North India Photograph: (OTV)
ଉତ୍ତର ଭାରତକୁ କଲବଲ କରୁଛି ତୁଷାରପାତ। ହିମାଚଳ ପ୍ରଦେଶ, ଜମ୍ମୁ କାଶ୍ମୀରରେ ଭୟଙ୍କର ବରଫପାତରେ ଜନଜୀବନ ସାଂଘାତିକ ଭାବରେ ପ୍ରଭାବିତ ହୋଇଛି। ତୁଷାରପାତରେ ବନ୍ଦ ହୋଇଛି ୬୦୦ରୁ ଅଧିକ ରାସ୍ତା। ମନାଲୀ, ମସୁରୀ ଓ ଗୁଲମାର୍ଗ ଭଳି ପର୍ଯ୍ୟଟନସ୍ଥଳୀରେ ବହୁ ସଂଖ୍ୟାରେ ପର୍ଯ୍ୟଟକ ଫସି ରହିଛନ୍ତି।
ବରଫରେ ଘୋଡ଼ାଇ ହୋଇଯାଇଛି ରାସ୍ତାଘାଟ। ଅଚଳାବସ୍ଥା ସ୍ଥିତି ଭିତରେ ଭୟଙ୍କର ଟ୍ରାଫିକ୍ ଜାମ୍ ପର୍ଯ୍ୟଟକଙ୍କୁ ଆହୁରି ହୀନସ୍ତା କରିଛି। ଏମିତି ଟ୍ରାଫିକ ଜାମ୍ ହେଉଛି ଯେ, କିଲୋମିଟର ରାସ୍ତା ପାର ହେବାକୁ ଲୋକଙ୍କୁ ଘଣ୍ଟା ଘଣ୍ଟା ଲାଗି ଯାଉଛି।
ହିମାଚଳ ପ୍ରଦେଶରେ ୬୦୦ରୁ ଅଧିକ ରାସ୍ତା ଏବଂ ଜମ୍ମୁ ଓ କାଶ୍ମୀରରେ NH-44 ସମେତ ଅନେକ ରାସ୍ତା ବନ୍ଦ ରହିଛି। ପାଣିପାଗ ବିଭାଗ ପୂର୍ବାନୁମାନ କରିଛି, ତୁଷାରପାତ ଜାରି ରହିବ। ତେଣୁ ଆଗକୁ ସ୍ଥିତି ଆହୁରୀ ସଙ୍ଗୀନ ହୋଇପାରେ।
ପ୍ରବଳ ବରଫପାତ, ଭୟଙ୍କର ଜାମ୍
ହିମାଚଳ ପ୍ରଦେଶ, ଜମ୍ମୁ କାଶ୍ମୀରରେ ପ୍ରବଳ ବରଫପାତ
ଗଲା ଦୁଇ ଦିନ ଧରି ସ୍ଥିତି ଅସମ୍ଭାଳ
ମନାଲୀ, ମସୁରୀ, ଗୁଲମର୍ଗରେ ଫସିଛନ୍ତି ଶତାଧିକ ଯାତ୍ରୀ
ରାସ୍ତାରେ ପ୍ରବଳ ଟ୍ରାଫିକ୍ ଜାମ୍, ଜନଜୀବନ ଠପ୍
ଇଞ୍ଚେ ଘୁଞ୍ଚିବାକୁ ଲାଗୁଛି ଘଣ୍ଟେ
ଅଧା ବାଟରେ ଫସିଲେ ପର୍ଯ୍ୟଟକ
କଲବଲ ପର୍ଯ୍ୟଟକ
୬୦୦ରୁ ଅଧିକ ରାସ୍ତା ବନ୍ଦ
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/01/25/north-india-2026-01-25-10-40-50.jpg)