Advertisment

Heat Intensifies in Odisha: ତାଉ ଦେଖାଇଲାଣି ଖରା, ରାଜ୍ୟରେ ବଢୁଛି ତାପମାତ୍ରା

ତାଉ ଦେଖାଇଲାଣି ଖରା। ରାଜ୍ୟରେ ବଢୁଛି ତାପମାତ୍ରା। ରାଜ୍ୟରେ ଶୁଖିଲା ପାଗ, ବଢ଼ିପାରେ ଖରା ପ୍ରକୋପ। ତାପମାତ୍ରା ୨-୩ ଡିଗ୍ରୀ ସେଲସିୟସ୍ ବୃଦ୍ଧି ସମ୍ଭାବନା।

Summer

Summer Photograph: (OTV)

Advertisment

ଗ୍ରୀଷ୍ମ ନଆସୁଣୁ ଖରା ତାଉ ଦେଖାଇଲାଣି। ରାଜ୍ୟରେ ବଢୁଛି ତାପମାତ୍ରା। ପାଣିପାଗ ବିଭାଗ ପୂର୍ବାନୁମାନ କରିଛି, ରାଜ୍ୟରେ ଏବେ କୌଣସି ପାଣିପାଗ ସିଷ୍ଟମ ନାହିଁ। ପାଗ ଶୁଖିଲା ରହିବ। ଫଳରେ ଆଗକୁ ଖରା ପ୍ରକୋପ ଆହୁରି ବଢ଼ିପାରେ। 

Advertisment

ଗତକାଲି ଝାରସୁଗୁଡ଼ାରେ ତାପମାତ୍ରା ୩୭ ଡିଗ୍ରୀ ସେଲସିୟସ୍ ଛୁଇଁଥିଲା। ଯାହାକି ସ୍ବାଭାବିକଠାରୁ ୩ ଡିଗ୍ରୀ ଅଧିକ ରହିଥିଲା। ରାଜ୍ୟର ୬ଟି ସ୍ଥାନରେ ଏବେ ପାରଦ ୩୫ ଡିଗ୍ରୀ ଉପରେ ରହିଛି। ଆସନ୍ତା ସପ୍ତାହରେ ତାପମାତ୍ରା ୨-୩ ଡିଗ୍ରୀ ସେଲସିୟସ୍ ବୃଦ୍ଧି ସମ୍ଭାବନା ରହିଛି।

Summer Weather
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ