Bone-Chilling Cold Photograph: (OTV)
ରାଜ୍ୟକୁ ପୁଣି ଫେରିଲା ଶୀତ । ଅସହ୍ୟ ଜାଡ଼ରେ ଥରୁଛି ସାରା ଓଡ଼ିଶା । ଆଜି ସକାଳ ସାଢେ ୫ଟା ସୁଦ୍ଧା ରେକର୍ଡ ତାପମାତ୍ରା ଅନୁସାରେ, ୧୦ ଡିଗ୍ରୀରେ ଥରୁଛି ଝାରସୁଗୁଡ଼ା । ସେହିପରି କେନ୍ଦୁଝରରେ ୧୧, ଚାନ୍ଦବାଲିରେ ୧୩.୮ ଡିଗ୍ରୀ ପାରଦ ରହିଛି । ପୁଣି ୧୫ ଡିଗ୍ରୀ ତଳକୁ ଖସିଲା ଭୁବନେଶ୍ବରର ତାପମାତ୍ରା ।
ରାଜଧାନୀରେ ଆଜି ୧୪ ଡିଗ୍ରୀ ପାରଦ ରେକର୍ଡ ହୋଇଛି । ବାଲେଶ୍ବରର ତାପମାତ୍ରା ରହିଛି ୧୪. ୨ ଡିଗ୍ରୀ । ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ, ଆସନ୍ତା କିଛି ଦିନ ଭିତରେ ରାତି ତାପମାତ୍ରା ଆହୁରି ହ୍ରାସ ପାଇପାରେ। ଦେଶର ମଧ୍ୟଭାଗରେ ଗୁରୁଚାପ ବଳୟ ସକ୍ରିୟତା ହେତୁ ଉତ୍ତର ତଥା ଉତ୍ତର ପଶ୍ଚିମ ଦିଗରୁ ଥଣ୍ଡା ଶୁଷ୍କ ବାୟୁ ପ୍ରବାହ ହେଉଛି।
ଯାହାର ତୀବ୍ରତା ବଢ଼ିବା ସହ ଜଳୀୟବାଷ୍ପର ପରିମାଣ ହ୍ରାସ ପାଇବ। ସେହିପରି ପଶ୍ଚିମାଝଡ଼ର ମଧ୍ୟ ପ୍ରଭାବ ରହୁଛି। ତେଣୁ ଆସନ୍ତା ୪-୫ ଦିନ ଯାଏଁ ହାଡ଼ଭଙ୍ଗା ଶୀତରୁ ତ୍ରାହି ମିଳିବ ନାହିଁ ବୋଲି ଆକଳନ କରିଛି ପାଣିପାଗ କେନ୍ଦ୍ର ।
ଲେଉଟିଲା ଜାଡ଼
ପୁଣି ସାରା ରାଜ୍ୟରେ ଅସହ୍ୟ ଶୀତ
୧୦ ଡିଗ୍ରୀରେ ଥରୁଛି ଝାରସୁଗୁଡ଼ା
କେନ୍ଦୁଝରରେ ୧୧, ଚାନ୍ଦବାଲିରେ ୧୩.୮ ଡିଗ୍ରୀ ପାରଦ
ରାଜଧାନୀରେ ଭୁବନେଶ୍ବରରେ ୧୪ ଡିଗ୍ରୀ ତାପମାତ୍ରା
ବାଲେଶ୍ବରରେ ୧୪.୨ ଡିଗ୍ରୀ ପାରଦ ରେକର୍ଡ
ଆସନ୍ତା ୪-୫ ଦିନରେ ଆହୁରି ଖସିବ ରାତି ତାପମାତ୍ରା
ଉତ୍ତର ତଥା ଉତ୍ତର ପଶ୍ଚିମ ଦିଗରୁ ଥଣ୍ଡା ଶୁଷ୍କ ବାୟୁ ବହୁଛି
ଆଗକୁ ଜଳୀୟବାଷ୍ପର ପରିମାଣ ହ୍ରାସ ପାଇବ
ପଶ୍ଚିମାଝଡ଼ ପ୍ରଭାବରେ ଲେଉଟିଛି ଶୀତ
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/01/13/bone-chilling-cold-2026-01-13-09-19-07.jpg)