Advertisment

After 1999 Super Cyclone: ବଢୁଛି ଭୟ , ଆସୁଛି ପୁଣି ଏକ ବାତ୍ୟା...ଆଜିକୁ ୨୬ବର୍ଷ ପୂର୍ବରୁ ଓଡିଶା ଦେଖିଥିଲା ମହାବାତ୍ୟା

ମୋନ୍ଥା  ମନ୍ଥିବ ଆଗକୁ । ଅକ୍ଟୋବର ଶେଷ ବେଳକୁ ବଙ୍ଗୋପସାଗରରେ ଆସୁଛି ପୁଣି ଏକ ବାତ୍ୟା । ସୋମବାର ବେଳକୁ ଚିତ୍ର ସ୍ପଷ୍ଟ ଜଣାପଡିବ, ମୋନ୍ଥାର ପ୍ରଭାବର ଓଡିଶାରେ ପଡିବ କି ନାହିଁ ।

1999-CYCLONE-WITH-MONTHA-CYCLONE

1999-CYCLONE-WITH-MONTHA-CYCLONE Photograph: (OTV)

Advertisment

ମୋନ୍ଥା  ମନ୍ଥିବ ଆଗକୁ । ଅକ୍ଟୋବର ଶେଷ ବେଳକୁ ବଙ୍ଗୋପସାଗରରେ ଆସୁଛି ପୁଣି ଏକ ବାତ୍ୟା । ସୋମବାର ବେଳକୁ  ଚିତ୍ର ସ୍ପଷ୍ଟ ଜଣାପଡିବ, ମୋନ୍ଥା ର ପ୍ରଭାବର ଓଡିଶାରେ ପଡିବ କି ନାହିଁ । ଅକ୍ଟୋବର ଆସିଲେ ଛାତିରେ ଛନକା ପଶୁଛି । କାରଣ ଆଜିକୁ ୨୬ ବର୍ଷ ପୂର୍ବରୁ ଓଡିଶା ଦେଖିଥିଲା ମହାବାତ୍ୟା ।

Advertisment

୧୯୯୯ ମସିହା ଅକ୍ଟୋବର ୨୯ ରେ ଓଡିଶାରେ ବାତ୍ୟା କରାଳ ରୂପ ନେଇଥିଲା । ୧୯୯୯ ମସିହାର ବାତ୍ୟା ପୁରା ଛାରଖାର କରିଦେଇଥିଲା ।୨୬ ବର୍ଷ ପରେ ପୁଣିଥରେ ବାତ୍ୟା ଡର।   ସମଗ୍ର ଓଡିଶାକୁ ଗ୍ରାସି ଥିଲା  ୧୯୯୯ ମହାବାତ୍ୟା । ଅନେକଙ୍କ ଘର ଦ୍ବାର ଉଜାଡି ଦେଇଥିଲା । ସେହି ଭୟାନକ ଚିତ୍ର ଆଜି ବି ମନରେ ରହିଯାଇଛି । ତେଣୁ ଅକ୍ଟୋବର ଆସିଲେ ଆପେ ଆପେ ମନରେ ଛନକା ପଶେ ।  

ଆଉ ଏବେ ପୁଣି ସେହି ଅକ୍ଟୋବର ମାସ ଆଉ ଏକ ସମ୍ଭାବ୍ୟ ବାତ୍ୟା । ତେଣୁ ବଢୁଛି ଭୟ ।  ପୁଣି କଣ ୧୯୯୯ ମହାବାତ୍ୟା ଭଳି  ସମ୍ଭାବ୍ୟ ବାତ୍ୟା ମୋନ୍ଥା  ମନ୍ଥନ କରିବ  ?  ଆଜି ଅବପାତର ରୂପ ନେଇଛି ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ । ଏହା ଆହୁରି ଘନୀଭୂତ ହୋଇ କାଲି ରାତି ସୁଦ୍ଧା ଗଭୀର ଅବପାତରେ ପରିଣତ ହେବ ।  

Advertisment

ଏବେ ବାତ୍ୟା ଆନ୍ଧ୍ରମୁହାଁ । ୨୭ ତାରିଖରୁ ବର୍ଷା ପବନ ଆରମ୍ଭ ହୋଇଯିବ । ଏବେର ଆକଳନ ଅନୁଯାୟୀ ତିନି ଦିନ ଯାଏଁ ଉପକୂଳ ଓ ଦକ୍ଷିଣ ଓଡ଼ିଶାରେ ପ୍ରବଳ କାଚିବ । ୨୮ରେ କଟକ, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଖୋର୍ଦ୍ଧା, ପୁରୀ, ଗଞ୍ଜାମରେ ପ୍ରବଳ ବର୍ଷା ନେଇ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଥିବାବେଳେ ୨୯ରେ ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକକୁ ବି ଅରେଞ୍ଜ ୱାର୍ଣ୍ଣିଂ ଦିଆଯାଇଛି । କେତେକ ସ୍ଥାନରେ ବିଜୁଳି ଘଡଘଡି ସହ ପ୍ରବଳ ବର୍ଷା ହେବ । ତେବେ ମୋନ୍ଥାର ପ୍ରଭାବ ଓଡିଶା ଉପରେ କେତେ ପଡିବ ତାହା  ସୋମବାର ବେଳକୁ ସ୍ପଷ୍ଟ ଜଣାପଡିଯିବ ।   

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ