WEATHER Photograph: (OTV)
ଜାଡ଼ରେ ଥରୁଛି ସାରା ଓଡ଼ିଶା। ସାରା ରାଜ୍ୟରେ ଜାରି ରହିଛି ଶୀତ ଲହରି। ଆଭ୍ୟନ୍ତରୀଣ ଓ ଦକ୍ଷିଣ ଓଡିଶାରେ ପ୍ରବଳ ଜାଡ ଅନୁଭୂତ ହେଉଛି। ଆସନ୍ତା ସପ୍ତାହେ ଯାଏଁ ରାଜ୍ୟରେ ରାତିର ତାପମାତ୍ରାରେ ବିଶେଷ ପରିବର୍ତ୍ତନ ସମ୍ଭାବନା ନାହିଁ।
ଗତ ୨୪ ଘଣ୍ଟାରେ ସବୁଠୁ ଥଣ୍ଡା ଥିଲା ଜି. ଉଦୟଗିରି। ସେଠାରେ ସର୍ବନିମ୍ନ ତାପମାତ୍ରା ୫.୬ ଡିଗ୍ରୀ ସେଲସିୟସ୍ ରେକର୍ଡ ହୋଇଥିଲା। ସେହିପରି ସିମିଳିଗୁଡ଼ାରେ ୭.୫, ଦାରିଙ୍ଗିବାଡ଼ିରେ ୮, ରାଉରକେଲାରେ ୮.୧, ଫୁଲବାଣୀରେ ୮.୫ ଓ ଝାରସୁଗୁଡ଼ାରେ ସର୍ବନିମ୍ନ ତାପମାତ୍ରା ରହିଥିଲା ୮.୬ ଡିଗ୍ରୀ ସେଲସିୟସ୍।
ପ୍ରବଳ ଶୀତ ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇଛି। ସକାଳୁ ସକାଳୁ ଘନ କୁହୁଡ଼ି ଯୋଗୁଁ କିଛି କିଛି ସ୍ଥାନରେ ଯାତାୟତ ବାଧାପ୍ରାପ୍ତ ବି ହୋଇଛି। ଆସନ୍ତା ୨ ଦିନ ଘନ କୁହୁଡ଼ି ପାଇଁ ସୁନ୍ଦରଗଡ଼, କଳାହାଣ୍ଡି, କନ୍ଧମାଳ, କୋରାପୁଟ, ସୋନପୁର ଓ ବଲାଙ୍ଗିରକୁ ସତର୍କ ସୂଚନା ଜାରି ହୋଇଛି।
• ଜାଡ଼ରେ ଥରୁଛି ସାରା ଓଡ଼ିଶା
• ସାରା ରାଜ୍ୟରେ ଜାରି ରହିଛି ଶୀତ ଲହରି
• ପ୍ରବଳ ଶୀତ ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ
• ଗତ ୨୪ ଘଣ୍ଟାରେ ସବୁଠୁ ଥଣ୍ଡା ଥିଲା ଜି. ଉଦୟଗିରି
• ଆସନ୍ତା ୨ ଦିନ ଘନ କୁହୁଡ଼ି ପାଇଁ ୬ ସତର୍କ ସୂଚନା ଜାରି
• ଓଃ କି ଶୀତ
• ଥରୁଛି ସାରା ଓଡ଼ିଶା
• ଡେରିରେ ଆସିଲା, ଅଧିକ ଥରାଇଲା
• ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ଅଧିକ
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/12/07/weather-2025-12-07-08-46-35.jpg)