Advertisment

Severe Cold Wave Grips Odisha: ଜାରି ରହିଛି ଶୀତ ଲହରି, ଜି. ଉଦୟଗିରି ରାଜ୍ୟର ସବୁଠୁ ଥଣ୍ଡା ସହର

ହାଡ଼ଭଙ୍ଗା ଜାଡ଼ରେ ଥରୁଛି ସାରା ଓଡ଼ିଶା। ଆସନ୍ତା ଦିନେ ଦୁଇ ଦିନ ଯାଏଁ ଜାରି ରହିବ ଶୀତ ଲହରି। ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ, ବିଭିନ୍ନ ଜିଲ୍ଲାରେ ପାରଦ ୧୦ ଡିଗ୍ରୀ ତଳକୁ ଖସିପାରେ।

Cold Wave

Cold Wave Photograph: (OTV)

Advertisment

ହାଡ଼ଭଙ୍ଗା ଜାଡ଼ରେ ଥରୁଛି ସାରା ଓଡ଼ିଶା। ଆସନ୍ତା ଦିନେ ଦୁଇ ଦିନ ଯାଏଁ ଜାରି ରହିବ ଶୀତ ଲହରି। ଏନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ବିଶେଷ କରି ଦକ୍ଷିଣ, ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶାକୁ ଥଣ୍ଡା କଲବଲ କରିବ। ବିଭିନ୍ନ ଜିଲ୍ଲାରେ ପାରଦ ୧୦ ଡିଗ୍ରୀ ତଳକୁ ଖସିପାରେ। 

Advertisment

ଏବେ ୧୦ ଡିଗ୍ରୀ ତଳେ ରାଜ୍ୟର ୧୬ ସହରର ତାପମାତ୍ରା। ଜି. ଉଦୟଗିରି ରାଜ୍ୟର ସବୁଠୁ ଥଣ୍ଡା ସହର ଭାବେ ୩.୧ ଡିଗ୍ରୀ ରେକର୍ଡ ହୋଇଛି। ସେହିପରି ସେମିଳିଗୁଡ଼ାରେ ୪.୬, ଫୁଲବାଣୀ ୫.୫, ଦାରିଙ୍ଗବାଡ଼ି ୬ ଡିଗ୍ରୀ, କୋରାପୁଟ ୬.୫, ଚିପିଲିମା ୭.୮, ନବରଙ୍ଗପୁର ଓ ରାଉରକେଲା ୮ ଡିଗ୍ରୀ ରହିଥିଲା ସର୍ବନିମ୍ନ ତାପମାତ୍ରା। 

ଝାରସୁଗୁଡ଼ା ୮.୨, ଭବାନୀପାଟଣା ୮.୫, ଅନୁଗୁଳ ୯, କିରେଇ ୯.୨ ଡିଗ୍ରୀ, ଢେଙ୍କାନାଳ, ରାୟଗଡ଼ା, ବୌଦ୍ଧ ଓ ସୁନ୍ଦରଗଡ଼ ତାପମାତ୍ରା ୧୦ ଡିଗ୍ରୀ ସେଲସିୟସ୍ ରେକର୍ଡ ହୋଇଛି।

Advertisment

•    ହାଡ଼ଭଙ୍ଗା ଜାଡ଼ରେ ଥରୁଛି ସାରା ଓଡ଼ିଶା
•    ଆସନ୍ତା ଦିନେ ଦୁଇ ଦିନ ଯାଏଁ ଜାରି ରହିବ ଶୀତ ଲହରି
•    ଦକ୍ଷିଣ, ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶାକୁ ଥଣ୍ଡା କଲବଲ କରିବ
•    ବିଭିନ୍ନ ଜିଲ୍ଲାରେ ପାରଦ ୧୦ ଡିଗ୍ରୀ ତଳକୁ ଖସିପାରେ
•    ୧୦ ଡିଗ୍ରୀ ତଳେ ରାଜ୍ୟର ୧୬ ସହରର ତାପମାତ୍ରା
•    ଜି. ଉଦୟଗିରି ରାଜ୍ୟର ସବୁଠୁ ଥଣ୍ଡା ସହର ଭାବେ ୩.୧ ଡିଗ୍ରୀ ରେକର୍ଡ

Cold Wave
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ