Advertisment

Fear in Odisha: ଅଶୁଭ ହେବ କି ଏ ବର୍ଷର ଅକ୍ଟୋବର ? ଦାନା ବାନ୍ଧୁଛି ଲଘୁଚାପ

୨୬ ବର୍ଷ ତଳର ସେହି ଘଟଣାକୁ ପୁଣି ତାଜା କରିଛି ଏଇ ଅକ୍ଟୋବର । କାରଣ ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଲଘୁଚାପ । ଅଶୁଭ ହେବ କି ଏ ବର୍ଷର ଅକ୍ଟୋବର ? ଓଡ଼ିଶା ଛାତିରେ ବାତ୍ୟା ଛନକା ଭରିଛି ସମ୍ଭାବ୍ୟ ଲଘୁଚାପ ।

CYCLONE

CYCLONE Photograph: (OTV)

Advertisment

ସୁ ସୁ ଗର୍ଜନ… । ଅବିଶ୍ରାନ୍ତ ବର୍ଷା… । କିଟମିଟ୍ ଅନ୍ଧାରରେ ଜୀବନ ଖୋଜା । ଅକ୍ଟୋବର ଆସିଲେ ଛାତି ଥରି ଉଠେ । ମନେପଡ଼େ ପ୍ରକୃତିର ସେହି କାଳ ଗର୍ଜନ । କାରଣ ସେଦିନ ବି ଥିଲା ୧୯୯୯ ମସିହା ଅକ୍ଟୋବର ମାସ ୨୫ ତାରିଖ । ଆଉ ମାତ୍ର ୪ ଦିନ ପରେ ୨୬ ବର୍ଷ ହେବ । ସେଦିନର ସେ କରାଳ ରୂପକୁ ଆଜି ବି ସମସ୍ତେ ମନେ ରଖିଛନ୍ତି । ବହିଥିଲା ୨୬୦ କିମି ବେଗରେ ପବନ । ୧୫ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିଲା । ଆଉ ଘର ଦ୍ବାର ଘାଙ୍ଗିବା କଥା ଗୃହପାଳିତ ପଶୁଙ୍କ ଜୀବନ ଯିବା କଥା ମନେ ନପକାଇବା ତ ଭଲ । 

Advertisment

୨୬ ବର୍ଷ ତଳର ସେହି ଘଟଣାକୁ ପୁଣି ତାଜା କରିଛି ଏଇ ଅକ୍ଟୋବର । କାରଣ ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଲଘୁଚାପ । ଅଶୁଭ ହେବ କି ଏ ବର୍ଷର ଅକ୍ଟୋବର ? ଓଡ଼ିଶା ଛାତିରେ ବାତ୍ୟା ଛନକା ଭରିଛି ସମ୍ଭାବ୍ୟ ଲଘୁଚାପ । ୨୧ ତାରିଖ ସୁଦ୍ଧା ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବା ସମ୍ଭାବନା ରହିଛି । ଯାହାକି ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତିକରି ଘନୀଭୂତ ହେବା ସହ ଅବପାତରେ ପରିଣତ ହେବ । ଏନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଥିବା ବେଳେ ଅକ୍ଟୋବରରେ ଲଘୁଚାପରୁ ଅବପାତ ସମ୍ଭାବନା ବାତ୍ୟା ଆଶଙ୍କାକୁ ବଳ ଯୋଗାଉଛି । 

ଆମେରିକା GFS ମଡେଲର ସାଇଟେଲାଇଟ୍ ଚିତ୍ର କହୁଛି, ଚଳିତମାସରେ ଦୁଇ ଦୁଇଟି ବାତ୍ୟା ସୃଷ୍ଟି ହୋଇପାରେ । ତେବେ ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି,ଏଯାଏଁ ବାତ୍ୟା ନେଇ କୌଣସି ପୂର୍ବାନୁମାନ ହୋଇନି । ବର୍ତ୍ତମାନ ସୁଦ୍ଧା କେବଳ ଲଘୁଚାପ ଓ ଅବପାତ ଆକଳନ କରାଯାଇଛି । ତାମିଲନାଡୁ ଓ ଦକ୍ଷିଣ ଆନ୍ଧ୍ରପ୍ରଦେଶ ଉପକୂଳ ଆଡକୁ ଗତି କରିବା ସମ୍ଭାବନା ରହିଛି । ଲଘୁଚାପ ସୃଷ୍ଟି ହେବା ପରେ ହିଁ ସ୍ଥିତି ସ୍ପଷ୍ଟ ହେବ। ସମ୍ଭାବ୍ୟ ଲଘୁଚାପ ଓ ଅବପାତ ପ୍ରଭାବରେ ୨୧ ପୂର୍ବରୁ ମତ୍ସ୍ୟଜୀବୀ କୂଳକୁ ଫେରିଆସିବା ଆବଶ୍ୟକ ।



୧୯୯୯ର ସେ ମହାବାତ୍ୟା ଧ୍ୱଂସ କରିଥିଲା… ଘର ଉଜୁଡ଼ିଥିଲା… ଛାରଖାର କରିଥିଲା ପରିବାର । ୨୬ ବର୍ଷର ସେହି ମହାବାତ୍ୟାର ମହାପ୍ରଳୟ କଥା ମନେପଡ଼ିଲେ ଲୋମ ଟାଙ୍କୁରି ଉଠୁଛି । କାରଣ ଏ ବର୍ଷ ପୁଣି ସେହି ପ୍ରଳୟର ଆଭାସ ଗଭୀର ସମୁଦ୍ରରେ ଦେଖାଦେଲାଣି । ଆଉ ପ୍ରଶ୍ନ ଉଠିଲାଣି, ପୁରୁଣା ଇତିହାସକୁ ପୁଣି ଦୋହରେଇବ କି ବଙ୍ଗୋପସାଗର ? କାରଣ ଆମେରିକାର GFS ମଡେଲ୍ ବର୍ତ୍ତମାନ ସେମିତି ଏକ ଆକଳନ କରୁଛି l 

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ