Advertisment

Bone-Chilling Cold Hits Odisha: ଆହୁରି ବଢ଼ିବ ଶୀତ, କମିବ ତାପମାତ୍ରା

ଆଉ ୩ରୁ ୪ ଦିନ ଶୀତ। ତାପମାତ୍ରା ୧ରୁ ଦେଢ଼ ଡିଗ୍ରୀ ପର୍ଯ୍ୟନ୍ତ କମିବା ସମ୍ଭାବନା। ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା। ୩/୪ ଦିନ ପରେ ତାପମାତ୍ରା ସାମାନ୍ୟ ବଢ଼ିବା ସମ୍ଭାବନା।

Cold Wave

Cold Wave Photograph: (OTV)

Advertisment

ରାଜ୍ୟରେ ଆହୁରୀ ବଢିବ ଶୀତ। ଜାଡରେ ଥରିବ ପୁରା ଓଡ଼ିଶା। ଆସନ୍ତା ୩ ଦିନ ଯାଏଁ ରାତି ତାପମାତ୍ରା  ୧ରୁ ଦେଢ଼ ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇବ। ଖାଲି ରାତି ନୁହେଁ, ଦିନ ତାପମାତ୍ରା ବି କମିଛି। ରାଜ୍ୟରେ ଦିନରେ ବି ଅନୁଭୂତ ହେଉଛି ଥଣ୍ଡା। 

Advertisment

ଏପଟେ ଶୀତରେ ରେକର୍ଡ ଭାଙ୍ଗିଛି ଝାରସୁଗୁଡ଼ା। ୭୨ ବର୍ଷର ଇତିହାସରେ ଝାରସୁଗୁଡ଼ା ରାତି ତାପମାତ୍ରା ସର୍ବନିମ୍ନ ୫.୧ ଡିଗ୍ରୀ ରେକର୍ଡ ହୋଇଛି। ଝାରସୁଗୁଡ଼ାର ଏହି ରେକର୍ଡ ଭଙ୍ଗା ତାପମାତ୍ରା ସହ ପାଣିପାଗ ବିଭାଗର ପୂର୍ବାନୁମାନ ଆହୁରୀ ଶୀତ ବଢିବ । 

କନ୍ଧମାଳ, କୋରାପୁଟ ଜିଲ୍ଲାର ପାହାଡିଆ ଓ ସମତଳ ଅଂଚଳରେ ଗତ ୨୪ ଘଣ୍ଟାରେ ଶୀତର ପ୍ରକୋପ ବଢ଼ିଛି। ଆଭ୍ୟନ୍ତରୀଣ ଓଡ଼ିଶା ସହିତ ଦକ୍ଷିଣ ଓଡ଼ିଶାରେ ଶୀତର ପ୍ରକୋପ ରହିବ। ଅନ୍ୟପଟେ ରାଜ୍ୟରେ ପ୍ରବଳ ଶୀତ ସହ ଘନ କୁହୁଡ଼ିର ପ୍ରଭାବ ଦେଖିବାକୁ ମିଳିବ ବୋଲି ଆକଳନ କରିଛି ପାଣିପାଗ ବିଜ୍ଞାନ କେନ୍ଦ୍ର।

Advertisment

ଆହୁରି ବଢ଼ିବ ଶୀତ 
ଆଉ ୩ରୁ ୪ ଦିନ ଶୀତ
ତାପମାତ୍ରା ୧ରୁ ଦେଢ଼ ଡିଗ୍ରୀ ପର୍ଯ୍ୟନ୍ତ କମିବା ସମ୍ଭାବନା 
ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା
୩/୪ ଦିନ ପରେ ତାପମାତ୍ରା ସାମାନ୍ୟ ବଢ଼ିବା ସମ୍ଭାବନା 
ରାଜ୍ୟରେ ପ୍ରବଳ ଶୀତ ସହ ଘନ କୁହୁଡ଼ି  ସମ୍ଭାବନା

Cold Wave
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ