ଫେବ୍ରୁଆରୀରୁ ଟାଇଁ ଟାଇଁ ଖରା ଅନୁଭୂତ ହେଲାଣି । ଫେବ୍ରୁଆରୀରୁ ଚେତାବନୀ ଦେଲାଣି ତାତି । ତିନି ଦିନ ଭିତରେ ତାପମାତ୍ରା ବଢିଲାଣି ୩ ଡିଗ୍ରୀ । ପାରଦ ୩୭ ଡିଗ୍ରୀ ପାର୍ କଲାଣି । ରାଜ୍ୟବାସୀଙ୍କ ମଧ୍ୟରେ ଭାଳେଣି ମଧ୍ୟ ପଡ଼ିଗଲାଣି । ଏବେଠୁ ଯଦି ଏତେ ଗରମ ତ ମେ ଜୁନ୍ ରେ ଅବସ୍ଥା କଣ ହେବ ତାକୁ ନେଇ ଚିନ୍ତିତ ରାଜ୍ୟବାସୀ । ପାଣିପାଗ ବିଭାଗ କହିଛି ଗୁରୁଚାପ ବଳୟରୁ ରାଜ୍ୟକୁ ଥଣ୍ଡା ପବନ ବନ୍ଦ ହୋଇଛି ଏବଂ ପଶ୍ଚିମା ଝଡ ପ୍ରଭାବରେ ତାତି ବଢୁଛି ।