Heavy Rain Alert Photograph: (OTV)
ରାଜ୍ୟକୁ ଦୁଇ ଦିନ ବଡ଼ ବର୍ଷା। ଆଜି ଓ ଆସନ୍ତାକାଲି ବିଭିନ୍ନ ସ୍ଥାନରେ ଛେଚିପାରେ ବର୍ଷା। ସ୍ଥାନେ ସ୍ଥାନେ କୁଆପଥର ମାଡ଼ ସାଙ୍ଗକୁ ଘଣ୍ଟାକୁ ୪୦ କିଲୋମିଟର ବେଗରେ ପବନ ବି ବହିବ। ଆଜି ପାଇଁ ରାଜ୍ୟର ୨୩ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର।
ଓଡ଼ିଶା ଉପରେ ଘୂର୍ଣ୍ଣିବଳୟ ପ୍ରଭାବରେ ୯ ତାରିଖ ଯାଏଁ ରାଜ୍ୟର ବିଭିନ୍ନ ସ୍ଥାନକୁ ଏଭଳି ଚେତାବନୀ ଦେଇଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକାଙ୍କ ସୂଚନା ଅନୁସାରେ- ଓଡ଼ିଶା ଉପରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି, ଯାହାକି ସମୁଦ୍ର ପତନଠାରୁ ଦେଢ଼ କିଲୋମିଟର ପର୍ଯ୍ୟନ୍ତ ବିସ୍ତାରିତ ହୋଇଛି।
ତାପ୍ରଭାବରେ ସୋମବାର ଯାଏଁ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ। ଏ ସମୟରେ ରାଜ୍ୟର ଅଧିକାଂଶ ସ୍ଥାନରେ ପାଗ ମେଘୁଆ ରହିବ। ବିଜୁଳି ଘଡ଼ଘଡ଼ି ସମୟରେ ୩୦ରୁ ୪୦ କିଲୋମିଟର ବେଗରେ ପବନ ବି ବହିପାରେ। ଆସନ୍ତାକାଲି ପାଇଁ ଉପକୂଳରୁ ଉତ୍ତର ଓ ପଶ୍ଚିମ ସହ କେନ୍ଦ୍ର ଓଡ଼ିଶାର ୨୩ ଜିଲ୍ଲାକୁ ଦିଆଯାଇଛି ୟେଲୋ ୱାର୍ଣ୍ଣିଂ। କିନ୍ତୁ ୯ ତାରିଖ ବେଳକୁ ପାଗ ବଦଳିଯିବ ଓ ମାତ୍ର କାଁ ଭାଁ ସ୍ଥାନରେ ବର୍ଷା ହେବ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/03/08/heavy-rain-alert-2026-03-08-09-44-18.jpg)