Weather Photograph: (OTV)
ବଢୁଛି ପାରଦ, କମୁଛି ଶୀତ। ମକର ସଂକ୍ରାନ୍ତି ପରଠାରୁ ରାଜ୍ୟରେ କମିଛି ଶୀତର ପ୍ରଭାବ। ବିଗତ ୫ ଦିନ ମଧ୍ୟରେ ରାଜ୍ୟର ଅଧିକାଂଶ ସ୍ଥାନରେ ତାପମାତ୍ରାରେ ବୃଦ୍ଧି ପରିଲକ୍ଷିତ ହୋଇଛି। ତେବେ ପଛକୁ ପଛ ପଶ୍ଚିମା ଝଡ଼ ଥିବାରୁ ଆଗାମୀ ଦିନରେ ସର୍ବନିମ୍ନ ଓ ସର୍ବୋଚ୍ଚ ତାପମାତ୍ରାରେ ବୃଦ୍ଧି ପରିଲକ୍ଷିତ ହେବ।
ଏଥିସହ ବର୍ତ୍ତମାନ ରାଜ୍ୟରେ କୌଣସି ପାଣିପାଗ ନିୟାମକ ସକ୍ରିୟ ନଥିବା ବେଳେ ୭ ଦିନ ଯାଏ ପାଗ ଶୁଖିଲା ରହିବ। ୪ରୁ ୫ ଦିନ ତାପମାତ୍ରାରେ ବିଶେଷ କୌଣସି ପରିବର୍ତନ ହେବାର ନାହିଁ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି।
ସେହିପରି ଶୀତକୁ ନେଇ କୌଣସି ସତର୍କ ସୂଚନା ନଥିବା ବେଳେ ଆସନ୍ତା ୨୪ ଘଂଟାରେ ରାଜ୍ୟର ଅନେକ ସ୍ଥାନରେ ହାଲୁକରୁ ମଧ୍ୟମ ଧରଣର କୁହୁଡି ହେବାର ସମ୍ଭାବନା ରହିଛି। ବିଶେଷ କରି ଉପକୂଳ ଓଡ଼ିଶାର ଖୋର୍ଦ୍ଧା, ପୁରୀ, ଭଦ୍ରକ, କେନ୍ଦ୍ରାପଡା, ଜଗତସିଂହପୁର ଓ କଟକରେ କୁହୁଡି ଦୃଶ୍ୟମାନ ହେବାର ସମ୍ଭାବନା ରହିଛି।
ବଢୁଛି ପାରଦ, କମୁଛି ଶୀତ
ମକର ସଂକ୍ରାନ୍ତି ପରଠୁ ରାଜ୍ୟରେ କମିଛି ଶୀତର ପ୍ରଭାବ
ବିଗତ ୫ ଦିନରେ ରାଜ୍ୟର ଅଧିକାଂଶ ସ୍ଥାନରେ ତାପମାତ୍ରା ବୃଦ୍ଧି
ପଶ୍ଚିମା ଝଡ଼ ପ୍ରଭାବରେ ମାଘ ମାସର ବାଘୁଆ ଜାଡ଼ ଗାଏବ
୪ରୁ ୫ ଦିନ ପର୍ଯ୍ୟନ୍ତ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ନାହିଁ
ଆସନ୍ତା ୨୪ ଘଣ୍ଟାରେ ଅନେକ ସ୍ଥାନରେ କୁହୁଡି ସମ୍ଭାବନା
ଖୋର୍ଦ୍ଧା, ପୁରୀ, ଭଦ୍ରକ, କେନ୍ଦ୍ରାପଡା, ଓ କଟକରେ କୁହୁଡି ସମ୍ଭାବନା
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/01/21/weather-2026-01-21-10-17-07.jpg)