Advertisment

Another Low Pressure: ପୁଣି ଲଘୁଚାପ, ପୁଣି ବଡ଼ ବର୍ଷା...ବିଦେଶୀ ମଡେଲ୍ ଆକଳନକୁ ନେଇ ଥମୁନି ବାତ୍ୟା ଚର୍ଚ୍ଚା

ଚାରିଆଡ଼େ କୋହଲା ପାଗ...ଝିପି ଝିପି ବର୍ଷା ସାଙ୍ଗକୁ ବହିଲାଣି ପବନ...ତାହାରି ଭିତରେ ବାତ୍ୟାକୁ ନେଇ ଛନକା...ସବୁଠି ଏବେ ଚର୍ଚ୍ଚା। କାରଣ ୟେ ସେହି ବାତ୍ୟା ମାସ ଅକ୍ଟୋବର।

rain

rain Photograph: (OTV)

Advertisment

ଚାରିଆଡ଼େ କୋହଲା ପାଗ...ଝିପି ଝିପି ବର୍ଷା ସାଙ୍ଗକୁ ବହିଲାଣି ପବନ...ତାହାରି ଭିତରେ ବାତ୍ୟାକୁ ନେଇ ଛନକା...ସବୁଠି ଏବେ ଚର୍ଚ୍ଚା। କାରଣ ୟେ ସେହି ବାତ୍ୟା ମାସ ଅକଟୋବର। ପାଣିପାଗ ବିଭାଗର ପୂର୍ବାନୁମାନ, ରାଜ୍ୟରେ ଆସନ୍ତା ୫/୭ ଦିନ ଉପକୂଳ ଓ ଆଭ୍ୟନ୍ତରୀଣ ଜିଲ୍ଲାକୁ ବର୍ଷାରୁ ନିସ୍ତାର ନାହିଁ। କାରଣ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହେବ ଲଘୁଚାପ। ପରବର୍ତ୍ତୀ ୪୮ ଘଣ୍ଟାରେ ଅବପାତର ରୂପ ନେଇ ଘାଣ୍ଟିବ ଚାରିଆଡ଼େ। ହାଲୁକାର ମଧ୍ୟମଧରଣର ବର୍ଷା ସହ ବିଜୁଳି ଘଡ଼ଘଡ଼ି ଏବଂ ଝଟକା ପବନ ହେବ। ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, କଳାହାଣ୍ଡି, ରାୟଗଡ଼ା। ଏଭଳି ୭ଟି ଜିଲ୍ଲା ଆସନ୍ତାକାଲି ଯାଏଁ ବର୍ଷା ଆଉ ପବନରେ ପ୍ରଭାବିତ ହେବ। ୨୨ ଓ ୨୩ରେ ଉପକୂଳ ଓ ଦକ୍ଷିଣ ଆଭ୍ୟନ୍ତରୀଣ ଜିଲ୍ଲା ଗୁଡିକରେ ବର୍ଷିବ। ଆଉ ୨୪ ବେଳକୁ ବଢ଼ିବ ବର୍ଷାର ପରିମାଣ। କିନ୍ତୁ IMD ପକ୍ଷରୁ ଏଯାଏଁ ବାତ୍ୟାର ସେଭଳି କୌଣସି ଆକଳନ କରାଯାଇନାହିଁ, ଭୟଭୀତ ହେବାର କାରଣ ନାହିଁ ବୋଲି ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ କହିଛି। 

ଆଉ ସପ୍ତାହେ ପରେ ଓଡ଼ିଶା ଉପକୂଳକୁ ଛାରଖାର କରିଥିବା ମହାବାତ୍ୟାକୁ ପରିବ ୨୬ ବର୍ଷ। ସେତେବେଳେ ବି ଥିଲା ଏଥର ଭଳି ଠିକ୍ ସେହି ଅକଟୋବର ମାସ। ପାଖାପାଖି ସମାନ ସମୟ। ଆଉ ପାଣିପାଗ ବିଭାଗ ବି ୨୪ ଘଣ୍ଟା ଭିତରେ ସୃଷ୍ଟି ହେବାକୁ ଥିବା ଲଘୁଚାପ, ପରବର୍ତ୍ତୀ ସମୟରେ ଅବପାତର ରୂପ ନେବ ବୋଲି ଆଜି ଆକଳନ କରିଛି। ଅପରପକ୍ଷେ ଆମେରିକାନ ମଡେଲ୍ ‘ଗ୍ଲୋବାଲ୍ ଫୋରକାଷ୍ଟ ସିଷ୍ଟମ୍- ଜିଏଫଏସ୍ ଏବଂ ୟୁରୋପିଆନ୍ ମଡେଲ୍ ECMWF ମଧ୍ୟ ଅକ୍ଟୋବର ଶେଷ ସୁଦ୍ଧା ବଙ୍ଗୋପସାଗରରେ ବାତ୍ୟା ଇସାରା ଦେଇଛନ୍ତି ନିଜ ନିଜ ପୂର୍ବାନୁମାନରେ। କିନ୍ତୁ ଗତିବିଧି ଆକଳନ କରିନାହାଁନ୍ତି। ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି, ମୌସୁମୀ ଫେରିଯିବା ପରେ ପାଗ ଅନୁକୂଳ ଥିବାରୁ ବାତ୍ୟାକୁ ଏଡ଼ାଇ ଦିଆଯାଇନପାରେ।... 

Advertisment

ପାଣିପାଗର ଗତିବିଧି ସଂପର୍କରେ ସବୁବେଳେ ସଠିକ୍ ଓ ନିର୍ଭୁଲ୍ ଆକଳନ କରୁଥିବା ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର, ବାତ୍ୟା ନେଇ ଏଯାଏଁ କୌଣସି ଆକଳନ କରିନଥିବା ସ୍ପଷ୍ଟ କରିସାରିଛନ୍ତି IMD DG ମୃତ୍ୟୁଞ୍ଜୟ ମହାପାତ୍ର। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ