Gold And Silver Photograph: (OTV)
ଦୀପାବଳୀ ଓ ଧନତେରାସ ସମୟରେ ଭାରତରେ ସୁନା ଓ ରୁପା ମୂଲ୍ୟ ବଢିଥିଲା। ଅନେକ ସହରରେ ସୁନା ମୂଲ୍ୟ ୧ ଲକ୍ଷ ୩୦ ହଜାରରେ ପହଞ୍ଚିଥିଲା। ସେବେଠାରୁ ସୁନା ଓ ରୁପା ମୂଲ୍ୟର ପରିବର୍ତ୍ତନ ହୋଇ ଆସୁଛି। ଏବେ ଲଗାତାର କିଛି ଦିନ ଧରି ସୁନା ମୂଲ୍ୟ ବଢିବାରେ ଲାଗିଛି।
ଗ୍ରାହକଙ୍କ ମଧ୍ୟରେ ସୁନା କିଣିବା ପାଇଁ ସବୁବେଳେ ଆଗ୍ରହ ଥାଏ। କିନ୍ତୁ ସୁନା ଓ ରୁପା ଦର ସବୁବେଳେ ପରିବର୍ତ୍ତନଶୀଳ। ଲଗାତାର କିଛି ମାସ ଧରି ସୁନା ଦର ବୃଦ୍ଧି ହେଉଥିବା କାରଣରୁ ଚିନ୍ତାରେ ଗ୍ରାହକ। ଆଜି ମଧ୍ୟ ସୁନା ଓ ରୁପା ଦରରେ ପରିବର୍ତ୍ତନ ହୋଇଛି।
ଯଦି ଆପଣ ସୁନାରେ ନିବେଶ କରିବା ବିଷୟରେ ଭାବୁଛନ୍ତି କିମ୍ବା ନିଜ ପାଇଁ ସୁନା ଅଳଙ୍କାର କିଣିବାକୁ ଚାହୁଁଛନ୍ତି, ତେବେ କିଣିବା ପୂର୍ବରୁ ଆପଣଙ୍କୁ ସମସ୍ତ ଜରୁରୀ ସୂଚନା ଜାଣିବା ଆବଶ୍ୟକ। ଭାରତରେ ୨୪-କ୍ୟାରେଟ ଏବଂ ୨୨-କ୍ୟାରେଟ ସହ ୧୮ କ୍ୟାରେଟ୍ ସୁନା ମୂଲ୍ୟ ଯାଞ୍ଚ କରନ୍ତୁ।
ଜାଣନ୍ତୁ କେତେ ରହିଛି ସୁନା ଦର:-
ଗତ କାଲି ଭୁବନେଶ୍ବରରେ ୨୪ କ୍ୟାରେଟ ସୁନା ଦର ୧୦ ଗ୍ରାମ ପିଛା ୧,୩୦,୫୮୦ ଟଙ୍କା ଥିବା ବେଳେ ଆଜି ୨୨୦ ଟଙ୍କା କମି ୧,୩୦,୩୬୦ ଟଙ୍କା ହୋଇଛି। ସେହିପରି ଗତ କାଲି ୨୨ କ୍ୟାରେଟ ସୁନା ଦର ୧୦ ଗ୍ରାମ ପିଛା ୧,୧୯,୭୦୦ ଟଙ୍କା ଥିବା ବେଳେ ଆଜି ୨୦୦ ଟଙ୍କା କମି ୧,୧୯,୫୦୦ ଟଙ୍କା ହୋଇଛି। ଗତ କାଲି ୧୮ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ ପିଛା ୯୭,୯୪୦ ଟଙ୍କା ଥିବା ବେଳେ ଆଜି ୧୬୦ ଟଙ୍କା କମି ୯୭,୭୮୦ ଟଙ୍କା ହୋଇଛି।
ଅନ୍ୟପଟେ ରୂପା ଦର ଗତ କାଲି ଭୁବନେଶ୍ବରରେ ୧ କିଲୋଗ୍ରାମ୍ ପିଛା ୨,୦୧,୦୦୦ ଟଙ୍କା ଥିବା ବେଳେ ଆଜି ୧୦୦୦ ଟଙ୍କା କମ୍ ହୋଇ ୨,୦୦,୦୦୦ ଟଙ୍କା ହୋଇଛି।
ଦେଶର ପ୍ରମୁଖ ସହରରେ ସୁନା ଦର କେତେ ରହିଛି ଜାଣନ୍ତୁ:
• ଚେନ୍ନାଇ: ୨୪ କ୍ୟାରେଟ- ୧,୩୦,୫୯୦ ଟଙ୍କା, ୨୨ କ୍ୟାରେଟ- ୧,୧୯,୭୧୦ ଟଙ୍କା (୧୦ ଗ୍ରାମ ପିଛା)
• ହାଇଦ୍ରାବାଦ: ୨୪ କ୍ୟାରେଟ- ୧,୩୦,୫୯୦ ଟଙ୍କା, ୨୨ କ୍ୟାରେଟ- ୧,୧୯,୭୧୦ ଟଙ୍କା (୧୦ ଗ୍ରାମ ପିଛା)
• ମୁମ୍ବାଇ: ୨୪ କ୍ୟାରେଟ- ୧,୩୦,୫୯୦ ଟଙ୍କା, ୨୨ କ୍ୟାରେଟ- ୧,୧୯,୭୧୦ ଟଙ୍କା (୧୦ ଗ୍ରାମ ପିଛା)
• କୋଲକାତା: ୨୪ କ୍ୟାରେଟ- ୧,୩୦,୫୯୦ ଟଙ୍କା, ୨୨ କ୍ୟାରେଟ- ୧,୧୯,୭୧୦ ଟଙ୍କା (୧୦ ଗ୍ରାମ ପିଛା)
• ଦିଲ୍ଲୀ: ୨୪ କ୍ୟାରେଟ- ୧,୩୦,୭୪୦ ଟଙ୍କା, ୨୨ କ୍ୟାରେଟ- ୧,୧୯,୮୬୦ ଟଙ୍କା (୧୦ ଗ୍ରାମ ପିଛା)
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/12/04/gold-and-silver-2025-12-04-12-31-58.jpg)