Advertisment

Cyclone Alert: ଆସୁଛି ବାତ୍ୟା ! ସାମ୍ନାକୁ ଆସିଲା ବାତ୍ୟାର ଗତିପଥ.... ୨୭ରୁ ପ୍ରବଳ ବର୍ଷା ପବନ

୨୭ ସକାଳୁ ବାତ୍ୟା। ଭାରତୀୟ ପାଣିପାଗ ବିଭାଗ ଏନେଇ ସ୍ପଷ୍ଟ କରିଛି। ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଅଧିକ ଘନୀଭୂତ ହୋଇ ୨୭ ସକାଳେ ବାତ୍ୟାର ରୂପ ନେବ । ଏହା ପ୍ରଭାବରେ ୨୭ରୁ ପ୍ରବଳ ବର୍ଷା ପବନ ହେବ। ୨୮ ଓ ୨୯ରେ ଅତି ପ୍ରବଳ ବର୍ଷା ସାଙ୍ଗକୁ ଝଡତୋଫାନ ହେବ ବୋଲି କୁହାଯାଇଛି।

cyclone

cyclone Photograph: (OTV)

Advertisment

୨୭ ସକାଳୁ ବାତ୍ୟା। ଭାରତୀୟ ପାଣିପାଗ ବିଭାଗ ଏନେଇ ସ୍ପଷ୍ଟ କରିଛି। ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଅଧିକ ଘନୀଭୂତ ହୋଇ ୨୭ ସକାଳେ ବାତ୍ୟାର ରୂପ ନେବ । ଏହା ପ୍ରଭାବରେ ୨୭ରୁ ପ୍ରବଳ ବର୍ଷା ପବନ ହେବ। ୨୮ ଓ ୨୯ରେ ଅତି ପ୍ରବଳ ବର୍ଷା ସାଙ୍ଗକୁ ଝଡତୋଫାନ ହେବ ବୋଲି କୁହାଯାଇଛି। ଏହି ସମୟରେ ପବନର ବେଗ ଘଣ୍ଟା ପ୍ରତି ୬୦ରୁ ୭୦ କିମି ରହିପାରେ। ବାତ୍ୟା କେଉଁଠି ଲ୍ୟାଣ୍ଡଫଲ କରିବ ଜଣାପଡିନଥିଲେ ବି ଆନ୍ଧ୍ରକୁ ଅଧିକ କ୍ଷତି ପହଞ୍ଚାଇବ ବୋଲି କୁହାଯାଇଛି। ଓଡିଶାରେ କେବଳ ପ୍ରବଳ ବର୍ଷା ହେବ। ତିନି ଦିନ ଧରି ବର୍ଷା ପବନ ରହିଛି । ଆଗାମୀ ୨୪ ଘଣ୍ଟାରେ ବାତ୍ୟା ଗତିପଥର ଚିତ୍ର ଆହୁରି ଅଧିକ ସ୍ପଷ୍ଟ ହେବ ବୋଲି କହିଛି ଆଇଏମଡି। ଅଧିକାଂଶ ପାଣିପାଗ ବିଜ୍ଞାନୀ ଏନେଇ ପୂର୍ବାନୁମାନ କରିଥିବା ବେଳେ ସୃଷ୍ଟି ହୋଇଥିବା ମଡେଲ ତାହା ପ୍ରମାଣିତ କରିଛି। ବଡ ଆକାରରେ ନହେଲେ ବି ଛୋଟଧରଣର ବାତ୍ୟା ହେବା ଥୟ ବୋଲି ସେ କହିଛନ୍ତି।

Advertisment

ତେବେ ପୂର୍ବରୁ ଆମେରିକୀୟ ପାଣିପାଗ ସଂସ୍ଥା GFS , ୟୁରୋପୀୟ ECMWF ମଡେଲର ପୂର୍ବାନୁମାନ ଠିକ ଏହି ଦିଗକୁ ଯାଉଛି। ସେପଟେ ଓଡିଶା ଉପରେ ଏହାର କଣ ପ୍ରଭାବ ରହିବ ତାହା ଅସ୍ପଷ୍ଟ ରହିଛି। ଅକ୍ଟୋବର ଶେଷ ହୋଇନଥିବାରୁ ଏବେ ବି ଭୟ ରହିଛି। କାହିଁକି ନା ଅକ୍ଟୋବର ଆସିଲେ ବାତ୍ୟା କଥା ମନକୁ ଆସିଯାଏ । ୧୯୯୯ ମହାବାତ୍ୟା ଭୟ ଏବେ ବି ଲୋକଙ୍କ ମନରେ ରହିଛି।

୨୭ରୁ ୨୯ ତିନିଦିନ ଯାଏଁ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା ରହିଛି । ୨୭ ତାରିଖରେ କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଖୋର୍ଦ୍ଧା, ପୁରୀ, ନୟାଗଡ଼. ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ, ମାଲକାନଗିରିରେ ପ୍ରବଳ ବର୍ଷା ହେବାକୁ ଥିବାବେଳେ ୨୮ରେ ସାରା ଓଡ଼ିଶାକୁ ୟେଲୋ ଆଲର୍ଟ ଜାରି କରାଯାଇଥିବାବେଳେ ଉପକୂଳ ଓ ଦକ୍ଷିଣ ଓଡ଼ିଶାରେ ଅତିପ୍ରବଳ ବର୍ଷା ହୋଇପାରେ । କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଖୋର୍ଦ୍ଧା, ପୁରୀ, ଗଞ୍ଜାମ, ଭଦ୍ରକ, ବାଲେଶ୍ବର, ମୟୂରଭଞ୍ଜ, କେନ୍ଦୁଝର, ଢେଙ୍କାନାଳ, ଅନୁଗୁଳ, ବୌଦ୍ଧ, କନ୍ଧମାଳ, ରାୟଗଡ଼ା, ଗଜପତି, କୋରାପୁଟ, ମାଲକାନଗିରିରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ । ସେହିଭଳି ୨୯ରେ ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ, କେନ୍ଦୁଝର, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁରରେ ଅତିପ୍ରବଳ ବର୍ଷିବା ନେଇ ପାଣିପାଗ କେନ୍ଦ୍ର ସତର୍କତା ଜାରି କରିଛି । 

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ