Advertisment

Chill Grips Odisha: ସାରା ରାଜ୍ୟରେ ଜାରି ରହିଛି ଶୀତ ଲହରୀ: ଦାରିଙ୍ଗବାଡି ସବୁଠୁ ଥଣ୍ଡା

ସାରା ରାଜ୍ୟରେ ଜାରି ରହିଛି ଶୀତ ଲହରୀ। ଆଭ୍ୟନ୍ତରୀଣ ଏବଂ ଦକ୍ଷିଣ ଓଡିଶାରେ ପ୍ରବଳ ଜାଡ ଅନୁଭୂତ। ୮.୫ ଡିଗ୍ରୀ ସହ ଦାରିଙ୍ଗବାଡି ସବୁଠୁ ଥଣ୍ଡା ସ୍ଥାନ। ଟୁଇନ୍ ସିଟିରେ ୧୫ ଡିଗ୍ରୀ ତଳକୁ ଖସିଲା ପାରଦ।

Winter

Winter Photograph: (OTV)

Advertisment

ଥଣ୍ଡାରେ ଥରୁଛି ସାରା ଓଡ଼ିଶା । ଆଭ୍ୟନ୍ତରୀଣ ଏବଂ ଦକ୍ଷିଣ ଓଡିଶାରେ ପ୍ରବଳ ଜାଡ ଅନୁଭୂତ ହେଉଛି । ୮.୫ ଡିଗ୍ରୀ ସହ ଦାରିଙ୍ଗବାଡି ସବୁଠୁ ଥଣ୍ଡା ସ୍ଥାନ । ଝାରସୁଗୁଡା, ସୁନ୍ଦରଗଡ ଏବଂ ଅନୁଗୁଳରେ ବି ଅସମ୍ଭାଳ ଶୀତ ଅନୁଭୂତ ହେଉଛି । 

Advertisment

ଟୁଇନ ସିଟିରେ ୧୫ ଡିଗ୍ରୀ ତଳକୁ ଖସିଛି ପାରଦ।ପ୍ରବଳ ଶୀତ ଯୋଗୁ ଜନଜୀବନ ବାଧାପ୍ରାପ୍ତ ହୋଇଛି। ଘନ କୁହୁଡ଼ି ଯୋଗୁଁ କିଛି କିଛି ସ୍ଥାନରେ ଯାତାୟତ ବାଧାପ୍ରାପ୍ତ ହୋଇଛି। ଗତ ୩ ଦିନ ହେଲା ସୁବର୍ଣ୍ଣପୁର ଜିଲ୍ଲା ବିନିକା ଓ ଡୁଙ୍ଗୁରିପାଲି ଅଞ୍ଚଳରେ ପ୍ରବଳ ଜାଡ଼ ଅନୁଭୂତ ହେଉଛି ।

ଯୋଗ, ଜଗିଂ କରି ନିଜକୁ ଫିଟ୍ ରଖିବାକୁ ଅଭ୍ୟାସ କରୁଛନ୍ତି ଲୋକ । ଶୀତରୁ ରକ୍ଷା ପାଇବା ପାଇଁ ଲୋକମାନେ ନିଆଁ ପୋଉଁଥିବା ଦେଖିବାକୁ ମିଳୁଛି।

Advertisment

•    ସାରା ରାଜ୍ୟରେ ଜାରି ରହିଛି ଶୀତ ଲହରୀ
•    ଆଭ୍ୟନ୍ତରୀଣ ଏବଂ ଦକ୍ଷିଣ ଓଡିଶାରେ ପ୍ରବଳ ଜାଡ ଅନୁଭୂତ 
•    ୮.୫ ଡିଗ୍ରୀ ସହ ଦାରିଙ୍ଗବାଡି ସବୁଠୁ ଥଣ୍ଡା ସ୍ଥାନ 
•    ଝାରସୁଗୁଡା, ସୁନ୍ଦରଗଡ, ଅନୁଗୁଳରେ ଅସମ୍ଭାଳ ଶୀତ 
•    ଟୁଇନ୍ ସିଟିରେ ୧୫ ଡିଗ୍ରୀ ତଳକୁ ଖସିଲା ପାରଦ 

Bone Chilling Cold
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ