Advertisment

Severe Cold Wave Hits Odisha: ଶୀତ ସାଙ୍ଗକୁ କଲବଲ କରୁଛି ଘନ କୁହୁଡ଼ି, ୧୦ ଡିଗ୍ରୀ ତଳେ ୧୦ରୁ ଅଧିକ ସହର

ଜାଡ଼ରେ ଥରହର ସାରା ଓଡ଼ିଶା। ଜାଡ଼ ମାଡ଼ରେ ଥରୁଛି ସାରା ଓଡ଼ିଶା। ୧୦ ଡିଗ୍ରୀ ତଳେ ୧୦ରୁ ଅଧିକ ସହରରେ ପାରଦ। ଥରୁଛି ଜି.ଉଦୟଗିରି, ଦାରିଙ୍ଗବାଡ଼ି, ଫୁଲବାଣୀ।

Winter

Winter Photograph: (OTV)

Advertisment

ଜାଡ଼ ମାଡ଼ରେ ଥରୁଛି ସାରା ଓଡ଼ିଶା। ନୂଆବର୍ଷ ଯାଏଁ ଶୀତରେ କୌଣସି ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ । ୧୦ ଡିଗ୍ରୀ ତଳେ ରହିଛି ୧୦ରୁ ଅଧିକ ସହରର ପାରଦ। କନ୍ଧମାଳ ଜିଲ୍ଲାରେ ଜାଡ଼ ଭାଙ୍ଗୁଛି ହାଡ଼। ଜି. ଉଦୟଗିରି ରାଜ୍ୟର ସବୁଠାରୁ ଥଣ୍ଡା ସ୍ଥାନ ପାଲଟିଛି। 

Advertisment

ସେହିପରି ଦାରିଙ୍ଗବାଡି ଓ ଫୁଲବାଣୀରେ ମଧ୍ୟ ପ୍ରବଳ ଥଣ୍ଡା ଅନୁଭୂତ ହେଉଛି। ଏହି ଦୁଇଟି ଜାଗାରେ ସର୍ବନିମ୍ନ ତାପମାତ୍ରା ୬ ଡିଗ୍ରୀ ସେଲସିୟସ୍ ଯାଏଁ ଖସିଛି। ଝାରସୁଗୁଡାରେ ଡିସେମ୍ବରର ଚତୁର୍ଥ ସର୍ବନିମ୍ନ ରାତ୍ରି ତାପମାତ୍ରା ରେକର୍ଡ ହୋଇଛି। ଝାରସୁଗୁଡ଼ାରେ ସର୍ବନିମ୍ନ ରାତ୍ରି ତାପମାତ୍ରା ରହିଛି ୬.୫ ଡିଗ୍ରୀ ସେଲସିୟସ୍। 

ଗତ ୧୫ ବର୍ଷରେ ଝାରସୁଗୁଡାରେ ଏହା ସର୍ବନିମ୍ନ ତାପମାତ୍ରା। ସାରା ରାଜ୍ୟକୁ ଶୀତ ଲହରି ଅସ୍ତବ୍ୟସ୍ତ କରୁଥିବା ବେଳେ ଦକ୍ଷିଣ ଓ ପଶ୍ଚିମରେ ଅନୁଭୂତ ହେଉଛି ଅସହ୍ୟ ଜାଡ଼। ସେହିପରି ଆଗାମୀ ୫ ଦିନ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ କୁହୁଡ଼ି ଲାଗିରହିବ ବୋଲି ଆକଳନ କରିଛି ପାଣିପାଗ କେନ୍ଦ୍ର।

Advertisment

ଜାଡ଼ରେ ଥରହର ସାରା ଓଡ଼ିଶା
ଜାଡ଼ ମାଡ଼ରେ ଥରୁଛି ସାରା ଓଡ଼ିଶା
୧୦ ଡିଗ୍ରୀ ତଳେ ୧୦ରୁ ଅଧିକ ସହରରେ ପାରଦ
ଥରୁଛି ଜି.ଉଦୟଗିରି, ଦାରିଙ୍ଗବାଡ଼ି, ଫୁଲବାଣୀ
ଶୀତ ସାଙ୍ଗକୁ କଲବଲ କରୁଛି ଘନ କୁହୁଡ଼ି
ଆଗାମୀ ୫ ଦିନ କୁହୁଡ଼ି ସତର୍କତା ଜାରି  
ନୂଆବର୍ଷ ଯାଏଁ ତାପମାତ୍ରାରେ ହେବନି ପରିବର୍ତ୍ତନ
ନୂଆବର୍ଷ ପରେ ରାତି ତାପମାତ୍ରା ୨-୩ ଡିଗ୍ରୀ ବଢ଼ିପାରେ

Severe Cold Wave
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ