Cold wave Photograph: (OTV)
କମିନି ଶୀତ, ଥଣ୍ଡାରେ ଥରୁଛି ସାର ରାଜ୍ୟ। ଆଉ ଦୁଇ ଦିନ ଲାଗି ରହିବ ଶୀତ ଲହରୀ। ବୁଧବାର ଘୁ. ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା ୩.୭ ଡିଗ୍ରି ରେକର୍ଡ ହୋଇଛି। ହାଡ଼ଭଙ୍ଗା ଶୀତରେ ଥରୁଛି ସାରା ଅଞ୍ଚଳ। ଘୁ.ଉଦୟଗିରି ଗତ ଦୁଇ ସପ୍ତାହ ହେଲା ତାପମାତ୍ରା ଖସିବାରେ ଲାଗିଛି।
ଶୀତର ଲୁଚକାଳି ଚାଲିଥିବା ବେଳେ ହଠାତ୍ କିଛି ଦିନ ହେଲା ଥଣ୍ଡା ବଢ଼ିଛି। ଅନ୍ୟପଟେ ଆଗାମୀ ୩ ଦିନ ଯାଏ ୧୩ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର କୁହୁଡି ସମ୍ଭାବନା ରହିଛି। ୧୭ ତାରିଖ ଯାଏଁ ପାଗରେ କୌଣସି ପରିବର୍ତ୍ତନ ନଥିବା ଆକଳନ କରିଛି ପାଣିପାଗ ବିଭାଗ।
ସୁନ୍ଦରଗଡ଼ କୋଇଡ଼ାରେ ହାଡ଼ ଭଙ୍ଗା ଜାଡ଼। ରାତିର ତାପମାତ୍ରା ୮ ଡିଗ୍ରୀ ତଳେ ରହୁଥିବା ବେଳେ ପ୍ରବଳ ଶୀତ ଅନୁଭୂତ ହେଉଛି। ଫଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ସନ୍ଧ୍ୟା ହେବା କ୍ଷଣି ଜନ ଶୂନ୍ୟ ହୋଇପଡ଼ୁଛି କୋଇଡା ସହର। ଜାଡ଼ ପାଇଁ ଲୋକେ ଘରୁ ବାହାରୁ ନାହାନ୍ତି । ବାଧ୍ୟ ହୋଇ ନିଆଁ ପାଖରେ ଦୀର୍ଘ ସମୟ ଧରି ବସି ରହୁଛନ୍ତି। ଅନ୍ୟପଟେ ଘନ କୁହୁଡି ପାଇଁ ବି ରାସ୍ତାରେ ଯାତାୟାତ ବାଧାପ୍ରାପ୍ତ ହେଉଛି।
କମିନି ଶୀତ, ଥଣ୍ଡାରେ ଥରୁଛି ସାରା ରାଜ୍ୟ
ଆଉ ଦୁଇ ଦିନ ଲାଗି ରହିବ ଶୀତ ଲହରୀ
ଆଜି ପାଇଁ ୧୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି
୩ ଦିନ ଯାଏ ୧୩ ଜିଲ୍ଲାରେ କୁହୁଡ଼ି ସମ୍ଭାବନା
୧୭ ତାରିଖ ଯାଏଁ ପାଗରେ ନାହିଁ ପରିବର୍ତ୍ତନ
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/01/15/cold-wave-2026-01-15-09-12-14.jpg)