Advertisment

Rain Alert: ଦୀର୍ଘ ମାସ ପରେ ଭିଜିବ ଓଡ଼ିଶା, ପ୍ରବଳ ବର୍ଷା ଆଶଙ୍କା

ଦୀର୍ଘ ମାସ ପରେ ଭିଜିବ ଓଡ଼ିଶା। ଦକ୍ଷିଣ–ପଶ୍ଚିମ ବଙ୍ଗୋପସାଗରେ ସକ୍ରିୟ ଲଘୁଚାପ। ଆଜିଠୁ ଓଡ଼ିଶାର କିଛି ଜିଲ୍ଲାରେ ବର୍ଷା। ସ୍ୱଳ୍ପରୁ ମଧ୍ୟମଧରଣର ବର୍ଷା ନେଇ ପୂର୍ବାନୁମାନ।

Heavy Rain Alert

Heavy Rain Alert Photograph: (OTV)

Advertisment

ଦୀର୍ଘ ମାସ ପରେ ଭିଜିବ ଓଡ଼ିଶା। ଦକ୍ଷିଣ–ପଶ୍ଚିମ ବଙ୍ଗୋପସାଗରରେ ସକ୍ରିୟ ରହିଛି ସ୍ପଷ୍ଟ ଚିହ୍ନିତ ଲଘୁଚାପ କ୍ଷେତ୍ର। ଏହାର ପ୍ରଭାବରେ ଓଡ଼ିଶାର କିଛି ଜିଲ୍ଲାରେ ଆଜିଠୁ ସ୍ୱଳ୍ପରୁ ମଧ୍ୟମ ଧରଣ ବର୍ଷା ହେବାନେଇ ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ । 

Advertisment

ସକ୍ରିୟ ଥିବା ସଦୃଶ ଲଘୁଚାପ କ୍ଷେତ୍ର ଆସନ୍ତା ୨୪ ଘଣ୍ଟା ମଧ୍ୟରେ ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତିକରି ଆହୁରି ସକ୍ରିୟ ହେବ। ପ୍ରଭାବରେ ଆଜି ୮ ଜିଲ୍ଲାର ବିଭିନ୍ନ ସ୍ଥାନରେ ବିଜୁଳି ଘଡଘଡି ସହ ବର୍ଷା ସମ୍ଭାବନା ରହିଛି। ସେହି ଜିଲ୍ଲା ଗୁଡ଼ିକ ହେଲା ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, ମୟୂରଭଞ୍ଜ,କେଉଁଝର, ବାଲେଶ୍ବର ଓ ଭଦ୍ରକ। 

ସେହିପରି ଆସନ୍ତାକାଲି ଯାଜପୁର, କଟକ, ମୟୂରଭଞ୍ଜରେ ବିଜୁଳି ଓ ଘଡଘଡି ସହ ବର୍ଷା ଏବଂ ଝଟକା ପବନ ସମ୍ଭାବନା ରହିଥିବା ନେଇ ସୂଚନା ଦେଇଛି ପାଣିପାଗ ବିଭାଗ। ତେବେ ବିଭିନ୍ନ ମଣ୍ଡିରେ ଧାନ ପଡ଼ିରହିଥିବାରୁ ସମ୍ଭାବ୍ୟ ବର୍ଷା ଚାଷୀଙ୍କ ଭିତରେ ଛନକା ଭରିଛି ।

Advertisment
IMD Issues Rain Alert For Odisha Rain Alert Heavy Rain Alert
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ