How-Dangerious-will-be-Cyclone-Montha Photograph: (OTV)
ମାଡି ଆସୁଛି ‘ମୋନ୍ଥା’, ୧୯୯୯ ପରି ହେବ କି ଭୟଙ୍କର ? ସୃଷ୍ଟି ହେଲା ଅବପାତ, ସୋମବାର ସକାଳେ ବାତ୍ୟା । ୨ ଦିନ ପରେ ମନ୍ଥିବ ମୋନ୍ଥା । ପୁଣି ସେଇ ଅକ୍ଟୋବର, ସେଇ ବାତ୍ୟା ଛନକା... । ଅକ୍ଟୋବର ଶେଷ ବେଳକୁ ପୁଣିଥରେ ବଙ୍ଗୋପସାଗରରେ ଆସୁଛି ବାତ୍ୟା, ବଢୁଛି ଭୟ । ଆଜି ଅବପାତର ରୂପ ନେଇଛି ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ । ଏବେ ଏହା ଗୋପାଳପୁରଠାରୁ ଦକ୍ଷିଣ-ଦକ୍ଷିଣପୂର୍ବ ଦିଗରେ 1040 କିଲୋମିଟର ଓ ବିଶାଖାପାଟନମଠାରୁ ଦକ୍ଷିଣପୂର୍ବ ଦିଗରେ 990କିମି ଦୂରରେ କେନ୍ଦ୍ରୀଭୂତ ଅଛି । ଏହି ଅବପାତ ଆହୁରି ଘନୀଭୂତ ହୋଇ କାଲି ରାତି ସୁଦ୍ଧା ଗଭୀର ଅବପାତରେ ପରିଣତ ହେବ । ୨୭ ତାରିଖ ସୋମବାର ସକାଳ ୮ଟା ବେଳକୁ ନେବ ବାତ୍ୟାର ରୂପ ।
୧୯୯୯ ପରି ଭୟଙ୍କର ହେବ କି ଏହି ସମ୍ଭାବ୍ୟ ବାତ୍ୟା ? ଗତିପଥ କେଉଁଆଡେ ରହିବ ? କେଉଁଠି କରିବ ଲ୍ୟାଣ୍ଡଫଲ ? ଏହି ପ୍ରଶ୍ନ ଏବେ ସମସ୍ତଙ୍କ ମନରେ । କାଲି ଗଭୀର ଅବପାତ ପରେ ସ୍ପଷ୍ଟ ହୋଇଯିବ ବାତ୍ୟାର ଚିତ୍ର । ତେବେ ସମ୍ଭାବ୍ୟ ବାତ୍ୟା ଏବେ ଆନ୍ଧ୍ର ଉପକୂଳ ମୁହାଁ ଥିବା କହିଛନ୍ତି ପାଣିପାଗ ବିଶେଷଜ୍ଞ । ଆନ୍ଧ୍ର ଉପରେ ବାତ୍ୟାର ପ୍ରଭାବ ଅଧିକ ରହିବ । ଏହାର ପ୍ରଭାବରେ ଓଡ଼ିଶାରେ ଅତି ପ୍ରବଳ ବର୍ଷା ହେବ । ଆଜିଠୁ ବଦଳିଯିବ ପାଗ । ୨୭ରୁ ୨୯ ତାରିଖ, ତିନି ଦିନ ଯାଏଁ ଉପକୂଳ ଓ ଦକ୍ଷିଣ ଓଡ଼ିଶାରେ ପ୍ରବଳ କାଚିବ ।
୨୭ରେ କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଖୋର୍ଦ୍ଧାରେ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି । ପୁରୀ, ନୟାଗଡ଼, ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ, ମାଲକାନଗିରିକୁ ବି ୟେଲୋ ଆଲର୍ଟ ଜାରି ହୋଇଛି । ସେହିପରି ୨୮ରେ କଟକ, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଖୋର୍ଦ୍ଧା, ପୁରୀ, ଗଞ୍ଜାମରେ ପ୍ରବଳ ବର୍ଷା ନେଇ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଥିବାବେଳେ ୨୯ରେ ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକକୁ ବି ଅରେଞ୍ଜ ୱାର୍ଣ୍ଣିଂ ଦିଆଯାଇଛି । କେତେକ ସ୍ଥାନରେ ବିଜୁଳି ଘଡଘଡି ସହ ପ୍ରବଳ ବର୍ଷା ହେବ । ଏହି ସମୟରେ ୬୦ରୁ ୭୦ କିଲୋମିଟର ବେଗରେ ପବନ ବହିବ।
ସେପେଟ ବାତ୍ୟା ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଯାଇଛି ବଡ଼ ପ୍ରସ୍ତୁତି । ଯେଉଁସବୁ ଜିଲ୍ଲାକୁ ବର୍ଷା ପବନର ୱାର୍ଣ୍ଣିଂ ରହିଛି, ସେଠି ସଜାଗ ରହିଛି ସ୍ବାସ୍ଥ୍ୟ ବିଭାଗ । ବାତ୍ୟା ଆଶ୍ରୟସ୍ଥଳ ବି ପ୍ରସ୍ତୁତ । ଦରକାର ମୁତାବକ ଶୁଖିଲା ଖାଦ୍ୟ ମହଜୁଦ ଅଛି ଓ ଶକ୍ତି ବିଭାଗକୁ ବି ଆଲର୍ଟ କରାଯାଇଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/10/25/how-dangerious-will-be-cyclone-montha-2025-10-25-15-50-25.jpg)