Advertisment

Countdown to Chaos: ଗଭୀର ସମୁଦ୍ରରେ ବଳ ଗୋଟାଉଛି ଭୀଷଣ ବାତ୍ୟା , ୧୧୦ କିଲୋମିଟର ବେଗରେ ମାଡ଼ ହେବ

କାଲି ଭୀଷଣ ବାତ୍ୟାର ରୂପ ନେଇ ପଶ୍ଚିମ-ଉତ୍ତର ପଶ୍ଚିମ ଦିଗ ମୁହାଁ ହୋଇ ସ୍ଥଳଭାଗ ଛୁଇଁବ। ଭାରତୀୟ ପାଣିପାଗ ବିଭାଗର ପୂର୍ବ ଆକଳନ ମୁତାବକ- ମଙ୍ଗଳବାର ସନ୍ଧ୍ୟାରୁ ମଧ୍ୟରାତ୍ରୀ ଭିତରେ ଆନ୍ଧ୍ରର ମଛଲିପଟନମ୍ ଏବଂ କଳିଙ୍ଗପଟନମ୍ ମଝି କାକିନାଡ଼ା ବାଟେ ଅତିକ୍ରମ କରିବ।

MONTHA-LANDFALL

MONTHA-LANDFALL Photograph: (OTV)

Advertisment

ଅଶାନ୍ତ ସମୁଦ୍ରରୁ ମାଡ଼ିଆସୁଛି ବାତ୍ୟା 'ମୋନ୍ଥା' । ମଝିରେ ଆଉ ମାତ୍ର ୨୪ ଘଣ୍ଟା ବାକି । ଆରମ୍ଭ ହେଲାଣି ଲ୍ୟାଣ୍ଡଫଲ୍ କାଉଣ୍ଟଡାଉନ୍  । ବଙ୍ଗୋପ ସାଗରରେ ଭୀଷଣ ରୂପ ଧରି ସ୍ଥଳଭାଗ ମୁହାଁ ।  କାକିନାଡ଼ାଠାରୁ ୫୦୦ ଓ ଗୋପାଳପୁରଠାରୁ ୭୦୦ କିଲୋମିଟର ଦୂର ଗଭୀର ସମୁଦ୍ରରେ ଆହୁରି ବଳ ଗୋଟାଉଛି। ଘଣ୍ଟା ପ୍ରତି ୮୦ କିଲୋମିଟର ବେଗରେ ପବନ ଘାଉଁରୋଉଛି।

Advertisment

କାଲି ଭୀଷଣ ବାତ୍ୟାର ରୂପ ନେଇ ପଶ୍ଚିମ-ଉତ୍ତର ପଶ୍ଚିମ ଦିଗ ମୁହାଁ ହୋଇ ସ୍ଥଳଭାଗ ଛୁଇଁବ। ଭାରତୀୟ ପାଣିପାଗ ବିଭାଗର ପୂର୍ବ ଆକଳନ ମୁତାବକ- ମଙ୍ଗଳବାର ସନ୍ଧ୍ୟାରୁ ମଧ୍ୟରାତ୍ରୀ ଭିତରେ ଆନ୍ଧ୍ରର ମଛଲିପଟନମ୍ ଏବଂ କଳିଙ୍ଗପଟନମ୍ ମଝି କାକିନାଡ଼ା ବାଟେ ଅତିକ୍ରମ କରିବ। ଆଇଏମଡି ଡିଜି ଓଟିଭିକୁ ଅପଟେଡ୍ ତଥ୍ୟ ଦେଇ କହିଛନ୍ତି-କାକିନାଡ଼ାରେ ବାତ୍ୟା ଲ୍ୟାଣ୍ଡଫଲ୍ ବେଳେ ପବନର ସର୍ବାଧିକ ବେଗ ଘଣ୍ଟାପ୍ରତି ୯୦ରୁ ୧୦୦ କିଲୋମିଟର ଓ ଅତିବେଶୀରେ ୧୧୦ କିଲୋମିଟର ଛୁଇଁପାରେ।...

କାଲି ସଞ୍ଜରୁ ଆରମ୍ଭ ହୋଇଯିବ ଅଣଚାଷ ପବନର ତାଣ୍ଡବ। କାକିନାଡ଼ା ଜିଲ୍ଲା ପ୍ରଶାସନ ଡେରା ପକାଇ ସ୍ଥିତି ଉପରେ କଡ଼ା ନଜର ରଖିଛି। ମତ୍ସଜୀବୀମାନଙ୍କୁ ସ୍ଥାନ ଛାଡ଼ି ଚାଲିଯିବାକୁ ପରାମର୍ଶ ଦେବା ସହ ବାତ୍ୟା ମୁକାବିଲା ପାଇଁ ଆବଶ୍ୟକ ସାମଗ୍ରୀ ମହଜୁଦ୍ କରୁଛି। ସେପଟେ ଗ୍ରାଉଣ୍ଡ ଜିରରୋ ଆଜି ଓଟିଭି ଟିମ୍ ମଧ୍ୟ ପହଞ୍ଚିଛି। ଲ୍ୟାଣ୍ଡଫଲ୍ ପୂର୍ବରୁ ବର୍ଷା ଓ ପବନ ସେଠିକାର ଲୋକଙ୍କୁ ଛାନିଆଁ କଲାଣି।....

ତେବେ ଲ୍ୟାଣ୍ଡଫଲ୍ ପରେ କେଉଁ ଦିଗକୁ ମୋଡ଼ି ହେବ ମୋନ୍ଥା ? କେତେ ପର୍ଯ୍ୟନ୍ତ ରହିବ କୋପ ? ଆଇଏମ୍ଡି ଡିଜି ଅଧିକ ସୂଚନା ଦେଇ କହିଛନ୍ତି- ଲ୍ୟାଣ୍ଡଫଲ ବେଳେ ଭୀଷଣ ବାତ୍ୟା ଓଡ଼ିଶା ଆଡ଼କୁ ମୁହାଁଇବ। କିନ୍ତୁ ଓଡ଼ିଶାରେ ପହଞ୍ଚିଲା ବେଳକୁ ଦୁର୍ବଳ ହୋଇ ସାରିଥିବ। ଦକ୍ଷିଣ ଓଡ଼ିଶା ଦେଇ ଏହା ଛତିଶଗଡ଼ ମୁହାଁ ହେବ। ଫଳରେ ମାଲକାନଗିରି, ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ, କଳାହାଣ୍ଡି ଓ ନବରଙ୍ଗପୁରରେ ୨୮ ରାତିରୁ ୨୯ ସକାଳ ପର୍ଯ୍ୟନ୍ତ ପ୍ରଭାବ ରହିବ। ସେତେବେଳେ ୭୦ରୁ ୮୦ କିଲୋମିଟର ପର୍ଯ୍ୟନ୍ତ ପବନ ବହିବ।

ଏଣେ ବାତ୍ୟା 'ମୋନ୍ଥା' ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ସହ ୩୦ ଯାଏଁ ଉପକୂଳକୁ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ତାସହ କାଲି ପାଇଁ ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି ଓ ଗଞ୍ଜାମ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଜାରି କରିଛି। ୨୯ରେ ବି ୫ ଜିଲ୍ଲା ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି ଓ ରାୟଗଡ଼ାକୁ ରେଡ୍ ୱାର୍ଣ୍ଣିଂ ଜୋନ୍ ରେ ରଖିବା ସହ ପଶ୍ଚିମ ଓଡ଼ିଶା ଓ କିଛି ଉପକୂଳବର୍ତ୍ତୀ ଜିଲ୍ଲାରେ ପ୍ରବଳ ବର୍ଷାର ଚେତାବନୀ ଦେଇଛି। ତାସହ ଆଜି ପାଇଁ ୯ ଜିଲ୍ଲାକୁ ଦିଆଯାଇଛି ୟେଲୋ ୱାର୍ଣ୍ଣିଂ।...

ଆନ୍ଧ୍ର ଭଳି ଓଡ଼ିଶାରେ ବି ଆଭାସ ଦେଖାଇଲାଣି ବାତ୍ୟା ମୋନ୍ଥା। ଭୁବନେଶ୍ବରରୁ ବ୍ରହ୍ମପୁର, ଗଜପତିରୁ ପାରଳାଖେମୁଣ୍ଡି, କେଉଁଠି ଆକାଶରେ କଳାହାଣ୍ଡିଆ ମେଘ ଘୋଟି ଆସୁଛି ତ କେଉଁଠି ଆରମ୍ଭ ହୋଇ ଗଲାଣି ଝିପି ଝିପି ବର୍ଷା।...

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ