Cold Wave Photograph: (OTV)
ମାଘରେ ହାଡ଼ ଭାଙ୍ଗୁଛି ବାଘୁଆ ଜାଡ଼। ରାଜ୍ୟବାସୀଙ୍କୁ କଲବଲ କରୁଛି ଶୀତ। ଘରେ ବାହାରେ ଥଣ୍ଡା ମାଡ଼ରେ ଜନଜୀବନ ତ୍ରାହି ତ୍ରାହି ଡାକୁଛି। ଆହୁରି ୨ରୁ ୩ ଦିନ ଶୀତରୁ ନିସ୍ତାର ନାହିଁ। ଆଜି ପର୍ଯ୍ୟନ୍ତ ୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ।
ଏସବୁ ଜିଲ୍ଲାଗୁଡ଼ିକ ହେଲା ଝାରସୁଗୁଡ଼ା, ସୁନ୍ଦରଗଡ଼, ଜଗତସିଂହପୁର, କଟକ, ଖୋର୍ଦ୍ଧା ଓ ଅନୁଗୁଳ। ସେହିପରି ଆସନ୍ତାକାଲି ପାଇଁ ସୁନ୍ଦରଗଡ଼, ଝାରସୁଗୁଡ଼ା ଓ ଅନୁଗୋଳକୁ ଶୀତ ନେଇ ୟେଲୋ ସତର୍କତା ଜାରି ହୋଇଛି।
ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ଆସନ୍ତା ୧୬ ତାରିଖ ପର୍ଯ୍ୟନ୍ତ ବର୍ଷା ନାହିଁ। ପାଗ ଶୁଖିଲା ରହିବ। ଆସନ୍ତା ୨ ଦିନ ପରେ ରାତି ତାପମାତ୍ରା ୨-୩ ଡିଗ୍ରୀ ସେଲସିୟସ୍ ଯାଏଁ ବଢ଼ିପାରେ।
ଶୀତ ଲହରି ପାଇଁ ୟେଲୋ ୱାର୍ଣ୍ଣିଂ
ଆହୁରି ୨ରୁ ୩ ଦିନ ଶୀତରୁ ମିଳିବନି ନିସ୍ତାର
ଆଜି ୬ ଜିଲ୍ଲାକୁ ଜାରି ହେଲା ୟେଲୋ ୱାର୍ଣ୍ଣିଂ
ୟେଲୋ ୱାର୍ଣ୍ଣିଂ- ଝାରସୁଗୁଡ଼ା, ସୁନ୍ଦରଗଡ଼, ଜଗତସିଂହପୁର
ୟେଲୋ ୱାର୍ଣ୍ଣିଂ- କଟକ, ଖୋର୍ଦ୍ଧା ଓ ଅନୁଗୁଳ
ଆସନ୍ତାକାଲି ପାଇଁ ୩ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
୧୬ ତାରିଖ ପର୍ଯ୍ୟନ୍ତ ବର୍ଷା ନାହିଁ, ପାଗ ଶୁଖିଲା ରହିବ
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/01/11/cold-wave-2026-01-11-08-38-15.jpg)