା’ । ଓଟିଭିକୁ ସୂଚନା ଦେଲେ IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ର । ୩ରୁ ୪ ଘଣ୍ଟା ପର୍ଯ୍ୟନ୍ତ ଚାଲିବ ଲ୍ୟାଣ୍ଡଫଲ୍ ପ୍ରକ୍ରିୟା । ପବନର ବେଗ ୯୦ରୁ ୧୦୦ କିମି ପର୍ଯ୍ୟନ୍ତ ରହିଛି ।
ବାତ୍ୟା ମୋନ୍ଥା ପାଇଁ ରେଡ୍ ଆଲର୍ଟରେ ଦକ୍ଷିଣ ଓଡ଼ିଶା । ବାତ୍ୟା ମୁକାବିଲା ପାଇଁ ସଜାଗ ଜିଲ୍ଲା ପ୍ରଶାସନ । ପ୍ରଭାବିତ ଆଶଙ୍କା ଥିବା ଅଞ୍ଚଳରୁ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରଣ କରାଯାଇଛି । ଗ୍ରାଉଣ୍ଡରେ ମୁତୟନ ରହିଛନ୍ତି ୧୪୦ଟି ଟିମ୍ । ସରକାର ଜିରୋ କାଜୁଆଲିଟି ମିଶନରେ କାମ କରୁଛନ୍ତି । ଏହାସହ ଉପକୂଳ ଓଡ଼ିଶାରେ ବି ବଦଳିଛି ପାଗ । ରାଜଧାନୀ ଭୁବନେଶ୍ବର ସହ ଭଦ୍ରକ, ଯାଜପୁର, ବାଲେଶ୍ୱର ଓ କେନ୍ଦ୍ରାପଡ଼ା ଜିଲ୍ଲାର କିଛି ଅଞ୍ଚଳରେ ବର୍ଷା ହେଉଛି। ତେବେ ବାତ୍ୟା ମୋନ୍ଥାକୁ ନେଇ ଭୟଭୀତ ନହେବା ଓ ଗୁଜବକୁ ବିଶ୍ବାସ ନକରିବାକୁ ଲୋକଙ୍କୁ ଅପିଲ କରିଛନ୍ତି ସରକାର ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/10/28/land-fall-2025-10-28-19-45-42.jpg)