winter Photograph: (OTV)
ଅସମ୍ଭାଳ ଶୀତ। ଥଣ୍ଡାର ଥାର୍ଡ ଡିଗ୍ରୀରେ କଲବଲ ଜନଜୀବନ। ରେକର୍ଡ ଭାଙ୍ଗୁଛି ଏବର୍ଷର ଶୀତ। ହାଡ଼ଭଙ୍ଗା ଶୀତରେ ରାଜ୍ୟର ପ୍ରମୁଖ ସହର ସହ ଟ୍ବିନସିଟି ବି ଥରୁଛି। ଗତକାଲି ରାଉରକେଲାରେ ରେକର୍ଡ ଶୀତ ଅନୁଭୂତ ହୋଇଛି। ୩.୬ ଡିଗ୍ରୀ ସହ ଦେଶର ଚତୁର୍ଥ ଥଣ୍ଡା ସହର ହୋଇଛି ।
ସେହିଭଳି ୨୧ ବର୍ଷର ରେକର୍ଡ ଭାଙ୍ଗିଛି କଟକ ସହରର ପାରଦ। ୮.୬ ଡିଗ୍ରୀ ସହ ସବୁଠାରୁ ଥଣ୍ଡା ରାତି ଭାବେ ରେକର୍ଡ କରିଛି । ଏହା ପୂର୍ବରୁ ୨୦୦୪ ଜାନୁଆରି ୬ରେ ୮.୫ ଡିଗ୍ରୀ ରେକର୍ଡ ହୋଇଥିଲା । ଏହା ପରେ ଏତେ ଥଣ୍ଡା ୨୧ ବର୍ଷ ମଧ୍ୟରେ କେବେବି ଅନୁଭୂତ ହୋଇନଥିଲା ।
ଆଜି ସକାଳ ସାଢେ ୫ଟାରେ ୧୦ ଡିଗ୍ରୀ ଛୁଇଁଛି ରାଜଧାନୀ ପାରଦ । ରାଜଧାନୀ ତାପମାତ୍ରା ୧୦.୨ ଡିଗ୍ରୀ ରେକର୍ଡ ହୋଇଛି । ମୟୁରଭଞ୍ଜ ଜିଲ୍ଲାରେ ତ ମାଇନସ୍ ଡିଗ୍ରୀକୁ ଖସି ଆସିଥିଲା ଟେମ୍ପେରେଚର୍। ତେବେ ପାଣିପାଗ ବିଭାଗର ପୂର୍ବାନୁମାନ ଆସନ୍ତା ୧୧ ତାରିଖ ଯାଏଁ ରାଜ୍ୟବାସୀଙ୍କୁ ଥଣ୍ଡାରୁ ନିସ୍ତାର ନାହିଁ।
ଥଣ୍ଡାର ଥାର୍ଡ ଡିଗ୍ରୀରେ କଲବଲ ଜନଜୀବନ
ରେକର୍ଡ ଭାଙ୍ଗୁଛି ଜାନୁଆରୀ ଥଣ୍ଡା
୩.୬ ଡିଗ୍ରୀ ସହ ରାଉରକେଲା ଦେଶର ଚତୁର୍ଥ ଥଣ୍ଡା ସହର
୨୧ ବର୍ଷର ରେକର୍ଡ ଭାଙ୍ଗିଛି କଟକ ସହରର ପାରଦ
୮.୬ ଡିଗ୍ରୀ ସହ ସବୁଠାରୁ ଥଣ୍ଡା ରାତି ଭାବେ ରେକର୍ଡ
ଆସନ୍ତା ୧୧ ତାରିଖ ଯାଏଁ ଜାଡ଼ରୁ ନିସ୍ତାର ନାହିଁ
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/01/10/winter-2026-01-10-08-32-55.jpg)