Advertisment

Odisha on Alert: ଓଡ଼ିଶାକୁ ପୁଣି ବାତ୍ୟା ଭୟ , ଶେଷ ସପ୍ତାହରେ ସୃଷ୍ଟି ହୋଇପାରେ ସାଇକ୍ଲୋନ୍ ! ସମ୍ଭାବ୍ୟ ବର୍ଷାକୁ ନେଇ ଚିନ୍ତାରେ ଚାଷୀ

ଓଡ଼ିଶାକୁ ପୁଣି ବାତ୍ୟା ଭୟ । ନଭେମ୍ବର ଶେଷ ସପ୍ତାହରେ ସୃଷ୍ଟି ହୋଇପାରେ ସାଇକ୍ଲୋନ୍ । ସମ୍ଭାବ୍ୟ ବାତ୍ୟା ଓଡ଼ିଶା ଉପକୂଳକୁ ଛୁଇଁବ?ନା ଅନ୍ୟ ଦିଗକୁ ଚାଲିଯିବ?ବଙ୍ଗୋପସାଗରରେ ଆସନ୍ତାକାଲି ସୃଷ୍ଟି ହେବାକୁ ଥିବା ଲଘୁଚାପ ଆହୁରି ଘନୀଭୂତ ହେବା ନେଇ ଭୁବନେଶ୍ବର ପାଣିପାଗ କେନ୍ଦ୍ରର ଆକଳନ ପରେ ବଢିଛି ଛନକା।

LOW-PRESSURE

LOW-PRESSURE Photograph: (OTV)

Advertisment

ଓଡ଼ିଶାକୁ ପୁଣି ବାତ୍ୟା ଭୟ । ନଭେମ୍ବର ଶେଷ ସପ୍ତାହରେ ସୃଷ୍ଟି ହୋଇପାରେ ସାଇକ୍ଲୋନ୍ । ସମ୍ଭାବ୍ୟ ବାତ୍ୟା ଓଡ଼ିଶା ଉପକୂଳକୁ ଛୁଇଁବ?ନା ଅନ୍ୟ ଦିଗକୁ ଚାଲିଯିବ?ବଙ୍ଗୋପସାଗରରେ ଆସନ୍ତାକାଲି ସୃଷ୍ଟି ହେବାକୁ ଥିବା ଲଘୁଚାପ ଆହୁରି ଘନୀଭୂତ ହେବା ନେଇ ଭୁବନେଶ୍ବର ପାଣିପାଗ କେନ୍ଦ୍ରର ଆକଳନ ପରେ ବଢିଛି ଛନକା। ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶକ ମନୋରମା ମହାନ୍ତିଙ୍କ ସୂଚନା ଅନୁସାରେ, ମାଲାକ୍କା ସମୁଦ୍ର ନିକଟବର୍ତ୍ତୀ ଅଞ୍ଚଳରେ ସକ୍ରିୟ ଘୁର୍ଣ୍ଣିବଳୟଟି ଆସନ୍ତାକାଲି ଲଘୁଚାପ କ୍ଷେତ୍ରର ରୂପ ନେଇ ପାରେ । ପରେ ଏହା ଘନୀଭୂତ ହୋଇ ଆସନ୍ତା ୨୪ ତାରିଖ ବେଳକୁ ଅବପାତର ରୂପ ନେବାର ସମଭାବନା ରହିଛି I ପରବର୍ତ୍ତୀ ସମୟରେ ଏହା ଆହୁରି ଘନୀଭୂତ ହୋଇପାରେ ।

Advertisment

ତେବେ ଏହା ବାତ୍ୟା ରୂପ ନେବ କି ନାହିଁ ଏବେଠୁ ଆକଳନ କରି ହେବନାହିଁ । ତେବେ ସିଷ୍ଟମଟି ଓଡ଼ିଶା ଉପକୂଳରୁ ବହୁ ଦୂରରେ ଥିବାରୁ ଏହା ଉପରେ ଏବେଠୁ ପୂର୍ବାନୁମାନ କରିବା ସମ୍ଭବ ନୁହେଁ । ଅନ୍ୟପଟେ ପାଣିପାଗ ବିଜ୍ଞାନୀଙ୍କ କହିବା ଅନୁସାରେ,  ସାଧାରଣତଃ ନଭେମ୍ବର ମାସରେ ଓଡ଼ିଆ ଆଡକୁ ବାତ୍ୟା ଆସି ନ ଥାଏ । ଯଦିଓ ଏହା ଘନୀଭୂତ ହୋଇ ବାତ୍ୟାରେ ପରିଣତ ହୁଏ ତେବେ ଏହା ସମୁଦ୍ର ମଧ୍ୟରେ ରହି ଦୁର୍ବଳ ହୋଇପାରେ । ପ୍ରଭାବରେ ଓଡ଼ିଶାରେ ବର୍ଷା ହୋଇପାରେ । 

ଭାରତୀୟ ପାଣିପାଗ କେନ୍ଦ୍ର ଏ ପର୍ଯ୍ୟନ୍ତ ପୂର୍ବାନୁମାନ କରି ନ ଥିଲେ ମଧ୍ୟ ଅବପାତଟି ବାତ୍ୟା ରୂପ ନେଇପାରେ ବୋଲି ଅନ୍ତର୍ଜାତୀୟ ପାଣିପାଗ ସଂସ୍ଥାଗୁଡିକ ଆକଳନ କରିଛନ୍ତି ।ଏହାର ପ୍ରଭାବରେ ଓଡ଼ିଶାରୁ ତାମିଲନାଡୁ ଉପକୂଳ ଯାଏଁ ବର୍ଷା ହୋଇପାରେ । ସେପଟେ ସମ୍ଭାବ୍ୟ ବର୍ଷାକୁ ନେଇ ଚିନ୍ତାରେ ପଡିଯାଇଛନ୍ତି ଚାଷୀମାନେ । ଗଜପତି ଜିଲ୍ଲା ମୋହନା ଅଞ୍ଚଳର ଚାଷୀମାନେ ବର୍ଷା ଆସୁଥିବା ଶୁଣି ତରବରିଆ ଭାବେ ଧାନ କାଟୁଛନ୍ତି  l ଗାଁ ଦାଣ୍ଡରେ ଅମଳ ହୋଇ ରଖିଥିବା ମକାକୁ ସାଇତି ରଖିବାରେ ଲାଗି ପଡିଛି ଚାଷୀ l  ସେହିପରି ପାରାଦୀପ, କୁଜଙ୍ଗ ଅଞ୍ଚଳରେ ଚାଷୀ ମଧ୍ୟ ବିଲରେ ଥିବା ପାଚିଲା ଧାନ କାଟିବାରେ ଲାଗି ପଡିଛନ୍ତି।  ଯେଉଁ ଧାନ ଆଉ ୧୫ ଦିନ ପରେ କଟା ହୋଇଥାନ୍ତା, ତରବରିଆ ଭାବେ ଆଗତୁରା କାଟି ପକାଉଥିବା ଦେଖାଯାଇଛି। 

ପୂର୍ବରୁ ୨୦୧୯ ମସିହା ନଭେମ୍ବର ମାସରେ ବାତ୍ୟା ବୁଲବୁଲ୍ ଓଡ଼ିଶାକୁ ପ୍ରଭାବିତ କରିଥିଲା । ଏହାଦ୍ବାରା ବାଲେଶ୍ବର ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି ହୋଇଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ